ଦିବ୍ୟାଙ୍ଗ ସ୍ବତନ୍ତ୍ର ବିଦ୍ୟାଳୟ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କ ଭଞ୍ଜସେନାର ନିବେଦନ

Spread the love

ବାରିପଦା ୨୬/୭(ଲିଙ୍ଗରାଜ ପଣ୍ଡା): ସ୍ଥାନୀୟ ଲକ୍ଷ୍ମୀପୋଷିସ୍ଥିତ ଦିବ୍ୟଙ୍ଗ ସ୍ବତନ୍ତ୍ର ବିଦ୍ୟାଳୟ ଅର୍ଥାଭାବ ହେତୁ ବନ୍ଦ ହେବାକୁ ଯାଉଥିବା ଖବର ଜିଲ୍ଲାବାସୀ ତଥା ବୁର୍ଦ୍ଧିଜୀବୀଙ୍କ ମହଲରେ ଗଭୀର କ୍ଷୋଭ ପ୍ରକାଶ ପାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଅବହେଳା ଏବଂ ଅଦୂରର୍ଶିତା ଅଭାବରୁ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଚାଲୁଥିବା ଏହି ବିଦ୍ୟାଳୟ ସଂପୂର୍ଣ୍ଣ ରୂପେ ବନ୍ଦ ହେବାକୁ ଯାଉଛି। ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ନାନା ଯୋଜନା ପ୍ରଣୟନ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଥିବା ଏକମାତ୍ର ସୂତନ୍ତ ଅନ୍ଧ-ମୁକ-ବଧିର ବିଦ୍ୟାଳୟ ସରକାରୀ ଅନୁଦାନ ନ ପାଇବାରେ ସରକାରଙ୍କ ଆନ୍ତରିକତା ଜଣାପଡ଼ୁଛି। ଏହାକୁ ବିରୋଧ କରି ଭଞ୍ଜସେନା ପକ୍ଷରୁ ଅନୁରୋଧ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲା। ଏଭଳି ଏକ ସ୍ପର୍ଶକାତର ବିଷୟକୁ ଦୃଷ୍ଟି ଦେଇ ଦିବ୍ୟାଙ୍ଗ ମାନଙ୍କ କଲ୍ୟାଣ ପାଇଁ ଯେକୌଣସି ଉପାୟରେ ପାଣ୍ଠି ଯୋଗିଡ କରିବା ଏବଂ ବିଦ୍ୟାଳୟକୁ ସରକାରୀ ଅନୁଦାନପ୍ରାପ୍ତ କରାଇବାକୁ ଭଞ୍ଜସେନା ପକ୍ଷରୁ ଏହି ସ୍ନାରକ ପତ୍ରରେ ନିବେଦନ କରାଯାଇଛି। ତେବେ ଜିଲ୍ଲାପାଳ ଏହାର ବିହୀତ ବ୍ୟବସ୍ଥା ନ କଲେ ଭଞ୍ଜସେନାର କର୍ମକର୍ତ୍ତାଙ୍କ ସମେତ ବୃଦ୍ଧିଜୀବୀମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଭିକ୍ଷା ବୃତ୍ତି କରି ବିଦ୍ୟାଳୟକୁ ଚାଲୁ ରଖିବେ ବୋଲି ସଂଗଠନର ସଭାପତି ପିଣ୍ଟୁ ମାଇତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ନିକଟକୁ ଯାଇଥିବା ଭଞ୍ଜସେନା ସଦସ୍ୟ ମାନଙ୍କ ମଧ୍ୟରେ ସଂଗଠନ ସଭାପତି ପିଣ୍ଟୁ ମାଇତିଙ୍କ ସହ କାର୍ୟ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ,ଯୁବ ଛାତ୍ର ସଂଯୋଜକ ରାକେଶ ବେହେରା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ , ସଂପାଦକ ରାକେଶ ମହାନ୍ତ ,ସମରେଶ ପ୍ରଧାନ, ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related Posts

About The Author

Add Comment