ଧର୍ମଶାଳା ବିଧାୟକଙ୍କୁ ଟିକେଟ ନଦେବା ଦାବିରେ କୁଶ ପୁତ୍ତଳିକା ଦାହ

Spread the love

ଯାଜପୁର,୯/୨(ସନ୍ଧାନ ନିୟୁଜ/କାର୍ତିକ ସ୍ୱାଇଁ) ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ବିଜୁ ଜନତା ଦଳ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସଲ ସାମର୍ଥ୍ୟ ଓ ପରିଚୟ । ହେଲେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ବିଭିନ୍ନ ପ୍ରକାର ଦୁର୍ନିତି ଓ ଭ୍ରଷ୍ଟାଚାରରେ ଛନ୍ଦି ହୋଇ ପଡିଛନ୍ତି । ଏଥିପାଇଁ ସମଗ୍ର ରାଜ୍ୟରେ ବି.ଜେ.ଡି ପ୍ରଶ୍ନବାଚୀର ସମ୍ମୁଖୀନ ହେଉଥିବା ବେଳେ ଧର୍ମଶାଳାର ସ୍ୱାଭିମାନ କ୍ଷୁଣ୍ଣ ହୋଇଛି । ଏଥିପାଇଁ ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ କିମ୍ବା ତାଙ୍କ ପରିବାରରୁ କୌଣସି ବ୍ୟକ୍ତିଙ୍କୁ ଟିକେଟ ନଦେବା ଦାବି କରି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ଧର୍ମଶାଳା ବ୍ଲକର ଜେନାପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଳିଆଘୋଡା ମନ୍ଦିର ନିକଟରେ କେତେକ ବ୍ୟକ୍ତି ଏକାଠି ହୋଇ ହାତରେ ପ୍ଲାକାର୍ଡ ସହ କୁଶପୁତ୍ତଳିକା ଦାହ ନେଇ ରାଜନୀତି ସରଗରମ ହୋଇଛି । ଏଥିରେ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳର ଜିନ୍ଦାବାଦ ପକାଯାଉ ଥିବା ବେଳେ ଧର୍ମଶାଳା ବିଧାୟକଙ୍କ ମୁର୍ଦ୍ଦାବାଦ ଧ୍ୱନୀ ଦିଆଯାଇଥିଲା । ଯାରକା ଜଙ୍ଗଲ ଜମି ବିଧାୟକ ଦଖଲ କରିଥିବା ବେଳେ ବାଲିସାହି ଅଂଚଳର ବହୁ ଜମିକୁ ଜଙ୍ଗଲ କିସମ କରାଯିବା, ଘଙ୍ଗାପାଟଣା ଜଙ୍ଗଲ ଜମି ଦଖଲ, ଇଛାଧୀନ କୋଟା ଓ ପ୍ଲଟ ଦୁର୍ନିତି, କଳ୍ପତରୁଙ୍କ କୋଣାର୍କ ଟି ଭି ଦୁର୍ନିତି, ରାଜ୍ୟସଭାରେ କ୍ରସଭୋଟ ଅଭିଯୋଗରେ ନବୀନଙ୍କ ଦ୍ୱାରା କଳ୍ପତରୁ ଦଳରୁ ସସପେଣ୍ଡ ହେବା, ଚିଟଫଣ୍ଡ ଓ ଡି ବ୍ରଦର୍ସ ଲିଙ୍କରେ ବିଧାୟକଙ୍କୁ ସି.ବି.ଆଇ ଜେରା, ବିପୁଳ ପରିମାଣର କଳାଧନ ମାଲିକ ହେବା, ରାଜନୀତିର ବ୍ୟବସାୟୀକରଣ, ଧର୍ମଶାଳାର ପାହାଡ ପର୍ବତ ଲୁଟ ପାଇଁ ସରକାର ବଦନାମ ହେବା ସହ ୨୫ କୋଟି ଜରିମାନା ପ୍ରଦାନ ପାଇଁ କୋର୍ଟ ନିଦେ୍ର୍ଦଶ, ଧର୍ମଶାଳାର ଲୋକ ନହୋଇ ଧର୍ମଶାଳାରେ ପାରିବାରିକ ଶାସନ, ବାପା ପରେ ପୁଅ ବିଧାୟକ ହେବା ଏବଂ ଭାଇ ଚେୟାରମ୍ୟାନ ହେବା ଆଦି ନେଇ ପ୍ଲାକାର୍ଡ ଗୁଡିକରେ ଉଲ୍ଲେଖ ଥିଲା ।

Related Posts

About The Author

Add Comment