ଦୁବକଣ ଅଙ୍ଗନବାଡି ନିର୍ମାଣକୁ ନେଇ : ପୋଲିସ ସମ୍ମୁଖରେ ମିସ୍ତ୍ରୀଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ; ଏସପିଙ୍କ ହସ୍ତକ୍ଷେପ ଦାବି

Spread the love

ଯାଜପୁର ସଦର, ୧/୪/୨୬ (ସନ୍ଧାନ ନ୍ୟୁଜ )  : ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ଗ୍ରାମରେ ନୂତନ ଭାବେ ନିର୍ମାଣ ଧିନ କୟାଁ-୨ ଅଙ୍ଗନବାଡି କେନ୍ଦ୍ରକୁ ନେଇ ବେଶ କିଛିଦିନ ହେବ ବିବାଦ ଲାଗିରହିଛି | ଏଥି ମଧ୍ୟରେ ଜାନୁଆରୀ ମାସ ୯ ତାରିଖରେ ଜବରଦଖଲ ଉଛେଦ ହେବା ସହ ଅଙ୍ଗନବାଡି ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଫେବୃଆରୀ ମାସ ୧୬ ତାରିଖରେ ଘରର ଛାତ ପଡିଥିଲା | ଛାତ ଖୋଲା ଯିବା ପରେ ମାର୍ଚ୍ଚ ୩୧ ତାରିଖ ଦିନ ଅଙ୍ଗନବାଡି ଘରର ଇଲେକ୍ଟ୍ରି ୱାରିଙ୍ଗ କାର୍ଯ୍ୟ କରିବା ପାଇଁ ମିସ୍ତ୍ରୀ ପହଞ୍ଚି କାର୍ଯ୍ୟ ଆରମ୍ଭ କରିବା ସମୟରେ ଜବରଦଖଲ କାରି ସରୋଜ ଯେନାଙ୍କ ବିବାହିତ ଝିଅ ଧରିତ୍ରୀ ଯେନା ଇଲେକ୍ଟ୍ରି ମିସ୍ତ୍ରୀ ସୁନିଲ ସେଠୀଙ୍କ ଉପରକୁ ଇଟା ପକାଇ ଆକ୍ରମଣ କରିଥିବା ବେଳେ ଇଟାଟି ଦେହରେ ନବାଜି ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଦେଇଥିଲା |ଏଥିସହ ସରୋଜ ଯେନାଙ୍କ ପତ୍ନୀ ସାବିତ୍ରୀ ଯେନା ଓ ଅଜୟ ଯେନାଙ୍କ ପତ୍ନୀ ଅର୍ଣ୍ଣପୂର୍ଣ୍ଣା ଯେନା (ଅନ୍ନପୂର୍ଣା) ପ୍ରମୁଖ ପରିବାର ଲୋକେ ଇଲେକ୍ଟ୍ରି ମିସ୍ତ୍ରୀଙ୍କୁ ଏଠାରେ କାମ ହୋଇପାରିବ ନାହିଁ ବୋଲି କହିବା ସହ ଏଠାରେ କାମ କଲେ ଆମେ ତମକୁ ମାଡ ମାରିବୁ ବୋଲି ଧମକ ଦେଇଥିଲେ | ୨ ଜଣ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ ହେଉଥିବା ବେଳେ ଗଣ୍ଡଗୋଳ କାରି ମାନଙ୍କୁ ପୋଲିସ କର୍ମଚାରୀ ମାନେ ବହୁ ବୁଝା ସୁଝା କରିଥିଲେ ମଧ୍ୟ ସେମାନେ କିଛି ଶୁଣିବା ପରିବର୍ତ୍ତେ ପୋଲିସ କର୍ମଚାରୀ ମାନଙ୍କୁ ଧରିତ୍ରୀ ଯେନା ଦୁର୍ବ୍ୟବହାର କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ସରକାରୀ ଯାଗାରେ ସରକାରୀ ପ୍ରକଳ୍ପ କାର୍ଯ୍ୟ ହେଉଥିବା ବେଳେ ଗ୍ରାମର ଗୋଟିଏ ପରିବାର ଏହି ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରିବା ଏପରିକି ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ ଏପରିକି ପୋଲିସକୁ ମଧ୍ୟ ଖାତିର ନକରି କାର୍ଯ୍ୟ ନକରେଇ ଦେବା ଏବଂ ପ୍ରଶାସନ ମଧ୍ୟ ଗୋଟିଏ ପରିବାର ପାଖରେ ଏତେ ହାର ମାନିବା