ଯାଜପୁର ସଦର,୦୫/୦୧/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତର ବିଶିଷ୍ଟ ବ୍ୟବସାୟୀ ପରମାନନ୍ଦ ସାହୁଙ୍କ ଧର୍ମପତ୍ନୀ ସ୍ୱର୍ଣ୍ଣଲତା ସାହୁ(୮୩)ଙ୍କର ପରଲୋକ ହୋଇଯାଇଚି । ସେ ଗତ କିଛିଦିନ ହେଲା ଅସୁସ୍ଥ ରହିଥିବା ବେଳେ, ଭୁବନେଶ୍ୱର ସ୍ଥିତ ଏମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ଶ୍ରୀମତୀ ସାହୁଙ୍କୁ ୮୩ବର୍ଷ ହୋଇଥିବା ଜଣାଯାଇଚି । ଶୋକାକୁଳ ପରିବେଶରେ କୋଭିଡ ନିୟମ ଅନୁଯାଇ ତାଙ୍କ ମରଶରୀରକୁ ନିଜ ବାସଭବନରେ ପହଁଞ୍ôଚବା ପରେ ଆତ୍ମୀୟସ୍ୱଜନ, ପରିବାର ବର୍ଗ ଶେଷ ଦର୍ଶନ କରିବା ସହିତ ତାଙ୍କ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିରାଟ ଶୋଭାଯାତ୍ରାରେ ଶ୍ରୀମତୀ ସାହୁଙ୍କୁ ନିଆଯାଇ ଶବସଂସ୍କାର କରାଯାଇଥିଲା । ତାଙ୍କ ପୁଅ ଅଜୟ ସାହୁ ମୁଖାଗ୍ନି ଦେଇଥିଲେ । ବିଶିଷ୍ଟ ବ୍ୟକ୍ତିମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ଧର୍ମପ୍ରାଣ ମହିଳାଙ୍କର ପରଲୋକ
|
January 5, 2022 |



