ବାରିପଦା, 30/10 (ସନ୍ଧାନ ନ୍ୟୁଜ୍) ;- କରୋନା ମହାମାରୀ ସମୟରେ କାର୍ଯ୍ୟରତ ଥିବା ନେସ୍କୋ ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର ଶରତ ଚନ୍ଦ୍ର ଧଳ(୫୮)ଙ୍କ ମୃତ୍ୟୁ ଘଟିଛି। ସେ କିଛି ଦିନ ପୂର୍ବେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ବାଙ୍କିଶୋଳ କୋଭିତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଅକାଳ ବିୟୋଗରେ ନେସ୍କୋ ପାୱାର ଏମ୍ପୁଇଜ ୟୁନିୟନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ପୂର୍ବରୁ ନେସ୍କୋ ବିଦ୍ୟୁତ କରେ ବିଭାଗରେ କାର୍ଯ୍ୟରତ ଥିବା ବାରିପଦାର କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ସାହୁଙ୍କର କରୋନା ଜନିତ ମୃତ୍ୟୁ ଘଟିଥିଲା । ଆଜିସୁଦ୍ଧା ଜିଲ୍ଲାର ୭୦ରୁ ଅଧିକ ବିଦ୍ୟୁତ୍ କର୍ମଚାରୀ କାର୍ଯ୍ୟରତ ଥିବା ସମୟରେ କରୋନାରେ ଆକ୍ରାନ୍ତ ହେଲେଣି। ତେବେ ବିଦ୍ୟୁତ୍ ବିଭାଗ ଓ ନେସ୍କୋ ଏହାକୁ ଗୁରୁତର ସହ ନେଉନଥିବା । ବାରମ୍ବାର ଅଭିଯୋଗ ହେଉଛି । ଫଳରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ବିଦ୍ୟୁତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ପାଇଁ ନେସ୍କୋ ପାୱାର ଏମ୍ପୁଇଜ ୟୁନିୟନର ସହ ସାଧାରଣ ସମ୍ପାଦକ ର ଜ୍ୟୋତିକୃଷ୍ଣ ବେହେରା ଦାବି କରିଛନ୍ତି ।ଏଥିସହ ସ୍ବର୍ଗତ ଧଳଙ୍କ ଆତ୍ମାର ସଦ୍ଗତି କାମନା କରି ନେସ୍କୋ ପାୱାର ଏମ୍ପୁଇଜ ୟୁନିୟନର କର୍ମଚାରୀ ପକ୍ଷରୁ । ୨ ମିନିଟ ନିରବ ପାର୍ଥନା କରାଯାଇଥିଲା। ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକ, ଜିଲ୍ଲା ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜ୍ୟୋତିକୃଷ୍ଣ ବେହେରା, ମାନସ ରଞ୍ଜନ ଶୁକ୍କା, କରୁଣାକର ପତି, ଚନ୍ଦନ ମହାନ୍ତି ପ୍ରମୁଖ ଶ୍ରୀ ଧଳଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।
ନେସ୍କୋ ଡେପୁଟି ମ୍ୟାନେଜରଙ୍କ ମୃତ୍ୟୁ
|
October 30, 2020 |