ଧର୍ମଶାଳା, ୧୦/୧୧ (ସନ୍ଧାନ ନିୟୁଜ): ଯାଜପୁର ଜିଲା ଜେନାପୁର ଥାନା ଆନ୍ତର୍ଗତ ଚକ୍ରଧରପୁର ପଂଚାୟତ ବଲାଙ୍ଗିଆ ଗ୍ରାମରେ କଙ୍ଗାରୁ କୋର୍ଟର ରେ ଦଣ୍ଡିତ ହୋଇ ଦୁଇଟି ପରିବାରର ୧୫ରୁ ଅଧିକ ସଦସ୍ୟ ଛଅ ମାସ ହେବ ଗାଁ ଛାଡିଥିବା ଦେଖିବାକୁ ମିଳିଛି । ଉକ୍ତ ଗାଁର ଲକ୍ଷ୍ମଣ ଦାସ(୬୦)ଆଜକୁ ଦୀର୍ଘ ଦନ ଧରି ସପରିବାର ବାସ କରିଆସୁଥିଲେ । ଗାଁର ସବୁ ସମସ୍ୟାରେ ସେ ମୁରବୀ ଭାବରେ ଆଗୁଆ ହୋଇ କାମ କରନ୍ତି । ତାଙ୍କର ଚାରି ପୁଅ ବୋହୁ ସହିତ ସେମାନେ ମୁଲ ମଜୁରୀ ଖଟି ନିଜର ଜିବିକା ଅର୍ଜନ କରୁଥିଲେ । ୧/୫/୧୯ରେ କଙ୍ଗାରୁ କୋର୍ଟରେ ଗ୍ରାମର କିଛି ଲୋକ ତାଙ୍କ ପରିବାରକୁ ଗାଁ ଛାଡି ଚାଲିଯିବାକୁ ଧମକ ଚମକ ଦେଇଥିଲେ । ପରବର୍ତ୍ତୀ ଅବସ୍ତାରେ ଗ୍ରାମର କିଶାନ ପୁର୍ତ୍ତୀ,ମୋହନ ପୁର୍ତ୍ତୀ, ଅମାନ ପୁର୍ତ୍ତୀ, ବିଷ୍ଣୁ ମାନସିଂ, ବୀର ମାନସିଂ, ବାବୁଲୀ ପୁର୍ତ୍ତୀ, ଶୁକଦେବ କେଶରୀ, ରାଜୁ ଦାସ, ମହେଶ୍ୱର ମୁଣ୍ଡା, ବାଙ୍ଗୁ ପୁର୍ତ୍ତୀ , ଭାଗୀରଥି କେଶରୀ ଆସି ତାଙ୍କୁ ଗାଁରୁ ବାହାରି ଜିବାକୁ ବାଧ୍ୟ କରିବା ସହ ବାଡେଇ ପିଟି ବାହର କରିବାକୁ ଚେଷ୍ଟା କରିଥିଲେ । ଅଭିଯୋଗରେ ଦର୍ଶାଯାଇଛି ବିଧାନ ସଭା ନିର୍ବାଚନରେ ସେମାନେ ତାଙ୍କ ସମର୍ଥୀତ ଦଳକୁ ଭୋଟ ଦେଇନଥିବାରୁ ଏଭଳି ପରିସ୍ଥିତିି ଉପୁଯିଛି ।
ସେମାନେ ବିଗତ ନିର୍ବାଚନରେ ହାତୀ ଚିହ୍ନରେ ଭୋଟ ଦେବାକୁ ଗ୍ରାମରେ ସମସ୍ଥକୁ ଏକାଠି କରି ସଭା ବସାଇଥିଲେ । କିନ୍ତୁ ଏଥିରେ ଲକ୍ଷ୍ମଣ ଦାସ ଓ ବଇଦା ଦାସଙ୍କ ପରିବାର ସହମତି ପ୍ରକାଶ ନକରିବାରୁ ଗ୍ରାମବାସୀ ତାଙ୍କ ଉପରେ ଆକୋ୍ରଶ ମୂଳକ ଭାବରେ ସେମାନଙ୍କୁ ଗାଁରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ । ଘଟଣା ଅନୁଯାଇ ପାଞ୍ଚବର୍ଷ ପୁର୍ବରୁ ସେହି ଗ୍ରାମରେ ରହୁଥିବା ଭାଗୀରଥି କେଶରି ତାଙ୍କ ପ୍ରଥମ ପତ୍ନୀ ଯେ କି ତିନୋଟି ସନ୍ତାନର ମା, ତାଙ୍କୁ ସେ ଦୀର୍ଘ ଦୁଇ ବର୍ଷ ପୂର୍ବରୁ ବିଦା କରିଦେଇଥିଲେ । ସେ ଦୁଇଟି ପିଲାକୁ ନେଇ ଅଲଗା ମୁଲ ମଜୁରୀ କରି ଚଳୁଥିଲେ । ସେ ଆଉ ଜଣେ ଝିଆକୁ ଭଲ ପାଇବାରୁ ପ୍ରଥମ ପତ୍ନିକୁ ତାର ବାପା ଭାଇ ତା ପାଖାରେ ଛାଡିଥିଲେ । ହେଲେ ଭାଗୀରଥି ତାକୁ ଆଉ ଘରେ ନରଖି ଛାଡପତ୍ର ଦେବାକୁ କହିଥିଲେ । ତେଣୁ ପରିସ୍ଥିତିରେ ପଡି ନିଜର ଭବିଷ୍ୟତ ପାଇଁ କାର୍ତ୍ତୀକ ଦାସର ହାତ ଧରବାକୁ ବାଧ୍ୟ ହୋଇଥିଲେ । ସେତେବେଳେ ଗାଁର ଏହି ଲୋକମାନେ ଦଶ ହଜାର ଟଙ୍କା ନେଇ ଭୋଜି ଭାତ ଖାଇ ତାଙ୍କର ବିବାହ କରାଇ ଲେଖାପଢ଼ା କରାଇଦେଇଥିଲେ । ଏବେ ସେ ପରିବାର ସହ ଖୁସିରେ ଥିବାର ପ୍ରକାଶ କରିଛନ୍ତି । ଭାଗୀରଥି କେସରୀ ତାଙ୍କୁ ଛାଡିବା ପରେ ଆଉ ଦୁଇଟି ବିବାହ କରି ଜଣକୁ ମଧ୍ୟ ଛାଡି ସାରିଥିବା ଜଣାଯାଇଛି । ତେବେ ଏହି ଘଟଣାକୁ ଏବେ ଇସ୍ୟୁ କରି ସେମାନେ ଲକ୍ଷ୍ମଣ ଦାସକୁ ଗାଁରୁ ତଡିବାକୁ ସ୍ଥିର କରି ତାଙ୍କ ଘରପାଖକୁ ଯାଇ ତୁରନ୍ତ ଘର ଛାଡିବାକୁ ନିଦେ୍ର୍ଦଶ ଦେଇଥିଲେ । ଲକ୍ଷ୍ମଣ ଦାସଙ୍କୁ ଧକା ତଣ୍ଟିଆ ମାରିବା ସହିତ ଗାଁ ନଛାଡିଲେ ସପରିବାରେ ମାରିଦେବାକୁ ଧମକ ଦେଲେ । ଘରୁ ବାହାରିଲେ ବାଡେଇବା ପାଇଁ ଘର ସମ୍ମୁଖରେ ଉପର ଲିଖିତ ଲୋକମାନେ ଜଗି ରହିଥିବା ଲକ୍ଷ୍ମଣ ଜେନାପୁର ଥାନାରେ ଲିଖିତ ଏତେଲା ଦେଇଥିଲେ ବୋଲି କହନ୍ତି ।
ତେବେ ଶେଷରେ ସେ ନିରୁପାୟ ହୋଇ ମାଡ ଭୟରେ ଛୋଟ ପିଲା ମାନଙ୍କୁ ଧରି ଭିଟାମାଟି ଛାଡି ଫଣି ବତ୍ୟା ସମୟରେ କିଛି ଦିନ ଡଙ୍କୁଣିଆ ସ୍କୁଲ ବାରଣ୍ଡାରେ ରହିବା ପରେ ଏବେ ବିଛାଖଣ୍ଡିରେ ଜଣେ ସହୃଦୟ ବ୍ୟକ୍ତିଙ୍କ ଘରେ ଅଶ୍ରୟ ନେଇଛନ୍ତି । ଘଟଣାକୁ ଛା,ମାସ ବିତିଯାଇଥିଲେ ବି ସେମାନେ ଗାଁକୁ ଫେରିପାରୁ ନାହାଁନ୍ତି । କିଛି ଦିନ ତଳେ ତାଙ୍କର ପୁତ୍ରବଧୁ ରୀନା ଦାସ ସେଠାରେ ରହି ପିଲାମାନଙ୍କର