ନଥିବା ଜାଗାକୁ ଦେଲେନି, ଥିବା ଜାଗାକୁ ଦେଲେ

Spread the love
  •  
  •  
  •  
  •  
  •  

ବାରିପଦା ୨୭/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଇଂରାଜୀ ସ୍ଵୟଂ ବିତ୍ତୀୟ‌ ବିଭାଗକୁ ନିୟମିତ ସରକାରୀ ବିଭାଗରେ ପରିଣତ କରିବାକୁ ଘୋଷଣା କରିବା ସହ ଜଣେ ପ୍ରଫେସର, ଜଣେ ଆସୋସିଏଟ ପ୍ରଫେସର ଓ ଦୁଇଜଣ ସହକାରୀ ପ୍ରଫେସରଙ୍କ ନିଯୁକ୍ତି ପାଇଁ କରିଥିଲା ଉଚ୍ଚଶିକ୍ଷା ବିଭାଗ ତେବେ କେନ୍ଦୁଝର ଜିଲ୍ଲାରେ ଥିବା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ୍‌ର ଇଂରାଜୀ ବିଭାଗରେ ପୂର୍ବରୁ ଦୁଇଟି ନିୟମିତ ଶିକ୍ଷକ ପଦ ଥିଲେ ବି ପୁଣି ଉକ୍ତ ୪ ନୂଆ ପଦକୁ କେନ୍ଦୁଝର କ୍ୟାମ୍ପକୁ ଦେଇ ଦେଇଛି ବିଭାଗ।ଏ ନେଇ ବିଜ୍ଞାପନ ସଂଖ୍ୟା ୩୫/୦୪.୦୧.୨୦୨୦ରେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଏହି ନିର୍ଦ୍ଦେଶ ଦ୍ଵାରା ଶିକ୍ଷା ବିଭାଗ ମୟୁରଭଞ୍ଜବାସୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗ କରିଛନ୍ତି ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଏହି ନିଷ୍ପତ୍ତି ଦ୍ବାରା ବାରିପଦାସ୍ଥିତ ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପରେ ଇଂରାଜୀ ସ୍ନାତକୋତ୍ତର ବିଭାଗ ସବୁ ଦିନ ପାଇଁ ବିତ୍ତୀୟ ବିଭାଗରେ ରହିଯିବା ଆଶଙ୍କା ଉପୁଜିଛି। ସେହିପରି ଏଠାରେ ବର୍ଷ ବର୍ଷ ଧରି ଚାଲିଥିବା ସ୍ନାତକୋତ୍ତର ଓଡ଼ିଆ, ନୃତତ୍ତ୍ବ ଓ ଆଦିବାସୀ ଶିକ୍ଷା, ବନ୍ୟପ୍ରାଣୀ ଓ ଜୈବ ବିବିଧତା, ବାଣିଜ୍ୟ, ସମାଜସେବା, ଗଣିତ, ଶିକ୍ଷା, କମ୍ପ୍ୟୁଟର ବିଜ୍ଞାନ, ସଂଯୁକ୍ତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ, ଇଂରାଜୀ ପରି ସ୍ୱୟଂ ବିତ୍ତୀୟ ବିଭାଗଗୁଡ଼ିକୁ ବନ୍ଦ କରାଇ ସରକାର ନିୟମିତ ବିଭାଗରେ ପରିଣତ କରାଇବା ପାଇଁ ୫୦ରୁ ଅଧିକ ନିୟମିତ ସରକାରୀ ଶିକ୍ଷକ ପଦକୁ ୨୦୧୮ ରେ ମଞ୍ଜୁରୀ ଦେଇଥିଲେ ।ତତ୍କାଳ ଏହି ପଦଗୁଡ଼ିକୁ ପୂରଣ ପାଇଁ ଥିଲା ନିର୍ଦ୍ଦେଶା ହେଲା ଏହା କାର୍ଯ୍ୟକାରୀ ହେଲାନି। ଫଳରେ ଛାତ୍ରଛାତ୍ରୀମାନେ ବର୍ଷକୁ ୨୦ରୁ ୫୦ ହଜାର ଟଙ୍କା ଦେଇ ପାଠ ପଢୁଛନ୍ତି । ଆଉ ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି ସ୍ବଳ୍ପ ସଂଖ୍ୟକ ଠିକା ଶିକ୍ଷକ ଉଚ୍ଚଶିକ୍ଷା ବିଭାଗର ଏହି ଅବହେଳା ଆଦିବାସୀ ଅଧୁଷିତ ମୟୁରଭଞ୍ଜ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ବାଟବଣା କରୁଛି ଓ ଶହଶହ ମେଧାବୀ ପିଲା ଆର୍ଥିକ ଶାଷଣର ଶିକାର ହୋଇ ପାଠପଢ଼ା ଛାଡୁଛନ୍ତି ବୋଲି ଅଭିଯୋଗ ହେଉଛି।  ସରକାର ଏଥିରେ ହସ୍ତକ୍ଷେପ କରି

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜର ଦିଅନ୍ତୁ ଓ ତୁରନ୍ତ ଖାଲି ପଡ଼ିଥିବା ନିୟମିତ ସରକାରୀ ଶିକ୍ଷକ ପଦଗୁଡ଼ିକ ପୂରଣ କରାନ୍ତୁ ବୋଲି ଜିଲ୍ଲାର ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଦାବି କଲେଣି। ଏଥି ସହିତ ବିଭାଗୀୟ କର୍ତ୍ତୁପକ୍ଷ ବର୍ଷ ବର୍ଷ ଧରି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦକୁ ପୂରଣ ନ କରିବା, ଶିକ୍ଷା ନାମରେ ପିଲାମାନଙ୍କୁ ଆର୍ଥିକ ଶୋଷଣ କରିବା, ନିୟମିତ ସରକାରୀ ବିଭାଗରେ ପଢ଼ିବାରୁ ବଞ୍ଚିତ କରାଇବା, ବିତ୍ତୀୟ ବିଭାଗକୁ ଚାଲୁ ରଖାଇବା ନିମନ୍ତେ ଚକ୍ରାନ୍ତ ଚଳାଇବା, ତଞ୍ଚକତା କରି କେତେକ ନିୟମିତ ଶିକ୍ଷକ ପଦକୁ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପରିସର କେନ୍ଦୁଝରକୁ ଦେଇ ଦେବାର ପ୍ରତିବାଦରେ ଜିଲ୍ଲାବାସୀ ଗଣଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ରାଜ୍ୟ ଭାଷା ସୁରକ୍ଷା ସମ୍ମଳନୀର ଜିଲ୍ଲା ସଭାପତି ଶରତ ଚନ୍ଦ୍ର ନାୟକ, ଆଇନଜୀବୀ ବସନ୍ତ କୁମାର ମହାନ୍ତ, ସଚିଦାନନ୍ଦ ଆଚାର୍ଯ୍ୟ, ବଳାଙ୍ଗୀ ମହୋତ୍ସବର ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, ଧୀରେନ୍ଦ୍ର ନାଥ ସାସମଲ, ଜ୍ଞାନରଞ୍ଜନ ତ୍ରିପାଠୀ, ଜଗନ୍ନାଥ ଦେ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏଥିସହ ଶତାଧିକ ବ୍ୟକ୍ତିଙ୍କ ସ୍ଵାକ୍ଷର ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

Related Posts

About The Author

Add Comment