ଜେନାପୁର, ୨/୯ (ସନ୍ଧାନ ନିୟୁଜ୍) : ନେସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (ନେଷ୍ଟ) ରେ ସଫଳତା ହାସଲ କରିଥିବା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ଅଧିନ ନୂଆଗଡ଼ ଗ୍ରାମ ର ଅଂଶୁମାନ ମଲ୍ଲିକ ଙ୍କୁ ଗୋପବନ୍ଧୁ ପ୍ରେସ କ୍ଲବ ପକ୍ଷରୁ ରବିବାର ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ଯାଜପୁର ଜିଲ୍ଲାରୁ ସେ ଜଣେ ମାତ୍ର ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନାଇଜର ରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରେସ କ୍ଲବ ତରଫରୁ ସଭାପତି ବସନ୍ତ ମଲ୍ଲିକ, ଉପ ସଭାପତି ବାବୁଲି ରାଉତ, ସମ୍ପାଦକ ଚିତ୍ରସେନ ,ସହ ସମ୍ପାଦକ ନିଷ୍କାନ୍ତ ଖଟୁଆ,କୋଷାଦକ୍ଷ ସୁନୀଲ ପାଢ଼ୀ, ଉପଦେଷ୍ଟା ପ୍ରଶାନ୍ତ ସାମଲ,ଅମର ଭୂୟାଁ, , ଅସିତ ନାୟକ, ବିନୟ ଜେନାମଣି ,ସତ୍ୟଜିତ ଦାସ, ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ଜଣେ ଭଲ ମଣିଷ ହୋଇ ହୋଇ ଦେଶ ପାଇଁ କାମ କରିବାକୁ ପରାମର୍ଶ ଦେବା ସହିତ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ପାଇକରାପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଦମ୍ପତି ଟିକମ୍ ମଲ୍ଲିକ ଏବଂ ଜମ୍ବୁଲତା ଦେଇ ଉପସ୍ଥିତ ରହି ଅଂଶୁମାନ ଙ୍କୁ ଆଶୀର୍ବାଦ କରିବା ସହିତ ସମାଜ ପାଇଁ ଉତ୍ସାର୍ଗୀକୃତ ଭାବେ କାମ କରିବାକୁ ପ୍ରେରଣା ଦେଇଥିଲେ।ଅଂଶୁମାନ ନେସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ ପରୀକ୍ଷା ରେ ୭୦ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।ପିଲାଟି ଦିନରୁ ପାଠ ପଢା ପ୍ରତି ଆଗ୍ରହ ରଖିଥିବା ଅଂଶୁମାନ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜବାହାର ନବୋଦୟ ବିଦ୍ୟାଳୟ ପାଣିକୋଇଲି ଠାରେ ଅଧ୍ୟୟନ କରୁଥିଲେ। ସେ ଭବିଷ୍ୟତ ରେ ଜଣେ ବୈଜ୍ଞାନିକ ହୋଇ ଦେଶ ପାଇଁ କାମ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଅଂଶୁମାନ ନୂଆଗଡ଼ ଗ୍ରାମ ର ଅନିରୁଦ୍ଧ ମଲ୍ଲିକ ଏବଂ ସୌଭାଗିନୀ ମଲ୍ଲିକ ଙ୍କ ପୁତ୍ର ଅଟନ୍ତି।ସେ ଏହି ସଫଳତା ର ଶ୍ରେୟ ପିତାମାତା, ଗୁରୁଜନ, ଶିକ୍ଷକ/ଶିକ୍ଷୟିତ୍ରୀ,ତଥା ପରିବାର ସଦସ୍ୟ ଙ୍କୁ ଦେଇଛନ୍ତି।
ନାଇଜର ପାଇଥିବା ଅଂଶୁମାନ ଙ୍କୁ ସମ୍ବର୍ଦ୍ଧିତ କଲା ଗୋପବନ୍ଧୁ ପ୍ରେସ କ୍ଲବ ।
|
September 2, 2024 |