ବାରିପଦା ୦୪/୦୭ (ସନ୍ଧାନ ନିଉଜ) ଜେଲ୍ର କୈଣସି ଅଧିକାରୀ ଏବେ ନିଜସ୍ଥାୟୀ ବାସସ୍ଥାନ ଅଞ୍ଚଳରେ ଥିବା ଜେଲ୍ରେ କାର୍ଯ୍ୟ କରିପାରିବ ନାହିଁ । ଏଭଳି ଏକ ନୂଆ ନିଷ୍ପତ୍ତି ନେଇଛି ଜେଲ୍ ବିଭାଗ ।ଜେଲ୍ର ୱର୍ଡରଙ୍କ ଠାରୁ ଆରମ୍ଭ କରି ଅଧିକ୍ଷକଙ୍କ ପର୍ଯ୍ୟନ୍ତ ଅଧିକାରୀ ଅପରାଧିଙ୍କୁ ସହଯୋଗ କରୁଥରବା ଅନେକ ନିଜର ଅସୁଛି । ଜେଲ୍ ବିଭାଗର ଅନେକ ଅଫିସର ଓ କର୍ମଚାରୀ ନିଜ ଜିଲ୍ଲା ଓ ଉପଖଣ୍ଡ ଅଞ୍ଚଳର କାମ କରୁଥିବାରୁ ସେମାନେ ଜେଲ୍ରେ ଅପରାଧିଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାର ଅଭିଯୋଗ ହେଇଛି,ଏମିତିକା ସିମ୍କାର୍ଡ ଏବଂ ନିଶାକାରବାରରେ ଲିପ୍ତ ରହୁଛନ୍ତି । ଏଥିପାଇଁ ଏବେ ନିଜ ଜିଲ୍ଲାରେ ଅଫିସର ଏବଂ ତଳିଆ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ଉପରେ ନୂଆ ନିୟମାବଳୀ ବିଭାଗ ପଷରୁ ଜାରିକରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟର ଏବଂ କାରାଗାର ବିଭାଗ ଅଧିନରେ ୮୫ଟି ଜେଲ୍ କାର୍ଯ୍ୟ କରୁଛି । ଏଥିରେ ପାଖାପାଖି ୩୦୦ ଅଫିସର ଏବଂ ୧୨୦୦ ୱର୍ଡର କାମ କରୁଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଅନେକ ଅଫିସର ନିଜ ଜିଲ୍ଲାର କାର୍ଯ୍ୟ କରୁଥିବା ନଜିର ସାମନାକୁ ଆସିଛି । କାରାଗାର ବିଭାଗର ସ୍ୱଚ୍ଛତା,ଶୃଙ୍ଖଳା,ଗିଣାତ୍ୱକ କାର୍ଯ୍ୟପାଇଁ ବଦଳି ଓ ନିଯୁକ୍ତି କ୍ଷେତ୍ରରେ ଆଦି ଏକ ସ୍ୱତନ୍ତ୍ର ନିଦେ୍ର୍ଧଶନାମା ଜାରି କରାଯାଇଛି । ୱର୍ଡର,ଚିଫ୍ ୱର୍ଡର,ସବ୍-ଆସିଷ୍ଟାଣ୍ଟ ଜେଲ୍ର, ଅସିଷ୍ଟାଣ୍ଟ ଜେଲ୍ର ନିଜ ଉପଖଣ୍ଡ ଅଞ୍ଚଳର କାମ କରିପାରିବେ ନାହିଁ । ସେହିପରି ଜେଲ୍ର ଅଧିକ୍ଷକ, ବାରିଷ୍ଠ ଅଧିଷକ,ଜେଲ ଊଓଏନିଜ ଜିଲ୍ଲାର କାର୍ଯ୍ୟ କରିପାରିବେ ନାହିଁ । ଏହି ଆଧାରରେ ଏଣିକି କାରାଗାର ବିଭାଗରେ ନିଯୁକ୍ତ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି ।
ଲିଙ୍ଗରାଜ ପଣ୍ଡା, ବାରିପଦା
ତାଜା ଖବର
- ସାରା ରାଜ୍ୟରେ ସଡ଼କ ସପ୍ତାହ ପାଳନରେ କୋଇଲା ଓ ଆସ ବୋଝେଇ ଟ୍ରକ ଓ ଟ୍ରଲର ପାଇଁ ଯାଇଛି ଜୀବନ
- ଏଣ୍ଡଳବା ପଞ୍ଚାୟତ ରେ ଖୋଲିଲା ଧାନମଣ୍ଡୀ।
- ଆଜିଠୁ ସମ୍ବଲପୁରୀ ଧନୁଯାତ୍ରା, ୧୯ରେ କଂସ ଵଧ
- ୫୩ ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣାରେ ମହିଳା ମୃତ,ଜଣେ ଆହତ ।
- କୁଲୁଣ୍ଡି ଟାଇଟନିକ କପ୍ କ୍ରିକେଟ ଫାଇନାଲରେ ଦେଦରନୂଆପାଲି ଉପବିଜେତା ପରମାଣପୁର ବିଜେତା
- ସମ୍ବଲପୁର ବେତ୍ରାପଡ଼ାରେ ଲୋକ ସେବକ ମଣ୍ଡଳ ଓ ସମାଜ ରଲିଫ କମିଟି ପକ୍ଷରୁ ୧୦୦ଟି ଗରିବ ଅସହାୟ ପରିବାରକୁ କମ୍ବଳ ବଣ୍ଟନ
- ସବଡେଗାରେ ଚାଲିଛି ମଦର ବନ୍ୟା,ସାପ୍ତାହିକ ହାଟ ସାଜିଛି ପୃଷ୍ଠ ଭୂମି
- ଭୂତଳ ସମ୍ପଦ ଅନ୍ୱେଷଣ ପାଇଁ ଜିଲ୍ଲାରେ ହେଲିକପ୍ଟର ସର୍ଭେ
- ରାଜଗାଙ୍ଗପୁର ବ୍ଲକରେ ଲକ୍ଷେ ଘର ସମାଜ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ରେ ନୂତନ କମିଟି ଗଠନ
- ରାଷ୍ଟ୍ରୀୟ ଯୁବ ଦିବସ ପାଳିତ