ନୂଆ ସରକାରଙ୍କୁ ବର୍ଷେ ପୁରିବ ହେଲେ ସବୁର ତଦନ୍ତ ଚାଲିଛି

Spread the love

‘ତଦନ୍ତ’ ସରକାରଙ୍କୁ ପଦେ

ରାଜ୍ୟରେ ସରକାରୀ ଓ ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସରକାରଙ୍କ ସବୁ ତଦନ୍ତ ତଦନ୍ତରେ ରହିଯାଉଛି, ଏହା ବାଧ୍ୟ ବାଧକତା ନାଁ ବୁଝାମଣା ।
କିଟ୍ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ତଦନ୍ତରେ ରହିଗଲା । ରାଜ୍ୟପାଳଙ୍କ ପୁଅ ASO ଙ୍କୁ ମାଡ଼ ମାରିବା ଘଟଣାର ତଦନ୍ତ ତଦନ୍ତରେ ରହିଗଲା । ଭିକେ ପାଣ୍ଡିଆଙ୍କ ବେଆଇନ୍ ହେଲିକପ୍ଟର ଗ୍ରସ୍ତ ଓ ହେଲିପ୍ୟାଡ ନିର୍ମାଣର ତଦନ୍ତ ତଦନ୍ତରେ ରହିଗଲା । ବିଜେଡ଼ି ବିଧାୟକ ବବି ଦାସଙ୍କ ସରକାରୀ ବାସଭବନରେ ବେଆଇନ୍ ନିର୍ମାଣର ତଦନ୍ତ ତଦନ୍ତରେ ରହିଗଲା । ବଳଭଦ୍ର ରଥରୁ ପଡ଼ିଗଲେ ସେ ତଦନ୍ତ ତଦନ୍ତରେ ରହିଗଲା । ଗଞ୍ଜାମ ଚିକିଟି ମଦ ମୃତ୍ୟୁ ଘଟଣାର RDC ସ୍ତରୀୟ ତଦନ୍ତ ତଦନ୍ତରେ ରହିଗଲା । ଆଇପିଏସ ଡିଏସ୍ କୁଟ୍ଟେ ଓ ଆଶିଷ ସଂ ଙ୍କ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗର ତଦନ୍ତ ତଦନ୍ତରେ ରହିଗଲା । ଆଇପିଏସ ରବି କାନ୍ତ, ମିତ୍ରଭାନୁ ମହାପାତ୍ର ଓ ଆଶିଷ ଠାକରେ ଙ୍କ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗର ତଦନ୍ତ ତଦନ୍ତରେ ରହିଗଲା । ସୁଜାତା ରାଉତ ପାଣ୍ଡିଆନ ନିର୍ବାଚନ ସମୟରେ ବିଜେଡ଼ି ପାଇଁ କାମ କରୁଥିବା ଅଭିଯୋଗ ଖୋଦ୍ ବିଜେପି ଆଣିଥିଲା ସେ ତଦନ୍ତ ତଦନ୍ତରେ ରହିଗଲା । ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟ ବେଆଇନ୍ ଭାବରେ ନିର୍ମିତ ହୋଇଛି ଖୋଦ୍ ମନ୍ତ୍ରୀ ଅଭିଯୋଗ କଲେ ଏହାର ତଦନ୍ତ ତଦନ୍ତରେ ରହିଗଲା । ଚିଟଫଣ୍ଡ ଠକେଇର ୨୪ ଘଣ୍ଟା ଭିତରେ ତଦନ୍ତ ହେବ ଓ ଲୋକ ଟଙ୍କା ଫେରି ପାଇବେ ତାହା ମଧ୍ୟ ତଦନ୍ତରେ ରହିଗଲା ।

ଦୀର୍ଘ ୧୧ ମାସ ହେବ କେବଳ ରାଜ୍ୟରେ ଏମିତି ଅନେକ ତଦନ୍ତ ହେଉଛି କିନ୍ତୁ ତଦନ୍ତ ତଦନ୍ତରେ ରହିଯାଉଛି । ଆଇନ ତା ବାଟରେ ଯାଉଛି, ଅପରାଧୀ ତବାଟରେ ଯାଉଛି । କେବଳ ମିଡ଼ିଆରେ ଗପୁଛନ୍ତି ଆଉ ଉପରେ ତଦନ୍ତ ହେବ ତା ଉପରେ ତଦନ୍ତ ହେବ, କାହାକୁ ଛାଡି ବୁନି ଜେଲ୍ ରେ ଭର୍ତ୍ତି କରିଦେବୁ । ଏହା କେବଳ ଡାହା ମିଛ ଓ ପବନା ଗପ । କେତେ ଜଣଙ୍କୁ ବାନ୍ଦିକି ଜେଲ୍ ପଠେଇ ଲଣି । ସରକାର ଯେଉଁ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ କହୁଥିଲେ, ସେମାନଙ୍କ ସହିତ ବୁଝାମଣା କରି ସେମାନଙ୍କୁ ଖସାଇ ଦେବା ସହିତ କୋଳରେ ବସେଇ ସୁରକ୍ଷା ଦେଉଛନ୍ତି ।
ସରକାର ଆତ୍ମସମୀକ୍ଷା କରନ୍ତୁ, ସରକାର କ’ଣ କହିଥିଲେ ଓ କ’ଣ କରୁଛନ୍ତି । ସରକାର ଗଠନ ମୂଳକ ସମାଲୋଚନାକୁ ଗ୍ରହଣ କରନ୍ତୁ ଏବଂ ନିଜ ପ୍ରତିଶୃତି ଓ ରାଜ୍ୟର ବିକାଶ / ରାଜ୍ୟ ବାସୀଙ୍କ ହିତ ଦୃଷ୍ଟିରୁ କାମ କରନ୍ତୁ । ନଚେତ୍ ଲୋକେ ସବୁ ଦେଖୁଛନ୍ତି, ଉଚିତ୍ ସମୟରେ ଜବାବ ମଧ୍ୟ ଦେବେ ।

-ପ୍ରକାଶ ଦାସ
ସୂଚନାଧିକାର କର୍ମୀ
ତା- ୦୪.୦୫.୨୦୨୫

Related Posts

About The Author

Add Comment