ଉଜୁଡା ଭବିଷ୍ୟତକୁ ସଜାଡିବା ପାଇଁ ଯାଇଥିଲେ । ରୀନାଦାସଙ୍କର ତିନୋଟି ପିଲା ବଲାଙ୍ଗିଆ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବାରୁ ସେ ସେଠାରେ ରହିବାକୁ ଚାହୁଁଥିଲେବି ଗାଁର ଏହି ଲୋକମାନେ ତାଙ୍କୁ ଗାଁରୁ ବାସନ୍ଦ କରି ପିଲାଙ୍କ ଭବିଷ୍ୟତ ସହିତ ଖେଳିଥିବା ଅଭିଯୋଗ କରିଛନ୍ତି । ଗାଁ ଛାଡିବାପରେ ଗାଁରେ ଥିବା ଝାଟି ମାଟିର ଘର ଏବେ ମାଟିରେ ମିଶିବାକୁ ବସିଲାଣି । ଚକ୍ରଧରପୁର ମୌଜାର ଖାତା ନଂ ୪୭୫, ଖସଡା ନଂ ୧୫୯୨,୯୩ରେ ସାବକ ଜଙ୍ଗଲ ଓ ହାଲ ଝାଟିଆ ଜଙ୍ଗଲ କିସମ ରେ ଦିର୍ଘ ବର୍ଷ ଧରି ବାସ କରୁଥିବା ଏହି ପରିବାରର ଲକ୍ଷ୍ମଣ ଦାସ ଅନେକ ଥର ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ସ୍ଥାୟୀ ଜମୀ ପତ୍ତା ଖଣ୍ଡିଏ ପାଇବା ପାଇଁ ଦାବି କରିଥିଲେ । ଘର ଡିହ ପତ୍ତା ପାଇଁ ପଲ୍ଲୀ ସଭା ବୈଠକରେ ତାଙ୍କର ଅନୁପସ୍ଥିତିର ଫାଇଦା ନେଇ ତାଙ୍କ ଘରଡିହକୁ ଅକ୍ତଆର କରିବାକୁ ଚେଷ୍ଠା କରିଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମଣ । ଏ ନେଇ ରୀନା ଦାସଙ୍କୁ ପଚାରିବାରୁ ସେ ପୋଲିସ ଉପସ୍ଥିତିରେ ତାଙ୍କୁ ବାଡେଇ ପିଟି ବାହାର କରିଦିଆଯାଇଥିବା କହିଛନ୍ତି । ତାଙ୍କର ଜଣେ ଦିଅରର ଗ୍ରୁପ ଲୋନ ଥିବାରୁ ତାକୁ ସେମାନେ ଜୋର କରି ସେହି ଗାଁରେ ରଖିଛନ୍ତି । ସେ ବହୁ ଅସୁବୁଧାରେ ସେଠାରେ ଥିଲେ ମଧ୍ୟ ତାକୁ କିଛି ସାହାର୍ଯ୍ୟ କରାଯାଇପାରୁନାହିଁ । ତିନୋଟି ପିଲା ଯେଉଁମାନେ ବଲାଙ୍ଗିଆ ବିଦ୍ୟାଳୟରେ ପାଠ ପଢନ୍ତି ସେମାନେ ଛ,ମାସ ଧରି ପାଟ ପଢାରୁ ବଞ୍ଚôତ ଥିବାରୁ ତାଙ୍କୁ ପ୍ରସାଶନ ସହାୟତାରେ ଗାଁରେ ରହିବାକୁ ଦିଆଗଲେ ସେମାନଙ୍କର ବବିଷ୍ୟତ ଗଢାଯାଇପାରନ୍ତା । ମାନବାଧିକାର କମିସନ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।