ଧର୍ମଶାଳା ଅଂଚଳରେ ନକଲି ଡାକ୍ତର ଓ ବେଆଇନ ଔଷଧ ଦୋକାନ ବଢ଼ିବାରେ ଲାଗିଛି, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

Spread the love
  • 7
  •  
  •  
  •  
  •  
    7
    Shares

ଧର୍ମଶାଳା, ୨୧ /୩ (ସନ୍ଧାନ ନିଉଜ)-ସଂପ୍ରତି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକର ବିଭିନ୍ନ ଛକ,ବଜାର ଓ ଗ୍ରାମଂଚଳରେ ବ୍ୟାପକ ମାତ୍ରାରେ ନକଲି ଡାକ୍ର ଓ ବେଆଇନ ବଢଚାଲିଛି । ଉକ୍ତ ବ୍ଳକରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟୟ ହୋଇଥିବା ବେଳେ ନକଲି ଡାକ୍ତର ଓ ଔଷଧ ଦୋକାନୀ ମାନେ ଫାଇଦା ଉଠାଇବାରେ ବ୍ୟସ୍ତ ରହିଛନ୍ତ । ଖବର ନେବାରୁ ଜଣାଯାଏ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରାୟ ୧୧ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର କୋତପୁର, ଅରାବଳ, ଗଙ୍ଗାଧରପୁର, ହରିଦାସପୁର, ଆରୁହା, ଗଡମଧୁପୁର, ରାମଚନ୍ଦ୍ରପୁର ,ବାଲସାହି, ଜେନାପୁର ଓ କବାଟବନ୍ଧ ପ୍ରଭୁତି ସ୍ଥାନର ରହିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ରୋଗୀ ସେବା ପାଇବାରୁ ନକଲି ଡାକ୍ତର,ବେଆଇନ ଔଷଧ ଦୋକାନ ମାନ ଖୋଲାଯାଇ ଔଷଧ ନିମନ୍ତେ ତଟିଆ କାମୁଡିଲା ଖୋଲାଯାଇ ରୋଗୀସେବାତ ଦୂରର କଥା, ଖଟିକିଆ ଓ ସାଧାରଣ ଲୋକମାନେ ପ୍ରଚୁର ଅର୍ଥ ଶିକାର ହେଉଛନ୍ତି । ସାମାନ୍ୟ ରୋଗପାଇଁ ପ୍ରଚୁର ପଇସା ଦେଇ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜାଣିବା ସହ ଡ୍ରଗ୍ସ ବିଭାଗ ବଟି ନେଇ ଏମାନଙ୍କୁ ପୋ୍ରସ୍ôାହନ ଯୋଗାଉଛି । କାହାକୁ କହିବ ଶୁଣିବ କିଏ ଏଥି ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ସଚ୍ଚିବ ଏବଂ ରାଜ୍ୟ ଡ୍ରଗ କଂଟୋ୍ରଲର ଗୁରୁତ୍ୱ ଦେଇ ତଦନ୍ତ କରିବା ସହ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି ।

 

  • 7
    Shares

Related Posts

About The Author

Add Comment