ଦିଲ୍ଲୀରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ବାୟୁସେନା ଅଧିକାରୀଙ୍କ ପୋଷାକ ପରିଧାନ କରି ବୁଲୁଛି ସନ୍ଦିଗ୍ଧ ଆତଙ୍କବାଦୀ; ଦିଲ୍ଲୀ ପୁଲିସ୍‌ ଜାରି କଲା ହାଇ ଆଲର୍ଟ

Spread the love

 

  ନୂଆଦିଲ୍ଲୀ 14/8 (ସନ୍ଧାନ ନୁ୍ୟଜ୍): ଜନୈକ ସନ୍ଦିଗ୍ଧ କୁଖ୍ୟାତ ଆତଙ୍କବାଦୀ ଭାରତୀୟ ବାୟୁ ସେନାର ସାମରିକ ପୋଷାକ ପିନ୍ଧି ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ଛଦ୍ମବେଶରେ ରାଜଧାନୀ ନୂଆଦିଲ୍ଲୀରେ ବୁଲୁଥିବା ସଂପର୍କରେ ଗୁଇନ୍ଦା ବିଭାଗ ସମେତ ଦିଲ୍ଲୀ ପୁଲିସ୍‌ କେତେକ ନିର୍ଦ୍ଧିଷ୍ଟ ସୂତ୍ରରୁ ନିର୍ଦ୍ଧିଷ୍ଟ ସୂଚନା ପାଇବା ପରେ ସମଗ୍ର ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଗୁଇନ୍ଦା ବିଭାଗର ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ସଂପୃକ୍ତ ସନ୍ଦିଗ୍ଧ କୁଖ୍ୟାତ ଆତଙ୍କବାଦୀ ଜଣକ ଭାରତୀୟ ବାୟୁ ସେନା ଅଧିକାରୀଙ୍କ ସାମରିକ ପୋଷାକ ପିନ୍ଧି ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ଦିଲ୍ଲୀର କନ୍ନଟପ୍ଲେସ୍‌ ଅଞ୍ଚଳରେ ବୁଲୁଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ରବିବାର ସନ୍ଧ୍ୟାରେ ସଂପୃକ୍ତ ଆତଙ୍କବାଦୀ ଜଣକ ଭାରତୀୟ ବାୟୁସେନା ଅଧିକାରୀଙ୍କ ପୋଷାକ ପରିଧାନ କରିବା ସହ ପାଦରେ ସ୍ପୋଟର୍ସ ଜୋତା ପିନ୍ଧି ରାଜୀବ ଚୌକ ଅଞ୍ଚଳରେ ବଲୁଥିବା ବେଳେ ତାକୁ ଭାରତୀୟ ବାୟୁସେନାର ଜନୈକ ଅବସରପ୍ରାପ୍ତ ଅଧିକାରୀ ଠାବ କରିଥିଲେ। ପରେ ଭାରତୀୟ ବାୟୁସେନାର ଜନୈକ ଅବସରପ୍ରାପ୍ତ ଅଧିକାରୀ ଜଣକ ଘଟଣା ସଂପର୍କରେ ଦିଲ୍ଲୀ ପୁଲିସ୍‌କୁ ଜଣାଇବା ପରେ ଦିଲ୍ଲୀ ପୁଲିସ୍‌ ସଂପୃକ୍ତ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିବା ପାଇଁ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ, ସେତେବେଳକୁ ସନ୍ଦିଗ୍ଧ ଆତଙ୍କବାଦୀ ଜଣକ ସେ ସ୍ଥାନ ପରିତ୍ୟାଗ କରି ଅନ୍ୟତ୍ର ପଳାଇ ଯାଇଥିଲା।

ଅନ୍ୟପକ୍ଷରେ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜଧାନୀ ନୂଆଦିଲ୍ଲୀରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର କିଛି କୁଖ୍ୟାତ ଆତଙ୍କବାଦୀ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିଥିବା ମଧ୍ୟ ଗୁଇନ୍ଦା ବିଭାଗ ଓ ଦିଲ୍ଲୀ ପୁଲିସ୍‌ ନିର୍ଦ୍ଧିଷ୍ଟ ସୂତ୍ରରୁ ଜାଣିବାକୁ ପାଇବା ପରେ ସମଗ୍ର ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସମଗ୍ର ଦିଲ୍ଲୀରେ ପୁଲିସ୍‌ ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଗୁପ୍ତ ଭାବେ ସିସିଟିଭି କ୍ୟାମେରା ଖଞ୍ଜା ଯାଇ ସନ୍ଦିଗ୍ଧ ବ୍ୟକ୍ତି ବିଶେଷମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Related Posts

About The Author

Add Comment