ନିରାଡ଼ମ୍ବରରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ

Spread the love

ବାରିପଦା,୩/୯/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): କରୋନା କଟକଣା ମଧ୍ୟରେ ଫିକା ପଡ଼ିଛି ବାରିପଦା ପୌରପରିଷଦର ସ୍ବାୟତ୍ତ ଶାସନ ଦିବସ ପାଳନ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ଆଡ଼ମ୍ବର ସହକାରେ ପାଳନ କରା ହେଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁ ସିମୀତ କାର୍ଯ୍ୟକ୍ରମରେ ଏହା ଶେଷ ହୋଇଛି ବାରିପଦା ପୌରପରିଷଦ ପକ୍ଷରୁ ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଥିଲା । ଜିଲ୍ଲାପାଳ ତଥା ପୌରପାଳିକା ପ୍ରଶାସକ ବିନୀତ ଭରଦ୍ୱାଜ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ପୌରପରିଷଦର ପ୍ରଥମ ଉପନଗରପାଳ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ବାୟତ୍ତ ଶାସନ ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ମଧୁବନ ଏବଂ ରଘୁନାଥପୁରରେ ହୋଇଥିବା ଦୁଇଟି ମାଇକ୍ରୋ କମ୍ପାଷ୍ଟି ସେଣ୍ଟର୍(ଏସିସି)କୁ ଲୋକାର୍ପଣ କରିଥିଲେ। ସେହିପରି ଅମୃତ ଯୋଜନା ମାଧ୍ୟମରେ ଶ୍ରୀପଦଗଞ୍ଜ ଏବଂ ବାଗଡିହାରେ ନିର୍ମାଣ କରାଯାଇଥିବା ଦୁଇଟି ପାର୍କକୁ ମଧ୍ୟ ଜିଲ୍ଲାପାଳ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପିଡି ଡିଆରଡିଏ ଦାୟିତ୍ବରେ ଥିବା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ସ୍ଵଧାଦେବ ସିଂ, ପୌରପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ବାରିପଦା ଉପଜିଲ୍ଲାପାଳ ପି. ଅନ୍ବଷା ରେଢ଼ୀ, ବରିଷ୍ଠ କର୍ମଚାରୀ ପଙ୍କଜ କୁମାର ମିଶ୍ର ପ୍ରମୁଖଙ୍କ ସମେତ ପୌରପରିଷଦର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Related Posts

About The Author

Add Comment