ଯାଜପୁର,୨୬/୨ (ସନ୍ଧାନ ନିଉଜ/ସନ୍ତୋଷ ରାଉତ ) ରାଜ୍ୟର ନୁହେଁ ବରଂ ଦେଶର ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଦଃୁଖୀ ଏବଂ ଗରୀବଙ୍କ ସ୍ୱାର୍ଥରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଆରୁହା ପଂଚାୟତ କେହ୍ଲା ଗ୍ରାମର ପିତେଇ ମାଝୀ ଏବେ ଏ କ୍ଷେତ୍ରରେ ଗୋଟିଏ ବଡ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ପିତେଇ ପରି ଦଃୁଖୀ ମଣିଷ ଖୋଜିଲେ ବି ମିଳିବା କଷ୍ଟକର । ତେବେ ଏହି ପିତେଇ ପାଇଁ ଫାଇବ ଟି କେତେ ବାଟ ବୋଲି ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି ।
ଘଟଣାଟି ହେଉଛି କୋଷ୍ଠରୋଗୀ ପିତେଇଙ୍କ ପେଟ ପାଇଁ ଦାନା ଯୋଗାଡ କରିବା ପାଠିକର ପାଠ ହୋଇଥିବାରୁ ସେ କୋଷ୍ଠରୋଗ ପାଇଁ ଔଷଧ ଯୋଗାଡ କରି ପାରନ୍ତି ନାହିଁ । ସେଥିପାଇଁ ତାଙ୍କର ହାତ, ଗୋଡ ଆଙ୍ଗୁଠି ମଧ୍ୟ ଛିଣ୍ଡି ପଡିଥିଲା । ପିତେଇଙ୍କ ସ୍ୱାମୀ ବସନ୍ତ ବାର୍ଦ୍ଦକ୍ୟ ଭତ୍ତା ପାଇବା ପାଇଁ ବହୁବାର ଆବେଦନ କରି ଆର ପାରିକୁ ଚାଲିଗଲେ ପଛେ ତାଙ୍କୁ କିନ୍ତୁ ବାର୍ଦ୍ଦକ୍ୟ ଭତ୍ତା ମିଳି ନଥିଲା । ସ୍ୱାମୀ ବସନ୍ତ ଆର ପାରିକୁ ଯିବାର ବହୁ ଦିନ ପରେ ବି ପିତେଇ ପରି ସର୍ବହରାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ବି ମିଳି ନଥିଲା । ଏହି ପଂଚାୟତରେ କାହିଁ କାହିଁ ଥିଲାବାଲା ବାବୁମାନେ ରାସନ ସାମଗ୍ରୀ ପାଉଥିବା ବେଳେ ପିତେଇଙ୍କୁ ରାସନ ବି ମିଳୁ ନଥିଲା । ପିତେଇଙ୍କୁ ନାଁ ମିଳୁଥିଲା ବିଧବା ଭତ୍ତା ନାଁ ମିଳୁଥିଲା ଭିନ୍ନକ୍ଷମ ଭତ୍ତା । ପିତେଇ ପାଖରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଟିଏ ଯୋଗାଡ କରିବାର କ୍ଷମତା ବି ନଥିଲା । ପିତେଇ ପରିବାର ନାମରେ ଆବାସ ଯୋଜନାରେ ୯୦ ଦଶକରେ କୁଆଡେ ଆବାସ ଯୋଜନାରେ ଘର ମିଳି ଥିବାର ସରକାରୀ କାଗଜ କହୁଥିବା ବେଳେ ପିତେଇ କିନ୍ତୁ ଏ ବିଷୟରେ କିଛି ଜାଣନ୍ତି ନାହିଁ । ହେଲେ ଏହି ପଂଚାୟରେ କେତେ ଥିଲା ବାଲା ଥରକୁ ଥର ଏକାଧିକ ଥର ଆବାସ ଯୋଜନାରେ ଘର ପାଇଛନ୍ତି । କିନ୍ତୁ ପିତେଇ ପାଇଁ ଆଇନ ବାଡ ହୋଇ ଠିଆ ହୋଇ ଥିବାରୁ ତାକୁ ଆଉ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଉ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଲଢେଇ କରୁଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଏଥିନେଇ ଗତ ସେପ୍ଟେମ୍ବର ୨୦ ତାରିଖରେ ସ୍ୱର ଉଠାଇବା ସହ ପିତେଇର ଘରେ ପଂହଚିଥିଲେ । ଏଥିନେଇ ସତୀଶ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ଅତିରିକ୍ତ ଜିଲ୍ଲପାଳ ମିହିର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏଥିନେଇ ପ୍ରଶାସନିକ ତଦନ୍ତ ହେବା ସହ ପିତେଇଙ୍କ ଘରକୁ ମଧ୍ୟ ସହାୟତାର ସୁଅ ଛୁଟିଥିଲା । ଏହାପରେ ପିତେଇଙ୍କୁ ରାସନ ସାମଗ୍ରୀ ମିଳିବା ସହ ତାଙ୍କୁ ତୁରନ୍ତ ହରିଶ୍ଚନ୍ଦ୍ର ଯୋଜନାରେ ସରକାରୀ ସହାୟତା ମିଳିଥିଲା । ଏପରିକି ପିତେଇଙ୍କୁ ମଧ୍ୟ ପିଛିଲା ତାରିଖରୁ ଭତ୍ତା ମିଳିଥିଲା । ସତୀଶଙ୍କ ଅଭିଯୋଗ ଆଧାରରେ ସେ ସମୟରେ ତଦନ୍ତ ବେଳେ ଅସହାୟ ପିତେଇଙ୍କ କୋଷ୍ଠ ରୋଗରେ ଅବସ୍ଥା ଗୁରୁତର ଥିବାର ଜଣା ପଡିଥିଲା । ଏଥିନେଇ ତଦନ୍ତରେ ଆସିଥିବା ପ୍ରଶାସନିକ ଦଳ ମଧ୍ୟ ରିପୋର୍ଟ ପ୍ରଦାନ କରିଥିଲେ । ଏହାପରେ ୬ ମାସ ବିତିଥିଲେ ମଧ୍ୟ କେଉଁ କାରଣରେ ପିତେଇଙ୍କ ଚିକିତ୍ସା ପାଇଁ ପ୍ରଶାସନିକ ପଦକ୍ଷେପ ନିଆଗଲା ନାହିଁ ? ଯେଉଁଥିପାଇଁ ୬ ମାସ ପରେ ଗଣମାଧ୍ୟମରେ ଏହା ପୁଣି ପ୍ରସଙ୍ଗ ହୋଇ ଅଯଥାରେ ସରକାର ଏବଂ ସରକାରୀ କଳର ଦକ୍ଷତା ଏବଂ ମାନବିକତା ନେଇ ପ୍ରଶ୍ନବାଚୀ ଠିଆ ହେଲା ବୋଲି ସତୀଶ ପ୍ରଶ୍ନ କରିଛନ୍ତି । ପିତେଇଙ୍କର ଦୁନିଆରେ କେହି ନଥିବା ବେଳେ ପ୍ରଶାସନ ଏଭଳି ଦଃୁଖୀଙ୍କୁ ଖୋଜି ଖୋଜି ସହାୟତାର ହାତ ବଢାଇବା କଥା । କୋଷ୍ଠରୋଗ ନିରାକରଣ ପାଇଁ ମଧ୍ୟ ବିଭାଗ ରହିଛି । ଏଭଳି ଦଃୁଖୀ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆମ ସରକାର ଯାବତୀୟ ଯୋଜନା କରିଛନ୍ତି । ହେଲେ ସ୍ୱାସ୍ଥ୍ୟସେବା ପାଇଁ ହୋଇଥିବା ସବୁ ଯୋଜନାରୁ ବଂଚିତ ପିତେଇ ଏ କ୍ଷେତ୍ରରେ ଗୋଟିଏ ବଡ ଦୃଷ୍ଟାନ୍ତ ସାଜିଛି । ପିତେଇ ମାଝୀଙ୍କ ପରି ଦଃୁଖୀ ମଣିଷଙ୍କ ପାଇଁ ଫାଇବ ଟି କାର୍ଯ୍ୟକାରୀ ହେଲେ ଫାଇବ ଟିର ବାସ୍ତବ ସଫଳ ରୂପାୟନ ହେବ । ତେଣୁ ଏ କ୍ଷେତ୍ରରେ କାର୍ଯ୍ୟରେ ଅବହେଳା କରିଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଫାଇବ ଟି ଆଧାରରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁ୍ଷ୍ଠାନ ପାଇଁ ସତୀଶ ଦାବି କରିଛନ୍ତି । ନଚେତ ଏଥିନେଇ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ସେ ମତ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ଔଷଧ ଏବଂ ଚିକିତ୍ସା ଅଭାବରୁ ଏବେ ପିତେଇଙ୍କ ଅବସ୍ଥା ସଂକଟଜନକ ହୋଇ ପଡିଛି । ଏଥିନେଇ ପୁନଶ୍ଚ ସ୍ୱର ଉଠିବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୋଟିଏ ଦଳ ପହଂଚି ତାଙ୍କର ଶରୀର ବିଭିନ୍ନ ସ୍ଥାନରେ ବ୍ୟାଣ୍ଡେଜ କରିବା ସହ ଚିକିତ୍ସା କରି ଫେରିଛନ୍ତି । ତେବେ ଏହି କାର୍ଯ୍ୟ ଆଗରୁ କାହିଁକି କରାଯାଉ ନଥିଲା ଏବଂ ୬ ମାସ ପୂର୍ବରୁ ତଦନ୍ତରେ ଆସିଥିବା ପ୍ରଶାସକ ମାନେ ଏଥିନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାିଥିଲେ କି ନାହିଁ? ଯଦି ଜଣାଇଥିଲେ ତେବେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଏଥିନେଇ କାହିଁକି ଚୁପ ଥିଲେ ଏଥିନେଇ ଫାଇô ଟି ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।
ଧର୍ମଶାଳାର ପିତେଇ ମାଝୀ ପାଇଁ ପାଇବ ଟି କେତେ ବାଟ?
|
February 26, 2021 |