ଧାମରାରୁ ବିରଳ ମାଛ ଧରା ହେଲା; ବଢୁଛି ଦର ଦାମ

Spread the love

ଚାନ୍ଦବାଲି, ୨୦/୬ (ସନ୍ଧାନ ନିୟୁଜ/ରମେଶ ନାୟକ) : ଧାମରାରୁ ଧରା ପଡିଛନ୍ତି ଏମିତି କିଛି ବିରଳ ମାଛ, ଯାହାର ବଜାର ଦର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତିକି ଏହି ମାଛର କିଲୋ ପିଛା ଦାମ୍ ପ୍ରାୟ ସାଢ଼େ ୬ହଜାର ଟଙ୍କା। ଗୋଟିଏ ଗୋଟିଏ ମାଛର ଓଜନ ପ୍ରାୟ ୩୦ କିଲୋ ହେବ, ଅର୍ଥାତ୍ ଏହାର ଦାମ୍ ପାଖାପାଖି ୧ଲକ୍ଷ ୮୦ ହଜାର ଟଙ୍କା ହେବବୋଲି ଜଣାପଡ଼ିଛି।

 ଏହି ବିରଳ ମାଛକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ। ‘ତେଲିଆ’ ନାଁରେ ପରିଚିତ ଏହି ମାଛ ବହୁ କମ୍ ପରିମାଣରେ ଦେଖାଯାନ୍ତି। ଧାମରା ଅଞ୍ଚଳରୁ ଗଭୀର ସମୁଦ୍ରରେ ମାଛ ମାରିବାକୁ ଯାଇଥିବା କିଛି ମତ୍ସଜୀବୀ ଏଭଳି ପ୍ରାୟ ୧୦ଟି ମାଛ ଧରିବା ପରେ ସେ ସବୁକୁ ବେଶ୍ ଚଢ଼ା ଦରରେ କିଣି ରାଜ୍ୟ ବାହାରକୁ ବ୍ୟବସାୟୀ ପଠାଇଥାନ୍ତି। ବର୍ଷକୁ ଥରେ ଦୁଇ ଥର ଏହି ମାଛକୁ ଧରାଯାଏ ବୋଲି ଜଣେ ମତ୍ସଜୀବୀ କହିଛନ୍ତି।

Related Posts

About The Author

Add Comment