ଦୀପାଂଚଳ ଉଚ୍ଚବିଦ୍ୟାଳୟ ପକ୍ଷରୁ ସବ୍ୟସାଚୀଙ୍କୁ ସମ୍ବର୍ଦ୍ଧନା

Spread the love

ଯାଜପୁର, ୨୪/୧/୨୦୨୪ (ସନ୍ୟୁ) ଜାତୀୟ ସ୍ତରର ୧୭ବର୍ଷିଆ ଜୁନିୟର କବାଡି ମ୍ୟାଚରେ ଅଂଶ ଗ୍ରହଣ କରି ଫେରିଥିବା ସବ୍ୟସାଚୀ ମାହାନ୍ତିଙ୍କୁ ଦୀପାଂଚଳ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । । ସବସାଚୀ ଦୀପାଂଚଳ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ରତ ରହିବା ସହିତ କ୍ରୀଡା କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇ ଜିଲ୍ଲା ଏବଂ ରାଜ୍ୟ ସ୍ତରରୁ ମନୋନୀତ ହୋଇ ଜାତୀୟ ସ୍ତରରେ ରାଜ୍ୟର ନାମକୁ ଗୌରବାନିତ କରିଛନ୍ତି ବୋଲି ବିଦ୍ୟାଳୟ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ମାନେ ମତ ଦେଇଛନ୍ତି । ବିଦ୍ୟାଳୟରେ ଅନୁଷ୍ଠିତ ସୃଜନୀଶୀଳତାର ପରିଚୟ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭାବେ ସବସାଚୀଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ଫୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ୍ଷଙ୍କ ବିଭୂତି ଭୂଷଣ ପାଳଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଆରସିସ ରସୁଲପୁର ପ୍ରଭାକର ସାହୁ, , ମୁଖ୍ୟବକ୍ତା ଭାବେ ସିଆରସିସି ବିଜୟ କୁମାର ଷଢ଼ଙ୍ଗୀ ଏବଂ ସମ୍ମାନୀତ ଅତିଥି ଭାବେ କ୍ରୀଡା ଶିକ୍ଷକ ସୁରେଶ ଚନ୍ଦ୍ର ପରିଡା ବିଜ୍ଞାନ ଶିକ୍ଷକ ଅନନ୍ତ ଚରଣ ପାତ୍ର ପ୍ରମୁଖ ଯୋଗ ଦେଇ ସବ୍ୟସାଚୀଙ୍କୁ ଭୂୟଶୀ ପ୍ରଂଶସା କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟମରେ ଜୟଦେବ ସାହୁ, ରଜକିଶୋର ପଣ୍ଡା, ସୁବାଶ ଚନ୍ଦ୍ର ଦାଶ, ପବିତ୍ର କୁମାର ମଲିକ, ପ୍ରଭାକର ବାରିକ ପ୍ରମୁଖ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

Related Posts

About The Author

Add Comment