ଭୁବନେଶ୍ଵର, ୨୯/୦୩ (ସନ୍ଧାନ ନିୟୁଜ) : ଭଦ୍ରକ ଜିଲ୍ଲା ତିଗିରିଆ ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘରୁ ଅବକାରୀ ବିଭାଗ ୧୫୦୦ ଲିଟର ଚୋରା ଦେଶୀ ମଦ ଜବତ କରିଛି। ଏହି ଘଟଣାରେ ସିରାପୁର ଗାଁର ମନୋଜ ମହାରଣାକୁ ଗିରଫ କରାଯାଇଛି। ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି। ସେମାନେ ହେଲେ ତିଗିରିଆ ଗାଁର ପବିତ୍ର ଜେନା ଓରଫଖୁଜୁର ଓ ମିର୍ଜାପୁର ଗାଁର ନୁଥୁରି ବେହେରା। ଅବକାରୀ ବିଭାଗପକ୍ଷରୁ ତିନି ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ଦେଶୀ ମଦ ଜବତ, ଜଣେ ଗିରଫ
|
March 29, 2020 |