ଦୂର୍ଗାପୂଜା ପାଇଁ ଶାନ୍ତୀ କମିଟି ବୈଠକ ଅନୁଷ୍ଟିତ

Spread the love

ଯାଜପୁର ସଦର, ୦୭ା୧୦: ଯାଜପୁର ଜିଲ୍ଲାରେ ଶାରଦୀୟ ଦୂର୍ଗାପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବଲେ, ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମବରଦା ଥାନା ପିରଶରରେ ବ୍ରହ୍ମବରଦା ଥାନା ଅଧିକାରୀ ଶରତ କୁମାର ନାୟକଙ୍କ ସଭାପତିତ୍ୱରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପଂଚାୟତର ସରପଂଚ, ପୂଜା କମିଟିର ସଭାପତି, ସମ୍ପାଦକ ଯୋଗଦେଇଥିବା ବେଳେ, ରସୁଲପୁର ବ୍ଲକର ବ୍ରହ୍ମବରଦା, ବନ୍ଧଡିହ ପଂଚାୟତରେ ଶାରଦୀୟ ଦୂର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଟିତ କରାଯାଇଥିଲା । ଏହି ଶାନ୍ତି କମିଟି ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହିତ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯିବା ଲାଗି କମିଟି ପକ୍ଷରୁ ଆଲୋଚନା ହୋଇଥିଲା । ବ୍ରହ୍ମବରଦା ଥାନା ଅଧିକାରୀ ଶରତ ନାୟକଙ୍କ ତତ୍ୱାବଧାରନରେ ବ୍ରହ୍ମବରଦା ପଂଚାୟତର ସରପଂଚଙ୍କ ପ୍ରତିନିଧି ରାକେଶ ଦେଓ, ବନ୍ଧଡିହ ସରପଂଚ ବିକ୍ରମ ବେହେରା ତାଙ୍କ ପ୍ରତିନିଧି ଚିତ୍ତରଂଜନ ମହାନ୍ତି, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଶାନ୍ତି କମିଟିରେ ଯୋଗଦେଇଥିବା ବେଳେ, ହଜାର ହଜାର ଦର୍ଶକଙ୍କ ସମାଗମକୁ ଆଖିାଆଗରେ ରଖି ବିଲୋଧିବାସ ଠାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରେ ପୋଲିସ ମୁତୟନ କରାଯିବା ଲାଗି ସ୍ଥିର କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପୂଜାକମିଟିର କର୍ମକର୍ତ୍ତା ମାନେ ବ୍ରହ୍ମବରଦା ଥାନାରେ ଲିଖିତ ଭାବେ ଦେବାଲାଗି ସୂଚନା ଦିଆଯାଇଥିଲା । ଯାହାକି ବ୍ରହ୍ମବରଦା, ବନ୍ଧଡିହ ପଂଚାୟତର ୧୮ ଟି ମେଢ଼ କରାଯାଉଥିବା ବେଳେ, ବ୍ରହ୍ମବରଦାରେ ୪ଟି ଦୂର୍ଗା ମଣ୍ଡପ ରହିଥିବା ଜଣାଯାଇଚି । ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରିମଳ ଉପରେ ଗୁରୁତ୍ୱ ଦେବାଲାଗି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସଚେତନ କରାଯିବା ପାଇଁ ଦାବି କରାଯାଇଚି । ପ୍ରତି ଛକ ମାନଙ୍କରେ ଆଲୋକ ବ୍ୟବସ୍ଥା କରାଯିବା ସହିତ ମହିଳା ପୋଲିସ ମୁତୟନ କରାଯିବା ପାଇଁ ଦାବି କରାଯାଇଚି ।

Related Posts

About The Author

Add Comment