- ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ
ଭୂବନେଶ୍ୱର (ସନ୍ଧାନ ନୁ୍ୟଜ୍/ମାନସ କୁମାର ରାଉତ)
ଯାଜପୁର ଜିଲା ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ଦେବା ପାଇଁ ୨୫ବର୍ଷ ପୂର୍ବେ ଦାଶ କମିସନ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ । କମିସନଙ୍କ ରିପୋର୍ଟକୁ ଆଧାର କରି ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ଦିଆଯିବ ବୋଲି ରାଜ୍ୟସରକାର ପ୍ରତିଶୃତି ଦେଇଥିଲେ । ୧୯୭୬ ମସିହାରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡିଶାର ୧୩ଟି ବଢାଇ ଅଧିକ ଜିଲା ଗଠନ କରିବା ର ପ୍ରୟାସ ଆରମ୍ଭ ହୋଇଥିଲା । ସେତେବେଳେ ଗଠିତ ଦାଶ କମିସନ କଟକ ଜିଲାକୁ ବିଭାଜିତ କରି ଯାଜପୁର ଓ କେନ୍ଦ୍ରାପଡା ସବଡିଭିଜନକୁ ନେଇ ଉତ୍ତର କଟକ ଜିଲା ଗଠନ ଓ ଏହାର ସଦର ମହକୁମା ଚଣ୍ଡିଖୋଲ ଠାରେ ସ୍ଥାପନ କରିବାପାଇଁ ସୁପାରିଶ କରିଥିଲେ ।
ନନ୍ଦିନୀ ଶତପଥୀଙ୍କ ସରକାର ଭାଙ୍ଗିଯିବା ପରେ ପ୍ରସ୍ତାବଟି ନାଲିଫିତା ତଳେ ପଡିରହିଥିଲା । ପରେ ବିଜୁ ପଟ୍ଟନାୟକଙ୍କ ସରକାର କ୍ଷମତାକୁ ଆସିବା ପରେ କଟକ ଜିଲାକୁ ତିନିଭାଗ କରି ଯାଜପୁର,କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲା ଗଠନ କରାଯାଇଥିଲା । କିନ୍ତୁ ଚଣ୍ଡିଖୋଲକୁ ସବଡିଭିଜନର ମାନ୍ୟତା ଦିଆଯାଇନଥିଲା । ଜିଲାର ପ୍ରତିଷ୍ଠା ଉସôବରେ ନିଜେ ବିଜୁବାବୁ ଓ ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ର ନାୟକ ଚଣ୍ଡିଖୋଲକୁ ପ୍ରଥମ ପର୍ଯ୍ୟାୟରେ ସବଡିଭିଜନର ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଥିଲେ । ଏହା ଭିତରେ ୨୫ବର୍ଷ ବିତିଯାଇଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କିମ୍ବା ସରକାରୀ କଳର ଅପାରଗତା ଯୋଗୁ ଚଣ୍ଡିଖୋଲକୁ ସଦର ମହକୁମାର ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି । ଗତ ଫେବୁଆର ମାସରେ ରାଜ୍ୟ ବିଜେପି ସଂପାଦିକା ସୀମନ୍ତିନୀ ଜେନା ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ଦାବୀରେ ଚଣ୍ଡିଖୋଲ ଛକରେ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ଜନଆନେ୍ଦାଳନ କରିବା ସହିତ ଦର୍ପଣ ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଦେଇଥିଲେ । ଇତିମଧ୍ୟରେ ରାଜ୍ୟ ସରକାର ଯାଜପୁରରେ ଆରଡିସି ଓ ବ୍ୟାସନଗରରେ ସବଡିଭିଜନ ଅଫିସ ନିର୍ମାଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବଡଚଣାରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସବଡିଭିଜନ ମାନ୍ୟତା ପାଇବା ପାଇଁ ଆବଶ୍ୟକ ଭିତିଭୂମି ଯଥା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ,ପ୍ରାଥମିକ ବି·ର ବିଭାଗୀୟ ଅଦାଲତ,ଟ୍ରାଫିକ ଥାନା,ଦୁଇଟି ଜିଲାର ହିସାବ ନିରିକ୍ଷକଙ୍କ କାର୍ଯ୍ୟାଳୟ,ସ୍ୱୟଂଶାସିତ ମହାବିଦ୍ୟାଳୟ,କୃଷି ଗବେଷଣା କେନ୍ଦ୍ର,ଉକôଳ ବିଶ୍ୱ ବିଦ୍ୟାଳୟର ୨ୟ ଗ୍ରାମୀଣ କ୍ୟାମ୍ପସ ଓ ୧୦ରୁ ଅଧିକ ଜାତୀୟକରଣ ବ୍ୟାଙ୍କ ରହିଥିଲେ ମଧ୍ୟ ରାଜ୍ୟ ସରକାର ଚଣ୍ଡିଖୋଲକୁ ଅଣଦେଖା କରିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ରାଜ୍ୟସରକାର ନିଜର ନିଷ୍ପତ୍ତି ବଦଳାଇ ଚଣ୍ଡିଖୋଲକୁ ସବଡିଭିଜନର ମାନ୍ୟତା ନଦେଲେ ଏ ନେଇ ବ୍ୟାପକ ଜନଆନେ୍ଦାଳନ କରାଯିବ ବୋଲି ବହୁ ରାଜନୈତିକ ବ୍ୟକ୍ତିମାନେ ନିଜନିଜର ମତରଖିଛନ୍ତି ।ଏକଦା ଉତ୍ତର କଟକ ଜିଲାର ଚଣ୍ଡିଖୋଲ ଛକ ସବଡିଭିଜନ ମାନ୍ୟତା ପାଇବା ତାର ହକଦାର । କିନ୍ତୁ ରାଜ୍ୟସରକାର ଚଣ୍ଡିଖୋଲର ସ୍ୱାଭିମାନକୁ ଜଳାଞ୍ଜଳୀ ଦେଇ ଯେପରି ଭାବେ ଉପେକ୍ଷା କଲେ ତାହା ଆମକୁ ବ୍ୟଥିତ କରିଛି । ଏବଂ ବଡଚଣାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଯାଜପୁର ଟାଉନକୁ ଉଠାଇ ନେବା ଦ୍ୱାରା ସରକାର ଚଣ୍ଡିଖୋଲକୁ ନୁ୍ୟନ କରୁଛନ୍ତି ।
ଏହାର ପ୍ରତିବାଦରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ତରଫରୁ ବଡଚଣାବାସୀଙ୍କୁ ନେଇ ଏକ ଜନଆନେ୍ଦାଳନ କରାଯିବ ବୋଲି ରାଜ୍ୟ ବିଜେପି ମୁଖପାତ୍ର ତଥା ବଡଚଣା ବିଜେପି ନେତା ଅମର ନାୟକ ପ୍ରକାଶ କରିଛନ୍ତି ।
ରାଜ୍ୟସରକାର ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ଦେବାପାଇଁ ଆମେ ଦଳମତ ନିର୍ବିଶେଷରେ ଆନେ୍ଦଳନ କରୁଥିଲୁ । ସେତେବେଳେ ଦାଶ କମିସନ ରିପୋର୍ଟ ରାଜ୍ୟ ସରକାରଙ୍କୁ ଚଣ୍ଡିଖୋଲ ମାନ୍ୟତା ପାଇବା ଯୁକ୍ତିଯୁକ୍ତ ବୋଲି ଦର୍ଶାଇଥିଲେ । ଭୌଗଳିକ ଦୃଷ୍ଟିକୋଣରୁ ତଥା ପ୍ରମୁଖ ଜିଲା ଗୁଡିକୁ ସଂଯୋଗ କରୁଥିବା ମୁ୍ଖ୍ୟରାସ୍ତା ହେଉଛି ଚଣ୍ଡିଖୋଲ । ଚଣ୍ଡିଖୋଲ ପ୍ରତି ଯେପରି ଉପେକ୍ଷା କରାଗଲା ଆମର ଆଶା ଭରସାକୁ ଧୂଳିସାତ କରିଦେଲା । ରାଜ୍ୟ ସରକାର ଚଣ୍ଡିଖୋଲ ସବଡିଭିଜନ ମାନ୍ୟତା ଦେବା ପାଇଁ ପୁନଃବି·ର କରନ୍ତୁ ବୋଲି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା କହିଛନ୍ତି ।
ପ୍ରାକ୍ତନ ରାଜସ୍ୱମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ଚଣ୍ଡିଖୋଲକୁ ପ୍ରଥମ ପର୍ଯ୍ୟାୟରେ ସବଡିଭିଜନ ମାନ୍ୟତା ଦେବାପାଇଁ ବଡଚଣାବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ତେବେ ମାନ୍ୟତା ନପାଇବା ନେଇ ଏବେକାର ରାଜନେତା ସଂପୁର୍ଣ୍ଣ ଦାୟୀ ଓ ଏହା ବିରୁଦ୍ଧରେ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ଆନେ୍ଦାଳନ କରିବା ଆବଶ୍ୟକ ବୋଲି ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି ।
Good News
Thanks for your complement
okay
thanks
good writing skill bro
Thanks For Complement