ଧର୍ମଶାଳା ର ପୂର୍ବତନ ବିଧାୟକ ସ୍ଵର୍ଗତ କାଙ୍ଗାଳି ଚରଣ ପଣ୍ଡା ଙ୍କ ୮୨ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

Spread the love

ଯାଜପୁର, :୨୯/୯/୨୬ (ସନ୍ଧାନ ନ୍ୟୁଜ)  ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସ୍ଵର୍ଗତ କାଙ୍ଗାଳି ଚରଣ ପଣ୍ଡା ଙ୍କ ୮୨ତମ ଜନ୍ମ ଜୟନ୍ତୀ ଉତ୍ସବ ଆଜି ଜାରକା ସ୍ଥିତ ପ୍ରୟାଗ ମଣ୍ଡପ ଠାରେ ରସୁଲପୁର ବ୍ଲକ କଂଗ୍ରେସ ନେତା ମିହିର କୁମାର୍ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି, ଏହି ଜନ୍ମ ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ର ନେତା ସୁଧାଂଶୁ ଦେଓ, ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା, ରାଜ୍ଯ କଂଗ୍ରେସ ନେତ୍ରୀ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟ, ମଧୁସୂଦନ ସାହୁ , ସନତ ଜେନା, ଯୋଗେନ୍ଦ୍ର ପଣ୍ଡା, ହରେକୃଷ୍ଣ ସାହୁ, ସରୋଜ ଦାସ, ସତ୍ୟସ୍ୱରୁପ୍ ସାହୁ, ଅନନ୍ତ ସ୍ବାଇଁ, ନଟବର ସେଠୀ, ହରିହର ମଲ୍ଲିକ, ବିଦ୍ୟାଧର ଧଳ, ପ୍ରଶାନ୍ତ ରାଉତ,,ଧର୍ମଶାଳା ବ୍ଲକ କଂଗ୍ରେସ ସଭାପତି ସଂଜୟ ରାଉତ ପ୍ରମୁଖ ଯୋଗଦେଇ ଥିଲେ,  ବରିଷ୍ଠ ସାମ୍ବାଦିକ ରମାକାନ୍ତ ଜେନା,, ଅଖିଳ ସ୍ୱାଇଁ ପ୍ରାରମ୍ଭରେ ଅତିଥି ମାନେ ସ୍ଵର୍ଗତ କାଙ୍ଗାଳି ଚରଣ ପଣ୍ଡା ଙ୍କ ଫଟୋ ଚିତ୍ରରେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥଲେ। କାଙ୍ଗାଳି ବାବୁ ଜଣେ ସମାଜସେବୀ ଭାବରେ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସେବକ ଭାବେ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ, ରାଜନୀତି କ୍ଷେତ୍ରରେ ରସୁଲପୁର ବ୍ଲକ ରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ, ସେ ମଧ୍ୟ ଚାଷୀ ମାନଙ୍କ ସମସ୍ୟାକୁ ଦୂରୀଭୂତ କରିବା ପାଇଁ ସେବା ସମବାୟ ସମିତି ପକ୍ଷରୁ କୃଷି ଋଣ ଯୋଗାଇ ଦେଉଛନ୍ତି,ପରବର୍ତ୍ତୀ ୧୯୮୦ମସିହାରେ କଂଗ୍ରେସ ଦଳରୁ ଟିକେଟ ନପାଇବାରୁ ଧର୍ମଶାଳା ନିର୍ବାଚନମଣ୍ଡଳୀର ସଧାରଣ ଲୋକ ମାନଂକ ଦାବୀ ରଖି ସ୍ଵାଧୀନ ଭାବରେ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ, ପରବର୍ତ୍ତୀ ୧୯୮୫ରେ କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ସେ ଧର୍ମଶାଳା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସମସ୍ତ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଚିନ୍ତା ହଜାରେ ଦିନରେ ହଜାରେ ଶିଳ୍ପ। ସେ ନେଇ ଜାରକା ଠାରେ ଯୁବ ଗୋଷ୍ଟିର ପ୍ରଗତି ପାଇଁ ଶିଳ୍ପାଞ୍ଚଳ କରି ଥିଲେ, ଧର୍ମଶାଳା ହେଉଛି ବନ୍ୟାଞ୍ଚଳ, ବ୍ରାହ୍ମଣୀ, ଖରସୁଆଁ, କେଲୁଆ ନଦୀ ପ୍ରବାହିତ, ସଧାରଣ ଲୋକଙ୍କ ସୁରକ୍ଷା ପାଇଁ ନଦୀ ବନ୍ଧା କୁ ସୁଦୃଢ଼ କରିଥିଲେ, ଜଳସେଚନ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ପୂର୍ତ୍ତ ବିଭାଗ ବିଭାଗ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟକ୍ରମ ଆଗେଇ ନେଉଥିଲେ, ଏଠାରେ ଏକ ନୂତନ ତହସିଲ କାର୍ଯ୍ୟାଳୟ ଖୋଲି ସଧାରଣ ଲୋକ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ସେ ଜଣେ ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହୋଇ ଥିଲେ। ପରବର୍ତ୍ତୀ ସମୟରେ ସେ ନିର୍ବାଚନ ରେ ପରାଜୟ ବରଣ କରିଥିଲେ ମଧ୍ୟ ଲୋକ ମାନଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରି ପ୍ରିଗତା ଅର୍ଜନ କରିଥିଲେ, ସେ ଆମ୍ଭ ମାନଂକ ସହ ନାହାଁନ୍ତି , ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ଏହି ଅନୁଷ୍ଠାନ ପକ୍ଷରୁ ପଦ୍ମିନୀ ଡାକ୍ତରଖାନା ର ଡାକ୍ତର ମାନଂକ ସହାୟତାରେ ଶତାଧିକ ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ସ୍ଵର୍ଗତ କାଙ୍ଗାଳି ଚରଣ ପଣ୍ଡା ଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ୫ଶହରୁ ଅଧିକ ପୁରୁଷ ଓ ମହିଳା ମାନେ ଯୋଗ ଦେଇଥିଲେ।

Related Posts

About The Author

Add Comment