ପଛରେ କାରଣ କଣ ବୋଲି ଏବେ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ଏଠାରେ ପ୍ରକାଶ ଥାଉକି କୟାଁ ମୌଜା ଅଧିନ ଖାତା ନମ୍ବର ୧୪୧୮ ପ୍ଲଟ ନମ୍ବର ୬୨୬ ସରକାରୀ ଜାଗାଟିକୁ ଗ୍ରାମର ସରୋଜ ଯେନା ଓ ଅଜୟ ଯେନା ୨ ଭାଇ ଦୀର୍ଘଦିନ ଧରି ଜବରଦଖଲ କରି ରଖିଆସୁ ଥିବା ବେଳେ ଜାନୁଆରୀ ମାସ ୯ ତାରିଖରେ ଉକ୍ତ ସରକାରୀ ଜାଗାକୁ ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜବରଦଖଲ ଉଛେଦ କରାଯିବା ପରେ ଉକ୍ତ ସ୍ଥାନରେ କୟାଁ-୨ ଅଙ୍ଗନବାଡି କେନ୍ଦ୍ରର ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | କାର୍ଯ୍ୟ ଆରମ୍ଭ ପରେ ପୁନର୍ବାର ଜବରଦଖଲ କାରୀଙ୍କ ପରିବାର ପକ୍ଷରୁ କାର୍ଯ୍ୟ କରିବାରେ ବିରୋଧ କରିବାରୁ ବ୍ଲକର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମିଶ୍ରଙ୍କ ଏତଲା ଅନୁଯାଇ ପୋଲିସ ଜବର ଦଖଲ କାରି ପରିବାରର ସରୋଜ ଯେନା, ଅଜୟ ଯେନା, ସାବିତ୍ରୀ ଯେନା, ଅବିନାଶ ଯେନା, ଧରିତ୍ରୀ ଯେନା, ଅନୁଵା ଯେନା ମୋଟ ୬ ଜଣଙ୍କ ନାମରେ ଧାରା ୧୨୬(୨), ୨୯୬, ୩୫୧(୩), ୨୨୧, ୧୨୧(୧ ), ୩ (୫ ) ଦଫାରେ ମାମଲା ରୁଜୁ କରିଥିଲେ | ସେହିପରି ତହସିଲ ପକ୍ଷରୁ ମାପ ଚୁପ ସମୟରେ ସରୋଜ ଯେନା ଓ ଅଜୟ ଯେନା କରିଥିବା ଘରଟି ଖାତା ନମ୍ବର ୧୪୧୮ ପ୍ଲଟ ନମ୍ବର ୬୨୬ ମଧ୍ୟରେ ରହିଥିବା ଦେଖିବା ପାଇଁ ମିଳିଥିଲା | ପୁନର୍ବାର ମାପ କରିବା ସହ ସରକାରୀ ଜାଗାରେ ସରୋଜ କରିଥିବା ଘରକୁ ଉଛେଦ କରିବା ପାଇଁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏଥିନେଇ ଗ୍ରାମରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ଜିଲ୍ଲାପାଳ ମାନେ ଖୁବ ଶୀଘ୍ର ସମସ୍ତ ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ତାଗିଦ କରୁଥିବା ବେଳେ ଦେଖିବା ପାଇଁ ବାକି ରହିଲା କେବେ ସରିବ କୟାଁ-୨ ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ନାଁ ଅଧାପନ୍ତରୀୟ ହୋଇ ପଡିରହିବ କୟାଁ-୨ ଅଙ୍ଗନବାଡି କେନ୍ଦ୍ରର ଘର କାର୍ଯ୍ୟ ତାହା ଦେଖିବା ପାଇଁ ଗ୍ରାମବାସୀଙ୍କ ଅପେକ୍ଷା | ପୋଲିସ କର୍ମଚାରୀଙ୍କୁ ଜବର ଦଖଲ କାରୀଙ୍କ ଦୁର୍ବ୍ୟବହାର ଘଟଣା ଉପରେ ଯାଜପୁର ଏସପି ଦୃଷ୍ଟି ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି ହୋଇଛି |

Related Posts

About The Author

Add Comment