ଯାଜପୁର/୦୫/୦୫(ସନ୍ଧାନ ନ୍ୟୁଜ୍)ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କୁମାରୀ ପ ।ୟତର ଜାମୁବଣିଆଠାରେ ରହୁଥିବା ଅଜିତ୍ ଜେନାଙ୍କ ପୁଅ ଅର୍ଜିତ ଜେନାଙ୍କ
(ବୟସ ୨୨) ରାହାଡପୁର ଠାରେ ଏକ କ୍ରସରରେ ଅମାନୁସିକ ଭାବେ ପିଟିପଟି ମାରିଦେଇଥିବା ବେଳେ
ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ତାଙ୍କ ବାପା,
ମାଆ ଓ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହିତ କିପରି ଦୋଷୀ ମାନଙ୍କୁ ଆଇନ ଅନୁଯାୟୀ
କଠୋର ଦଣ୍ଡ ଦିଆଯିବ ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇବେ, ଆବଶ୍ୟକ ପଡିଲେ ପୋଲିସ ଡି.ଜି ଓ ଆ.ଇଜି
ଙ୍କୁ ଅବଗତ କରାଇବେ ଏବଂ ତାଙ୍କ ସହିତ ଉପସ୍ଥିତ ଥିଲେ ଜୋନ ନଂ-୧୪ ଜିଲ୍ଲାପରିଷଦ ସଭ୍ୟ ଜଳଧର
ମହାନ୍ତି, ଧର୍ମଶାଳା ବ୍ଲକ୍ ବିଜେଡି ସଭାପତି ପ୍ରସନ୍ନ ରାଉତ, ଜିଲ୍ଲା ବିଜେଡି ଛାତ୍ର ସଭାପତି ସୌମ୍ୟପ୍ରକାଶ ବିଶ୍ୱାଳ
ଓ ବିଜୁ ଜନତା ଦଳର ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ । ତାଙ୍କ ପରିବାର ଲୋକ କହିବା ମୂତାବକ ଟଙ୍କା ପଇସା
ହିସାବ ବାବଦକୁ ନେଇ ଅର୍ଜିତ ଜେନାଙ୍କୁ ନିର୍ମମ ଭାବେ ରଡରେ ପିଟିବା ସହିତ ଗରମ ତେଲ ଢାଳିଥିଲେ, ପୁଅ
ଘରକୁ ନଫେରିବାରୁ ତାଙ୍କ ପରିବାର ବର୍ଗ କୌଣସି ସୁତ୍ରରୁ ଖବର ପାଇ କ୍ରସର ପାଖରୁ ଅର୍ଜିତ ଜେନାଙ୍କୁ ଉଦ୍ଧାର
କରିଥିଲେ, ପରବ ର୍ୀ ସମୟରେ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ନେଇଥିବା ବେଳେ ସେଠାରେ
ଡାକ୍ତର ଅର୍ଜିତ ଜେନାଙ୍କୁ ମୃତ ଘୋଷଣା କରଇଥିଲେ । ଏପର୍ଯ୍ୟନ୍ତ ମୁଖ୍ୟ ଆସାମି ସହିତ ସମସ୍ତ ଅଭିଯୁକ୍ତଙ୍କୁ
ପୋଲିସ ଗରିଫ କରି ନଥିବାରୁ ଧର୍ମଶାଳାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସାରା ଧର୍ମଶାଳାରେ ଉଦବେଗ
ପ୍ରକାଶ ପାଇବା ସହିତ ପୋଲିସର ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଶାନ୍ତ ଧର୍ମଶାଳା ଏବେ
ଅଶାନ୍ତର କେନ୍ଦ୍ରବିନ୍ଦୁ ପାଲଟିଛି ଏବଂ ଧର୍ମଶାଳା ଲୋକଙ୍କର ଏବେ ପୋଲିସ ଉପରୁ ବିଶ୍ୱାସ ଓ ଭରସା ତୁଟିଯାଇଛି,
ଧର୍ମଶାଳାକୁ ଅଶାନ୍ତ କରିବାରେ ଖଣି ମାଫିଆଙ୍କ ସାଥିରେ ପୋଲିସର ମଧୁଚନ୍ଦ୍ରିକା ଚାଲିଛି ବୋଲି ସାଧାରଣରେ
ଚର୍ଚ୍ଚା ହେଉଛି । ଏଣୁ ପୋଲିସ ଆସାମି ମାନଙ୍କୁ ଗିରଫ୍ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ସାଧାରଣ ଲୋକଙ୍କ ଆଶା
ଓ ବିଶ୍ୱାସ ଫେରି ପାଇବେ ।
ଧର୍ମଶାଳାର ମୃତକଙ୍କ ପରିବାରଙ୍କୁ ଭେଟିଲେ ସୁଲତା ଓ ପ୍ରଣବ
|
May 5, 2025 |
