ସୁନ୍ଦରଗଡ଼ ତା୧୯/୧୨/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ପ୍ରତିବର୍ଷ ପରି ଚାଷୀ ତାର ବିଲରେ ଥିବା ଧାନ ଅମଳ କରି ସାରିଲାପରେ ତାର କିଣାବିକା ପାଇଁ ସମବାୟ ସଂସ୍ଥା ମାଧ୍ୟମରେ କିଣାବିକା କରିଥାଏ । ଏହି ପରିପେକ୍ଷିରେ ଆଜି ସବଡେଗା ବ୍ଲକ ର ଲ୍ୟାମ୍ପସ ରେ ଏକ ସଭା ହୋଇଥିଲା ।ଏଥିରେ ଅଞ୍ଚଳର ଚାଷୀ ଓ ସଂଗଠନ ର ସଭାପତିଙ୍କ ଶ୍ରୀଯୁକ୍ତ ଗୁଳସନ କୁମାର ବାରୁଆ , ଲ୍ୟାମ୍ପସ କର୍ମକର୍ତା ଓ ଧାନ ଡିଲରଙ୍କ ଉପସ୍ଥିତିରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବେଦବ୍ୟାସ, ବରଗଡ ,ଝାରମୁଣ୍ଡାର ଡ଼ିଲରଙ୍କ ସହିତ ଚାଷୀଙ୍କ ଧନ କିଣାର ସମସ୍ତ ସୁବିଧାଉପରେ ବିଚାର କରାଯାଇଥିଲା । ଏହି ଧାନ କିଣାବିକା ପାଇଁ ଦୁଇ ଲ୍ୟାମ୍ପସ କର୍ମଚାରୀଙ୍କୁ ଉପଯୁକ୍ତ ତାଲିମ ଦିଆଯାଉଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ସମସ୍ତ ପ୍ରକାର ପ୍ରସ୍ତୁତି ହେଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଡିଲରଙ୍କ ପକ୍ଷରୁ ମେସିନ ଆସି ନ ଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଆସନ୍ତା କାଲିଠାରୁ ଧାନ କିଣା ଆରମ୍ଭ ହେବ ବୋଲି ସୂଚନା ମିଳୁଥିବା ବେଳେ ଟୋକନ ଅନୁଯାଇ ଧାନ କିଣା କରାଯିବାକୁ ଅଞ୍ଚଳର ଚାଷୀ ସଂଗଠନ ତରଫରୁ କୁହାଯାଇଛି । ବିନା ଟୋକନରେ ଧାନ ନ କିଣିବାକୁ ଲ୍ୟାମ୍ସ କତ୍ତୃପକ୍ଷ ଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି ।
ଧାନକିଣା କୁ କେନ୍ଦ୍ର କରି ସବଡେଗା ଲ୍ୟାମ୍ପସରେ ହଟ୍ଟଗୋଳ
|
December 20, 2021 |
