ଯାଜପୁର,୭.୬(ସନ୍ଧାନ ନିୟୁଜ/ମାନସ ରାଉତ): ଓଡିଶା ପୁଲିସ ଓ ୟୁନିସେଫ ପକ୍ଷରୁ ମିଳିତ ଭାବେ ସାରା ରାଜ୍ୟରେ ନାବାଳିକା ଶିଶୁଙ୍କ ଯୌନ ଶୋଷଣ ବିରୋଧରେ ସଚେତନତା ପାଇଁ ‘ପରୀ’ ରଥ ପରିକ୍ରମା କରିବା ସହିତ ଲୋକମାନଙ୍କୁ ସଚେତନତା କରାଯାଉଛି । କିନ୍ତୁ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା କରିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏଭଳି ଏକ ସ୍ପର୍ଷକାତର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବଡଚଣା ଥାନା ଅଞ୍ଚଳରେ । ଜଣେ ନାବାଳିକା ତାର ସଂମ୍ପର୍କୀୟ ମାମୁଁ ଦୁଷ୍କର୍ମକରି ଗିରଫ ହେବା ଘଟଣା ସମଗ୍ର ବଡଚଣା ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ବଡଚଣା ଥାନା ଅଧିନସ୍ଥ ଉଦୟନଗରପାଟଣା ଗ୍ରାମର ପ୍ରଫୁଲ ମଲିକଙ୍କ ପୁଅ କ୍ଷେତ୍ରବାସୀ(୨୨) ତାର ସମ୍ପର୍କୀୟ ନାବାଳିକା ଭାଣିଜୀ ପ୍ରତି ଲୋଲୁପ ଦୃଷ୍ଟି ପକାଇ ତାକୁ ଦୁଷ୍କର୍ମ କରିଥିଲା । ପରେ ଶିଶୁଟି ତାର ମା’କୁ ଏହି କଥା କହିବା ପରେ ପୀଡିତାର ମା’ ବଡଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରୀ ଶରତଚନ୍ଦ୍ର ପାତ୍ର ଉକ୍ତ ଗାଁରେ ପହଞ୍ଚି ଅଭିଯୁକ୍ତ ମାମୁଁକୁ ଗିରଫ କରିଥିଲେ । ପୁଲିସ ପୀଡିତା ଓ ମାମୁଁକୁ ଡାକ୍ତରମାଇନା କରିବା ପରେ ଅଭିଯୁକ୍ତ ମାମୁଁକୁ ଆଜି କୋର୍ଟଚାଲାଣ କରି ନାବାଳିକାଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୂଚନା ଥାଉକି ମାତ୍ର ଦୁଇ ଦିନ ପୂର୍ବରୁ ବଡଚଣା ଓ ବୈରୀ ଥାନା ପକ୍ଷରୁ ଏହି ଅଞ୍ଚଳରେ ‘ପରୀ’ରଥ ପରିକ୍ରମା କରିବା ସହିତ ଶିଶୁ ଯୌନଶୋଷଣ ରୋକିବା ଉଦେଶ୍ୟରେ ବ୍ୟାପକ ସଚେତନତା କରାଯାଇଥିଲା ।
ନାବାଳିକା ଭାଣିଜୀକୁ ଦୁଷ୍କର୍ମ ଅଭିଯୋଗରେ ମାମୁଁ ଗିରଫ
|
June 7, 2018 |