ଦୀର୍ଘ ଦିନରୁ ହେଉନି କର୍ମଚାରୀଙ୍କ ବଦଳି ପକ୍ରିୟା, ବଢ଼ୁଛି ଦୁର୍ନିତି

Spread the love

ଯାଜପୁର, ୧୩/୦୨ : ଉପକୂଳ ଜିଲ୍ଲା ଭାବରେ ଯାଜପୁର ଜିଲ୍ଲା ରାଜ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଠାରୁ ରାଜ୍ୟ ରାଜ୍ୟ ଭିବିନ୍ନ କୋଣ ଅନକୋଣକୁ ବିଭିନ୍ନ ଭାତ୍ତା ବି ଯାଉଛି । ମାତ୍ର ଏହି ଜିଲ୍ଲାରେ କର୍ମଚାରୀ ବଦଳି ଉପରେ ସତେ ଯେମିତି ପୂଲଷ୍ଟପ ପଡିଯାଇଛି । ଦୀର୍ଘ ୧୫ରୁ ୨୫ ବର୍ଷ ହେବ ଏଠାରୁ କର୍ମଚାରୀ ମାନଙ୍କ ବଦଳି ହେଉନାହିଁ । କାଁ ଭାଁ କର୍ମଚାରୀ ମାନଙ୍କ ବଦଳି କରାଯାଉଥିବା ବେଳେ ଅନେକ କାର୍ଯ୍ୟଳୟରେ କର୍ମଚାରୀ ମାନଙ୍କୁ ଦୀର୍ଘଦିନି ବିତିଯାଇଥିଲେ ସୁଧା ସେମାନଙ୍କୁ ବଦଳି କରାଯାଉନାହିଁ । ଫଳରେ ଏଠାରେ ଦୀର୍ଘଦିନରୁ ରହି ବିଭିନ୍ନ ଦୁର୍ନିତି ମୂଳକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଅନ୍ୟ ପଟରେ ଏହି କର୍ମଚାରୀମାନେ ସେମାନଙ୍କ ଠାରୁ ତଳେ କାର୍ଯ୍ୟ କରୁଥିବା ବିଭିନ୍ନ ଛୋଟଛୋଟ କର୍ମଚାରୀ ମାନଙ୍କୁ ନାନଦି ପ୍ରକାରରେ ହଇରାଣ ହରକତ କରିଛନ୍ତି । ଏପରକି ସେମାନଙ୍କ ଦରମା ପ୍ରଦାନ କରିବା କ୍ଷେତ୍ରରେ ହେଉ କିମ୍ଭା ଅନ୍ୟ କୌଣସି ବିଲ ପତ୍ର କରିବା ହେଉ ସେଥିରେ ସେମାନଙ୍କୁ ହଇରାଣ କରିବା ସହିତ ଏଥିପାଇଁ ମୋଟା ଅଙ୍କର ଅର୍ଥରାଶି ଦାବି କରିଛନ୍ତି । ଏପରକି କାଁ ଭାଁ ବଦଳି ହେଉଥିଲେ ମଧ୍ୟ ପୁଣି ଉକ୍ତ ବଦଳୀ ଆଦେଶ ପାଇଥିବା କର୍ମଚାରୀ ଜଣଙ୍କ ଧରାଧରି କରି ନିଜର ବଦଳି ଅଦେଶକୁ ରୋକି ଦେବାରେ ସଫଳ ହେଉଛନ୍ତି । ନିକଟରେ ଏଭଳି ବଦଳି ଆଦେଶ ପାଇଥିବା ଦୁଇଜଣ ବ୍ଲକ ଏବଂ ସିଡିପିଓ କାର୍ଯ୍ୟଳୟର କର୍ମଚାରୀ ବଦଳି ସ୍ଥାନରେ ଯୋଗ ନଦେଇ ପୁଣି ବଦଳି ଅଦେଶ ପ୍ରତ୍ୟାହର କରିବା ପାଇଁ ଯୋଜନା କରୁଥିବା ବେଳେ ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଏବେ ପୁଣି ବଡଚଣା ଗ୍ରାମୀଣ କାର୍ଯ୍ୟଳୟ କିରାଣୀଙ୍କ ବଦଳି ହୋଇଥିଲେ ସୁଧା ସେ ନିଜର ବଦଳି କ୍ଷେତ୍ରରେ ଯୋଗ ନେଦେଇ ଏହାକୁ ବାତିଲ କରିବାକୁ ପୁରା ଦମରେ ଲାଗିପଡିଛନ୍ତି । ତେବେ ଏଭଳି ବଦଳି ଆଦେଶ ପ୍ରତ୍ୟାହର ଯୋଗୁ ସାଧରଣ ଲୋକଙ୍କ କାର୍ଯ୍ୟ ସଠିକ ଭାବରେ ହେଉନଥିବା ବେଳେ ଦୂର୍ନିତ ବଢ଼ିବାରେ ଲାଗିଛି । ଏଭଳି କର୍ମଚାରୀଙ୍କ ପାଇଁ ଉକ୍ତ ବିଭାଗଟି ବଦନାମ ହେଉଛି । ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଯୋଗାଯୋଗ କରିବା ପରେ ସେ ସୂଚନା ଦେଇ କହିଛନ୍ତି ଶିଶୁ ବିକାଶ ବିଭାଗରେ ଜିଲ୍ଲାରେ ଅନେକ ସ୍ଥାନରେ ବଦଳି କରାଯାଇନାହିଁ । ଏପରିକି ଜିଲ୍ଲାରେ ବିଭିନ୍ନ ସିଡିପିଓ କାର୍ଯ୍ୟଳୟରେ କାର୍ଯ୍ୟ କରୁଥିବା ସୁପରଭାଇଜର ମାନଙ୍କର ଦୀର୍ଘ ବର୍ଷ ହେବ ବଦଳି ପକ୍ରିୟା କରାଯାଇନାହିଁ । ଫଳରେ ଅନେକ ସୁପରଭାଇଜର ମାନଙ୍କ ପ୍ରମୋସନ ମଧ୍ୟ ହୋଇପାରୁନାହିଁ । ଏପରକି ବାରମ୍ବାର ବୈଠକରେ ଏହି କଥା ଉଠୁଥିବା ବେଳେ ଏହା କରାଯାଇନାହିଁ । ତୁରନ୍ତ ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିବା କର୍ମଚାରୀ ମାନଙ୍କୁ ବଦଳି କରିବାକୁ ସାଧରଣରେ ଦାବି ହେଉଛି ।

Related Posts

About The Author

Add Comment