ବାରିପଦା ୨୫/୮/୨୦(ଲିଙ୍ଗରାଜ ପଣ୍ଡା):- ଖୁଣ୍ଟା ବଜାରରେ ଥିବା ଦୁଇ ହୋଟେଲ ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିବା ଘଟଣାରେ ଜଣେ ମାଲିକର ପତ୍ନୀ ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ଗଣ୍ଡଗୋଳ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଖୁଣ୍ଟା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ସମ୍ପୃକ୍ତ ହୋଟେଲ ମାଲିକ ଓ ତାଙ୍କ ପତ୍ନୀ ଆକ୍ରମଣ ଓ ଦୁବ୍ୟବହାର କରିଥିବା ଅଧ୍ୟକ୍ଷା ପାଲଟା ଅଭିଯୋଗ କରିଛନ୍ତି । ଉଭୟ ଅଭିଯୋଗ ମୂଳେ ଖୁଣ୍ଟା ଥାନାରେ ଦୁଇଟି ଅଲଗା ମାମଲା ରୁଜୁ କରାଯାଇଛି । ହୋଟେଲ ମାଲିକଙ୍କ ପତ୍ନୀ ଲିପିକା ମହାକୁଡଙ୍କ ଆଭିଯୋଗ ଅନୁସାରେ ଗତ ୧୯ ତାରିଖ ରାତିରେ ହୋଟେଲ ମାଲିକ ତଥା ସ୍ବାମୀ ହୃଦୟରଞ୍ଜନ ମହାକୁଡଙ୍କ ସହିତ ଅନ୍ୟ ଏକ ହୋଟେଲ ସମ୍ମୁଖରେ ସେଠାକାର ମାଲିକ ଓ ତାଙ୍କ ସମର୍ଥକ ମାନଙ୍କ ସହିତ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ସ୍ୱାମୀ ହୃଦୟ ରଞ୍ଜନଙ୍କୁ ମାଡ ମରାଯିବା ସହିତ ଘଟଣା ସ୍ଥଳରେ ନିଜେ ଅସଦାଚରଣର ଶିକାର ହୋଇଥିବା ନେଇ ଲିପିକା ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷେ ଗଣ୍ଡଗୋଳ ଚାଲିଥିବା ବେଳେ ପୂର୍ବରୁ ବରାଦ ଦେଇଥିବା ଖାଦ୍ୟ ଆଣିବାକୁ ଖୁଣ୍ଟା ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି ହୋଟେଲକୁ ଯାଇଥିବା ବେଳେ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡିଙ୍କୁ ହୃଦୟରଞ୍ଜନ ଓ ପତ୍ନୀ ଲିପିକା ଠେଲାପେଲା କରିବା ସହ ତାଙ୍କ ପ୍ରତି ଅଶ୍ରାବ୍ୟ ଗାଳି ଓ ଜାତିଆଣ ଆକ୍ଷେପ କରିଥିବା ଅଧ୍ୟକ୍ଷା ଶ୍ରୀମତୀ ମାରାଣ୍ଡି ଅଭିଯୋଗ କରିଛନ୍ତି ବୋଲି ଆଇଆଇସି ସ୍ପଲତା ମିଞ୍ଜ କହିଛନ୍ତି । ଉଭୟ ପକ୍ଷର ଅଭିଯୋଗ ଓ ପାଲଟା ଅଭିଯୋଗ ଭିତ୍ତିରେ ଦୁଇ ଗୋଟି ମାମଲା ରୁଜୁ କରା ଯାଇଥିବା ବେଳେ ତଦନ୍ତ ଜାରି ରହିଥିବା ପୁଲିସ କହିଛି ।
ଦୁଇ ହୋଟେଲବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ, ବ୍ଲକ ଅଧ୍ୟକ୍ଷାଙ୍କୁ ଆକ୍ରମଣ ନେଇ ପାଲଟା ଅଭିଯୋଗ
|
August 25, 2020 |
