ରାଉରକେଲା, ୦୮/୦୧/୨୧ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ କିଛି ନିର୍ଦ୍ଦିଷ୍ଟ ହୋଟେଲ, ସାଇକେଲ ଦୋକାନ, ଗ୍ୟାରେଜ, ଚାଉମିନ ଷ୍ଟଲ ଓ ଜଳଖିଆ ଦୋକାନରେ ଦିନରାତି କାର୍ଯ୍ୟ କରୁଛନ୍ତି କିଛି ନାବାଳକ । ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳରେ ଏକ ନିର୍ଦ୍ଦିଷ୍ଟ ଚାଉମିନ ଷ୍ଟଲରେ ୨ ଜଣ ନାବାଳକ କାର୍ଯ୍ୟ କରୁଥିବା ଅଭିଯୋଗ ହେବା ପରେ ସେହି ଦୁଇ ନାବାଳକଙ୍କୁ ଟାଙ୍ଗରପାଲୀ ପୁଲିସ ଉପସ୍ଥିତିରେ ଗତକାଲି ଚାଇଲଡ଼ ଲାଇନ ‘ଦିଶା’ ପକ୍ଷରୁ ଉଦ୍ଧାର କରା ଯାଇଥିଲା । ଏହି ଘଟଣା ଆଜି ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ପ୍ରଚାରିତ ହେବା ପରେ ବିଭିନ୍ନ ଦୋକାନରେ କର୍ମଚାରୀ ରଖିଥିôବା ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା ପଶିଯାଇଛି ! ଉଦ୍ଧାର ହୋଇଥିବା ଦୁଇ ନାବାଳକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ପରିବାରକୁ ଡକାଇ ଲିଖିତ ବୁଝାମଣା ପରେ ହସ୍ତାନ୍ତର କରାଯାଇଥିଲା ବୋଲି ବିଶ୍ରା ସ୍ଥିତ ଚାଇଲଡ଼ ଲାଇନ ‘ଦିଶା’ର ନିର୍ଦ୍ଦେଶକ ଅବୁଲ କଲାମ ଆଜାଦ ପ୍ରକାଶ କରିଛନ୍ତି । ସାରନଗରୀରେ ନାବାଳକ ଉଦ୍ଧାର ଘଟଣା ପରେ ସାରନଗରୀର ଅନ୍ୟ କିଛି ନିର୍ଦ୍ଦିଷ୍ଟ ଦୋକାନରେ ନାବାଳକ ମାନଙ୍କୁ କାର୍ଯ୍ୟରେ ଲଗାଉଥିôବା ଦୋକାନୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ! ଅନେକ ନାବାଳକ ଭୟରେ ସେ କାର୍ଯ୍ୟ କରିବାକୁ ଦୋକାନ ଆସି ନଥିବା ଦେଖିବାକୁ ମିଳିଥିଲା । ଦୀର୍ଘଦିନରୁ ସାରନଗରୀରେ ନାବାଳକ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲେ ହେଁ, ଅଭିଯୋଗ ପରେ ପୁଲିସ କେବଳ ଚଢଉ କରୁଛି,ହେଲେ ନାବାଳକ ମାନଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ଗୁଡ଼ିକ ପକ୍ଷରୁ ଏତେଟା ତତ୍ପରତା ପ୍ରକାଶ ପାଇ ପାରୁନଥିôବା କିଛି ସାମାଜିକ କର୍ମୀ ମତ ଦେଇଛନ୍ତି । କରୋନା ବେଳାର ଲକଡାଉନ, ସଟଡାଉନ ଯୋଗୁ ଘରେ ପ୍ରାୟତଃ ଆର୍ଥିକ ସମସ୍ୟା ଲାଗି ରହିବାରୁ ଦକ୍ଷିଣ ରାଉରକେଲାର କିଛି ବସ୍ତି ଅଂଚଳର ନାବାଳକ ରାଉରକେଲା ଅବା ଦକ୍ଷିଣ ରାଉରକେଲାରେ ଥିବା ଦୋକାନ, ହୋଟେଲ, ଗ୍ୟାରେଜ, ସାଇକେଲ ଦୋକାନରେ କାର୍ଯ୍ୟକରି କିଂଚିତ ଅର୍ଥ କମାଇବା ଆଶାରେ ରହିବା ଦେଖିବାକୁ ମିଳୁଛି । ସେହିପରି କିଛି ନାବାଳକ କାର୍ଯ୍ୟକ୍ଷେତ୍ରରେ ଅନେକ ସମୟରେ ଅବହେଳିତ ହେଉଥିôବା ପୂର୍ବରୁ ବହୁବାର ନଜିର ରହିଛି ।
ନାବାଳକ ଉଦ୍ଧାର ପରେ ଦୋକାନୀଙ୍କ ମଧ୍ୟରେ କୋକୁଆ ଭୟ!
|
January 8, 2021 |