ଯାଜପୁର,୨୬/୧୨ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲରେ ପାହାଡ ଲୁଟ ସମଗ୍ର ରାଜ୍ୟ ପାଇଁ ବଡ ଭ୍ରଷ୍ଟାଚାର ପ୍ରସଙ୍ଗ ହୋଇଛି । ଆଜି ସାହାଣିଢିହ ପାହାଡ ଖାଦାନ ମାପଚୁପ ବେଳେ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ସମର୍ଥକମାନେ ତହସିଲଦାରଙ୍କୁ ଘେରାଉ କରିଥିଲେ । ଏହାପରେ ଅସନ୍ତୁଷ୍ଟ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସତୀଶଙ୍କ ସପକ୍ଷରେ ସ୍ଳୋଗାନ ଦେବା ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିରୋଧରେ ସ୍ଳୋଗାନରେ ପାହାଡ ଅଂଚଳ ପ୍ରକମ୍ପିତ ହୋଇଥିଲା । ଘେରାଉ ଭିତରେ ଥିବା ତହସିଳଦାର ପୋଲିସ ସହାୟତା ଲୋଡିବା ପର୍ଯ୍ୟନ୍ତ କଥା ଯାଇଥିଲା । ଧର୍ମଶାଳାର ପାହାଡ ଲୁଟ ବିରୋଧରେ ସାଧାରଣ ଜନତା ମାତିବା ଘଟଣା ଏବେ ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି । ଖବରରୁ ପ୍ରକାଶ, ସ୍ଥାନୀୟ ଅଂଚଳରେ କଠୌଣୀ ତଥା ମଉଳାଭଞ୍ଜ ପାହାଡ ନାମରେ ପରିଚିତ ପାହାଡଟିକୁ ସାହାଣିଢିହ ପାହାଡ ଭାବେ ଧର୍ମଶାଳା ତହସିଲ ତରଫରୁ ଲିଜ ଦିଆଯାଇଛି । ପି.ଆର.ପି.ଏଲ ନାମକ ବାହାରର କମ୍ପାନୀ ଏହି ପାହାଡରୁ ୭ ଏକର ଲିଜ ନେଇ ପ୍ରାୟ ୭୦୦ ଏକର ପାହାଡରୁ ବେଆଇନ ୱାଗନ ହୋଲ ବ୍ଲାଷ୍ଟିଂ କରି ପାହାଡକୁ ୭୦ ଭାଗ ଅଂଶ ଲୁଟି ନେଇଛି । ଏଥିପାଇଁ ପାହାଡ ଉପରେ ଥିବା ଐତିହାସିକ ଶିବରାମ ଗୁମ୍ପା ଭୁଷୁଡିବା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଆଧ୍ୟାତ୍ମିକ ପୀଠ କଠୌଣୀଶ୍ୱର ମନ୍ଦିରର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ବ୍ଲାଷ୍ଟିଂର ପ୍ରଭାବରେ ଲୋକଙ୍କ ଘର ଫାଟି ଯାଉଥିବା ବେଳେ ବନ୍ୟଜନ୍ତୁ, କୃଷି କ୍ଷତିଗ୍ରସ୍ତ ହେବା ସହ ପରିବେଶ ଭୟଙ୍କର ଭାବେ ପ୍ରଦୂଷଣର ଶୀକାର ହେଉଛନ୍ତି ବୋଲି ଧର୍ମଶାଳାର ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ତଥା ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଅଭିଯୋଗ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ସତୀଶଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଲୋକେ ୧୫ ଦିନ ପୂର୍ବରୁ ପାହାଡ ଉପରେ ଚଢି ଆନ୍ଦୋଳନ କରିବା ସହ ପାହାଡ ଉପରେ ଧାରଣାରେ ବସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ପ୍ରଶାସନ ତଥା ଲୋକାଭିମୁଖୀ ପ୍ରଶାସନ ଉପରେ ଲୋକଙ୍କୁ ଆସ୍ଥା ରଖିବାକୁ ସତୀଶ ବୁଝାଇଥିଲେ । ଏହାପରେ ଏହି ଘଟଣା ନେଇ ବି.ଜେ.ପି ଏବଂ କଂଗ୍ରେସ ନେତ୍ରୀ ଚାରଗୋଠ ଗାଁକୁ ଯାଇଥିଲେ ମଧ୍ୟ ଲୋକେ ରୋକଠୋକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ରଖିଥିବରୁ ଅନ୍ୟ କେଉଁ ଦଳର ନେତୃତ୍ୱକୁ ଗ୍ରହଣ କରି ନଥିଲେ । ଏଥିନେଇ ସତୀଶ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କରିଥିବା ଅଭିଯୋଗ ଆଧାରରେ
ପାହାଡର ୭ ଏକର ଲିଜ ଥିବା ଖାଦାନ ମାପଚୁପ ହେବା ନେଇ ଧର୍ମଶାଳା ତହସଲଦାର ତା୨୧.୧୨.୨୨ ରିଖରେ ପତ୍ର ନଂ-୫୫୬୭ ପ୍ରଦାନ କରିଥିଲେ । ଏହି ମାପଚୁପରେ ସତୀଶ ଉପସ୍ଥିତ ରହିବାକୁ ତହସିଲଦାର ଅନୁରୋଧ କରିଥିଲେ ମଧ୍ୟ ଏଥିରେ ସତୀଶ ନିଜର ପ୍ରତିନିଧି ପଠାଇଥିଲେ । ତେବେ ମାପଚୁପ ବେଳେ ଲିଜ ଏରିଆବାହାରୁ ପାୟ ୭୦୦ ଏକରରୁ ଅଧିକ ଖନନ କରାଯଇ ହଜାର ହଜାର ଟ୍ରିପ କଳାପଥର ଲୁଟ ହୋଇଥିବାର ଜଣାପଡିଥିଲା । ତେବେ ଏହାସହ ଏହି ଲିଜ ଏରିଆ ବାହାରେ ଥିବା ପାହାଡ ଖନନରେ ବ୍ୟବହାର ହେଉଥିବା କେତେକ ଗାଡିକୁ ଲୋକେ ତହସିଲଦାରଙ୍କୁ ଦେଖାଇ ସିଜ କରିବ ସହ ଥାନାରେ ଏତଲା ଦେବାକୁ ଜିଦ ଧରିଥିଲେ । ଏଥିନେଇ ଲୋକେ ଅସନ୍ତୁଷ୍ଟ ହୋଇ ପାହାଡ ଲୁଟ ବିରୋଧରେ ଏବଂ ଧର୍ମଶାଳା ବିଧାୟକଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ସପକ୍ଷରେ ସ୍ଳୋଗାନ ଦେଇଥିଲେ । ଏହାପେ ତହସିଲଦାରଙ୍କ ତରଫରୁ ସ୍ଥାନୀୟ ପାହାଡରେ ଆଉ ୪୧ ଏକର ଲିଜ ଏରିଆ ଚିହ୍ନଟ ପାଇଁ ଉଦ୍ୟମ ଆରମ୍ବ ହୋଇଥିଲା । ଏହାକୁ ମଧ୍ୟ ସ୍ଥାନୀୟ ଲୋକେ ତିବ୍ର ବିରୋଧ କରିଥିଲେ । ଏହି ଲିଜ କେବେ ହେଲା ବୋଲି ଲୋକେ ପ୍ରଶ୍ନ କରି ଅସନ୍ତୋଷ ପ୍ରକାଶ କରଥିଲେ । ତେବେ ଏହା ଲିଜ ହୋଇଛି ଏବଂ ଏଥିନେଇ ଏଗ୍ରିମେଂଟ ହୋଇନାହିଁ ବୋଲି ତହସିଲଦାର ଏଠାରେ ଗଣମାଧ୍ୟମକୁ ପ୍ରକାଶ କରିଥିଲେ । ତେବେ ଏଗ୍ରିମେଂଟ ହୋଇ ନଥିବା ଏହି ଖାଦାନକୁ ସୀମା ଚିହ୍ନଟର ଆବଶ୍ୟକତା ନଥିବା ବେଳେ ତହସିଲଦାର ଏହି ସମୟରେ କମତପାନୀକୁ ସୁରକ୍ଷା ଦେବାକୁ ଅଯଥାରେ ସୀମା ଚିହ୍ନଟ କରୁଛନ୍ତ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହାସହ ସେମନଙ୍କୁ ତହସିଲଦାର ଆପତ୍ତି ଜନକ ବ୍ୟବହାର କରିଥିବର ମଧ୍ୟ ଅଭିଯୋଗ କରାଯାଇଛି । ଏଭଳି ସମସ୍ତ ପ୍ରକାର ଅଭିଯୋଗକୁ ତହସିଲଦାର ଖଣ୍ଡନ କରିବା ସହ ଆଇନ ଅନୁସାରେ ସବୁକିଛି ହେଉଛି ବୋଲି ପ୍ରକାଶ କରିଛନ୍ତି ।
ଧର୍ମଶାଳାରେ ପାହାଡ ଲୁଟ ବିରୋଧରେ ମାତିଲେ ଲୋକ: ସତୀଶଙ୍କ ସମର୍ଥକଙ୍କ ତହସିଲଦାରଙ୍କୁ ଘେରାଉ; ବିଧାୟକଙ୍କ ବିରୋଧୀ ସ୍ଳୋଗାନରେ ଦୁଲୁକିଲା ପାହାଡ
|
December 27, 2022 |
