ଧର୍ମଶାଳାର କଂଗ୍ରେସର ମୁଖପାତ୍ର ମାନସ କରଙ୍କୁ ବିରୋଧ

Spread the love

କଂଗ୍ରେସ ଦଳ ଏତେ ରସା ତଳକୁ ଗଲାଣି ଆଉ ଉଠିବାର କୂଳ ପାଉନି । ଫଳରେ ଦଳ ଭିତରେ ବହୁ ପୁରୁଖା ଏବଂ ଅଭିଜ୍ଞତା ଲୋକଙ୍କୁ ଛାଡି ଏଣେତେଣୁ ଚୋର ଖଂଟ ମାନଙ୍କୁ ଦଳ ବିଭିନ୍ନ ପଦ ପଦବୀ ଦେବାରେ ବ୍ୟସ୍ତ ରହୁଛି । ଆଉ ଏମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀ କେହି ପଚାରୁ ନାହାନ୍ତି । ଏଭଳି କ୍ଷେତ୍ରରେ କଂଗ୍ରେସ ଦଳ ଯାଜପୁର ଜିଲ୍ଲାର ଧର୍ମଶାଳ ମାନସ କରଙ୍କୁ ଦେଇଥିବା ମୁଖପତ୍ର ପଦବୀକୁ ଆଜି ବହୁ ପୁରୁଖା ନେତା ସମେତ ଯୁବକ ମାନେ ବିରୋଧ କରିଛନ୍ତି । ଏପରକି କେତକ ଯୁବକ ଖୁଲାମଖୁଲା ବିରୋଧ କରିବା ସହିତ ତାଙ୍କର ଫୋଟ ଏବଂ ସେ କରିଥିବା କାରନାମାକୁ ସୋସିଆଲ ମିଡିଆରେ ଛାଡିଛନ୍ତି । ସେଥିରେ ଏଭଳି କଟୁ କଥାରେ ତାଙ୍କୁ ଚୋର ଖଂଟ ଆଦି ବିଭିନ୍ନ ଉପାଧି ଦିଆଯାଇଛି । ତଥାପି କଂଗ୍ରେସ ଦଳ କିପରି ତାଙ୍କୁ ମୁଖପତ୍ର ପଦବୀ ପ୍ରଦାନ କରୁଛି ତାହା ବୁଝାପଡୁନାହିଁ । ଏହାକୁ ବିରୋଧ କରି କଂଗ୍ରେସ ପିସିସି ମୁଖ୍ୟଙ୍କୁ ଏକ ପତ୍ର ଲେଖାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment