ନିର୍ମାଣ ଶ୍ରମିକ ମାନଙ୍କୁ ସହୟତା ରାଶି ବଣ୍ଟନ

Spread the love
  •  
  •  
  •  
  •  
  •  

ଯାଜପୁର ସଦର,୧୯ା୧୧: ଯାଜପୁର ଜିଲ୍ଲା ବ୍ୟାସନଗର ନିକଟସ୍ଥ ବ୍ୟାସଦେବ ସଂସ୍କୃତି ଭବନ ପରିଶରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ କରାଯାଇଚି । କୋରେଇ ନିର୍ବାଚନ ମଣ୍ଡଳୀର ଅଶୋକ କୁମାର ବଳ ନିର୍ମଣ ଶ୍ରମିକ ମାନଙ୍କୁ ସହାୟତା ରାଶି ବଣ୍ଟନ କରିଥିଲେ । ଏହ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଘୋଷଣା କରାଯାଇଥିବା ଶ୍ରମିକ ମାନ୮୍‌କପାଇଁ ସହାୟତା ରାଶି ଦେବାଲାଗି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବଳ ଶ୍ରମିକ ମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆର୍ଥିକ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ । ଶିକ୍ଷା ସହାୟତା ଲାଗି ୧୨୦ ଜଣ ହିତାଧିକାରୀଙ୍କୁ ୧୧ଲକ୍ଷ ୧୯ହଜାର ୨ଶହ ଟଙ୍କା ବଣ୍ଟନ କରିଥିଲେ । ସେହିପରି ବିଭାଘର ସହାୟତା ପାଇଁ ୭୧ ଜଣ ହିତାଧିକାରୀ ମାନଙ୍କୁ ୩୪ଲକ୍ଷ ୫୦ହଜାର ଟଙ୍କା ଦିଆଯାଇଥିବା ବେଳେ ପ୍ରସୁତୀ କାଳିନ ସହାୟତା ରାଶି ପାଇଁ ୬ଜଣ ହିତାଧିକାରୀଙ୍କୁ ୬୦ହଜାର ଟଙ୍କା ଦିଆଯାଇଥିଲା । ସେହିପରି ମୃତ୍ୟୁକାଳିନ ସହାୟତା ପାଇଁ ୪୩ ଜଣ ହିତାଧିକାରୀଙ୍କୁ ୭୮ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ, ଶୁଦ୍ଧିକ୍ରୀୟା ପାଇଁ ୩୮ଜଣ ହିତାଧିକାରୀଙ୍କୁ ୧ଲକ୍ଷ ୯୦ହଜାର ଟଙ୍କା ଦିଆଯାଇଥିଲା । ସର୍ବ ମୋଟ ୨୭୮ ଜଣ ହିତାଧିକାରୀଙ୍କୁ ୧କୋଟି ୨୬ଲକ୍ଷ ୧୯ହଜାର ୨ଶହ ଟଙ୍କା ଦିଆଯାଇଥିଲା । ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ ମହାନ୍ତି ସୂଚନା ଦେଇଛନ୍ତି । ନୂତନ ଭାବେ ବିଞ୍ଝାରପୁର ବ୍ଲକ ଅଞ୍ଚଳରୁ ୨୨୦ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀ ଓଡଇଶା ଅଣ ସଙ୍ଗଠିତ ସାମାଜିକ ସୁରକ୍ଷା ବୋର୍ଡ଼ ଅଧିନରେ କାର୍ଡ଼ ଦିଆଯାଇଥିଲା । ଏହି ଶିବିରରେ ବ୍ୟାସନଗର ଉପାଦକ୍ଷ ସୁବାଷ ବଳ, କୋରେଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳେଇ, ସହକାରୀ ଶ୍ରମ ଅଧିକାରୀ ସଂଜିତ ଦେଓ, ଯୁଗ୍ମ ଶ୍ରମଆୟୁକ୍ତି ମଦନ ମୋହନ ପାଇକ ଏହି ଶବିରରେ ଯୋଗଦେଇଥିଲେ ।

Related Posts

About The Author

Add Comment