ବାରିପଦା, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍ ):- ନୂତନ ଭାବେ ସ୍ଥାପନ ହୋଇଥିବା ଏଟିଏମ୍ ମେସିନ୍ର ଉଦ୍ଘାଟନ କଲେ ବିଡିଓ। ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକର ମୁଖ୍ୟ ବଜାରରେ ଏଚ୍ଡିଏଫ୍ସି ପକ୍ଷରୁ ଏଟିଏମ୍ ମେସିନ୍ ସ୍ଥାପନ କରାଯାଇଛି। ଏହି ଅବସରରେ ହାଟଡିହି ବ୍ଲକର ବିଡିଓଙ୍କ ସମେତ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହି ଏଟିଏମ୍ ମେସିନର ଉଦ୍ଘାଟନ କରିଛନ୍ତି। ନୂତନ ଏଟିଏମ୍ ସ୍ଥାପନ ଦ୍ବାରା ସ୍ଥାନୀୟ ଲୋକେ ବିଶେଷ ଭାବେ ଉପକୃତ ହେବେ। ଦୀର୍ଘଦିନ ହେବ ଏହି ଅଞ୍ଚଳର ଲୋକମାନେ ନିଜ ବଜାରଠାରୁ ଦୂରରେ ଥିବା ଏଟିଏମ୍ ମେସିନ ଉପରେ ନିର୍ଭର କରୁଥିଲେ। ବର୍ତ୍ତମାନ ସ୍ଥାନୀୟ ଲୋକେ ଏହି ନୂତନ ଏଟିଏମ୍ ମେସିନରେ ଟଙ୍କା ଉଠାଣ କରି ପାରିବେ। ଏ ନେଇ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିଛନ୍ତି।
ନୂତନ ଏଟିଏମ୍ ମେସିନ୍ର ଉଦ୍ଘାଟନ କଲେ ବିଡିଓ
|
February 3, 2021 |
