ଜେନାପୁର/୦୪/୦୬/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ଗ୍ରାମପଞ୍ଚାୟତ ଅଧିନ ପାଇକରାପୁର ଗ୍ରାମରେ ଗତ ୩ ତାରିଖ ଦିନ ମା ତାରିଣୀଙ୍କର ବିଶ୍ୱାଶାନ୍ତି ମହାଯଜ୍ଞ ନିଡ଼ାମ୍ବରରେ ଉଦଯାପିତ ହୋଇଯାଇଛି । ପ୍ରତ୍ୟକ ବର୍ଷ ଏଠାରେ ବହୁ ଯାକଜମକରେ ମାଆଙ୍କର ଯଜ୍ଞଉତ୍ସବ ପାଳନ କରାଯାଇଥାଏ ଯେମିତିକି ଭଜନ କୀର୍ତ୍ତନ ସାଙ୍ଗକୁ ନାଚଗୀତ ସହ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଧୁମଧାମରେ ପାଳିତ ହୋଇଥାଏ ହେଲେ ଚଳିତ ବର୍ଷ କରୋନା ମହାମାରିର ଦ୍ୱିତୀୟ ଲହର ଚାଲୁଥିବା ବେଳେ ସରକାରଙ୍କର କୋଭିଡ଼ ୧୯ ର ଗାଇଡ଼ ଲାଇନ ଅନୁଯାୟୀ କେବଳ ମାଆତାରିଣୀଙ୍କର ମହାଯଜ୍ଞ ରୀତିନୀତି ଅନୁଯାୟୀ ସାମାଜିକ ଦୂରତା ବଜାଇ ରଖି ସର୍ବଦା ମାକ୍ସ ବ୍ୟବହାର କରି ପାଳନ କରାଯାଇଥିଲା ।ଏହି ଯଜ୍ଞଉତ୍ସବରେ ପାଇକରାପୁର ଗ୍ରାମର ସମସ୍ତ ଯୁବକ ଓ ଗ୍ରାମବାସୀ ମାନଙ୍କ ମିଳିତ ଉଦ୍ୟମରେ ବହୁ ଶାନ୍ତି ସୁଙ୍ଖଳାରେ ଯଜ୍ଞଉତ୍ସବଟି ଉଦଯାପିତ ହୋଇଥିଲା ।
ନିଡ଼ାମ୍ବରରେ ଉଦଯାପିତ ହେଲା ପାଇକରାପୁରର ମା ତାରିଣୀଙ୍କର ବିଶ୍ବଶାନ୍ତି ମହାଯଜ୍ଞଉତ୍ସବ,
|
June 5, 2021 |