ନାବାର୍ଡ ସହାୟତାରେ ତୃଣମୂଳ ସ୍ତରରେ ସଚେତନତା ଶିବିର

Spread the love
  •  
  •  
  •  
  •  
  •  

ବଡଚଣା, ୦୭/୦୧(ସନ୍ଧାନ ନିୟୁଜ/ସନ୍ତୋଷ ରାଉତ):- ବଡଚଣା ବ୍ଲକର ସ୍ୱେଚ୍ଛସେବୀ ଅନୁଷ୍ଠାନ ‘ବିଧାତା’ ଓ ନାବାର୍ଡ ସହାୟତାରେ ଚମ୍ପାପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ୫୦ରୁ ଉର୍ଦ୍ଧ୍ୱ ମସିହା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି, ସମ୍ପାଦିକାଙ୍କୁ ନେଇ ତୃଣମୂଳ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠାନର ସଂଯୋଜକ ତପନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନାବାର୍ଡ ଜିଲ୍ଲା ବିକାଶ ମହାପ୍ରବନ୍ଧକ ସୁବ୍ରତ କୁମାର ସାହୁ ଯୋଗଦେଇ ଗୋଷ୍ଠୀ ଗଠନ,ଅଧିବେଶନ ଲେଖା ପ୍ରଣାଳୀ ,ସଭ୍ୟା ଦେୟର ବିନିଯୋଗ ଓ ପଂଚସୂତ୍ରୀ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ବି.ପି.ସି ଜ୍ଞାନନ୍ଦ୍ର କୁମାର ସ୍ୱାଇଁ,ଓଏଲଏମର ବିଏଲସି ସସ୍ମିତା ସେନାପତି , ଓଡିଶା ଗ୍ରାମ୍ୟବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧି ଅମରେନ୍ଦ୍ର ମହାନ୍ତି ଯୋଗଦେଇ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ଶୁଭ୍ରାଂଶୁ ଶେଖର ସାହୁ ସ୍ୱାଗତ ଭାଷଣ ଦେବା ସହ ନାବାର୍ଡର ବହୁ ମୂଲ୍ୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରାଇଥିଲେ । ଶେଷରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ କୈଳାସ ଚନ୍ଦ୍ର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବାସୁଦେବ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment