ଧାମନଗରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ:ପୁଲିସ ଉପସ୍ଥିତିରେ ତହସିଲଦାରଙ୍କୁ ଗାଳି ଓ ଧମକ ପ୍ରତିବାଦରେ ତହସିଲ ଓ ବ୍ଲକ କର୍ମଚାରୀଙ୍କ ଧାରଣା
|
October 18, 2019 |


ଥାନାରେ ସଂପୃକ୍ତ ଯୁବକଙ୍କ ନାମରେ ଏକ ଅଭିଯୋଗ କରିବାରୁ ପୁଲିସ ଥାନାରେ କେଶ ନଂ-୨୨୩/୧୯ରେ ଏକ ମାମଲା ରୁଜୁ କରି ଚୁପ ହୋଇ ବସିଛି । ଏହାର ପ୍ରତିବାଦରେ ଆଜି ଧାମନଗର ତହସିଲ ଓ ବ୍ଲକ କର୍ମଚାରୀମାନେ ଫାଟକ ନିକଟରେ ପ୍ରତିକ ଧାରଣାରେ ବସି କଲମ ଛାଡ ଆନ୍ଦୋଳନ କରିଥିଲେ । ଯେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଧାରଣାରତ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ଜଣେ ସରକାରୀ ପଦସ୍ଥ ଅଫିସଙ୍କୁ ପୁଲିସ ଉପସ୍ଥିତିରେ ଗାଳି ଗୁଲଜ ଓ ତାଙ୍କ ଚାକିରି ଖାଇବାର ଧମକ ଏହା ଏକ ଅଗଣତ୍ରାନ୍ତ୍ରିକ ଦର୍ଶାଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହାକୁ ଘୋର ବିରୋଧ ଓ ଘଟଣାର ଦୃଢ ନିନ୍ଦା କରିଛି । ଏହି ପ୍ରତିକ ଧାରଣାକୁ ଦଳ ସମର୍ଥନ କରି ଏଥିରେ ଦଳର ଜିଲା ସାଧାରଣ ସଂପାଦକ ଅଶୋକ କୁମାର ପୁହାଣ, ଜିଲା ଉପସଭାପତି ଚତ୍ରୁଭୂଜ ନାୟକ, ସରପଂଚ ନିମାଇଁ ନାୟକ, ରାଜେନ୍ଦ୍ର ସାହୁ, ଗୟାଧର ନାୟକ ଓ ପ୍ରଫୁଲ୍ଲ ପାତ୍ର, ଶ୍ରୀକାନ୍ତ ନାୟକ ପ୍ରମୁଖ ସାମିଲ ହୋଇ ଧାରଣାରେ ବସିଥିଲେ । ଏହି ଘଟଣାକୁ ନେଇ ତହସିଲ ଓ ବ୍ଲକ କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁନଥିବା ବେଳେ ଅଧିକାଂଶ ସମୟରେ ଏହି ଦୁଇ କାର୍ଯ୍ୟାଳୟରେ ମଦପ୍ୟଙ୍କ ଅବାଦରେ ପ୍ରବେଶ କରି କର୍ମଚାରୀଙ୍କୁ ଆଶାଳିନ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଆଜି ଏହି ଧାରଣା ଯୋଗୁଁ ଉଭୟ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ନିଜର କାମ ନକରିପାରି ନିରାଶ ହୋଇ ଘରକୁ ଫେରିଥିଲେ । ଅପରପକ୍ଷେ ପୁଲିସ ଉପସ୍ଥିତିରେ ଜଣେ ତହସିଲଦାରଙ୍କୁ ମଦ୍ୟପ ଯୁବକଙ୍କ ଗାଳିଗୁଲଜକୁ ଧାମନଗର ଅଂଚଳର ବୁଦ୍ଧିଜିବୀ ଓ ସାଧାରଣ ନାଗରିକ ନାପସଂନ୍ଦ କରିଛନ୍ତି । ଯେଉଁଠି ଜଣେ ମାଜିଷ୍ଟେଟ ସୁରକ୍ଷିତ ନୁହନ୍ତି ସେଠାରେ ସାଧାରଣ ଲୋକ କେତେ ସୁରକ୍ଷିତ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶ ଥାଉକି ନିକଟରେ ରାଜ୍ୟ ସରକାର ୫-ଟି ଯୋଜନାରେ ଥାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତିଗତ ଓ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ପୁଲିସ ଏହି ନିର୍ଦ୍ଦେଶକୁ ଗ୍ରହଣ କରି ନିଜ ଉପରକୁ ଦୋଷ ନନେଇ ଏବଂ ନିଜ ଚାକିରିକୁ ସୁରକ୍ଷିତ ରଖି ଅଭିଯୁକ୍ତକୁ ଧରିଲାନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଯାହାଫଳରେ ୫-ଟି ପ୍ରଭାବରେ ଚୁପ ରହିଲା ପୁଲିସ, ଗାଳି ଶୁଣିଲେ ତହସିଲଦାର ବୋଲି କୁହାକୁହି ହେଉଛନ୍ତି ।