ସୁନ୍ଦରଗଡ ତା:୭/୯/୨୦୨୬( ସନ୍ଧାନ ନ୍ୟୁଜ) ବନ୍ଧୁକ ମୁନରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଘଟଣା ସାମ୍ନା କୁ ଆସିଛି ।ସୂଚନା ଅନୁସାରେ କନ୍ଦାବାହାଲ ଶାଖାରେ ଦିନ ଦ୍ୱିପହରରେ ଘଟିଛି ଚାଞ୍ଚଲ୍ୟକର ବ୍ୟାଙ୍କ ଲୁଟ୍ ଘଟଣା। ବନ୍ଧୁକ ଦେଖାଇ ଦୁର୍ବୃତ୍ତ ବ୍ୟାଙ୍କରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଘଟଣା ପରେ ଅଞ୍ଚଳରେ ଖେଳିଯାଇଛି ଆତଙ୍କ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି।
ଦିନ ଦ୍ୱିପହରରେ ଫିଲ୍ମ ଷ୍ଟାଇଲ୍ରେ ବ୍ୟାଙ୍କ ଲୁଟ୍
|
September 7, 2026 |



