ରସୁଲପୁର,୦୧/୦୮ (ସନ୍ଧାନ ନ୍ୟୁଜ) ସେ ଫିଲଡ ଅଫିସର , ସେ ହିସାବ ରକ୍ଷକ ସେ ହିଁ ପଂଚାୟତ ସବୁ କାର୍ଯ୍ୟକୁ ମୁଣ୍ଡକୁ ନେଇଥିବା ଏକମାତ୍ର ସରକାରୀ କର୍ମଚାରୀ । ତାଙ୍କ ତଳେ ଆର.ଆଇ ମାନେ କମ ଦରମା ପାଉଥିଲେ ମାତ୍ର ସେମାନେ ଆଜି ଅଧିକ ଦରମା ପାଇଁ ପାରିଛନ୍ତି କିନ୍ତୁ ପିଇଓ ଆଜି ଅବହେଳିତ । ସରକାରଙ୍କ ପ୍ରତି ପଂଚାୟତରେ କାର୍ଯ୍ୟକ୍ଷମ କରାଯାଉଥିବା ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରାଉଛନ୍ତି ସେମାନେ । ନିଜର ପରିବାରକୁ ସମୟ ଦେଇପାରୁନଥିବା ଏହି କର୍ମଚାରୀଙ୍କ ନିମ୍ନ ସ୍ତରରେ କାର୍ଯ୍ୟକରୁଥିବାରୁ ରାଜ୍ୟ ସରକାରଙ୍କ ପଂଚାୟତି ରାଜ ବିଭାଗ ବିଭିନ୍ନ କ୍ଷେତ୍ରରେ ବାହା ବାହା ନେଉଛନ୍ତି । ମାତ୍ର ସ୍ୱଳ୍ପ ଦରମାରେ ସେଇ ପିଇଓ ନିଜର ଚାକିରୀ ଆରମ୍ଭ କରିଥିବା ଏହି ଛୋଟ କର୍ମଚାରୀଟି ନିଜର ଜୀବନ କାଳ ଭିତରେ ନା ପ୍ରମୋସନ ଅଛି ନ ଭଲ ଗଣ୍ଡେ ଦରମା ପାଉଛନ୍ତି ।
ଆଜି ଏଥିପାଇଁ ପୁଣି ଥରେ ପିଇଓ ମାନେ ସରକାରଙ୍କ ଏଭଳି ଟାଳୁଟୁଳ ନୀତିକୁ ବିରୋଧ କରି ଧାରଣାକୁ ଯିବା ସହିତ କଳା ବ୍ୟାଚ ପିନ୍ଧି ବିରୋଧ କରିବେ ବୋଲି ଏକ ଦାବି ପତ୍ର ରସୁଲପୁର ପିଇଓ ସଂଘ ତରଫରୁ ଯାଜପୁର ଜିଲ୍ଲାପାଳଙ୍କ ଉଦେଶ୍ୟରେ ରସୁଲପୁର ବିଡିଓ ଅବନିକାନ୍ତ ସାହୁଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ଅନୁସାରେ ପିଇଓଙ୍କ ପ୍ରବେଶିକା ଶିକ୍ଷ୍ୟାଗତ ଯୋଗ୍ୟତା ଯୁକ୍ତ ୨ ରୁ ଯୁକ୍ତ ୩ କରିବା । ଦରମା ହାର ସ୍କେଲ ପେ ଲେବେଲ ୫ ରୁ ଲେବେଲ ୯କୁ ବୃଦ୍ଧି କରିବା । ୧୦ ବର୍ଷ ପୁରାଣ କରିଥିବା ପିଇଓଙ୍କୁ ଶତ ପ୍ରତିଶତ ଜିପିଡିଓକୁ ପ୍ରମୋଶନ କରିବା ଆଦି ଦାବି ରଖିଛନ୍ତି । ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଆସନ୍ତା ୭ ତାରିଖରୁ କାର୍ଯ୍ୟସ୍ଥଳରେ କଳା ବ୍ୟାଚ ପିନ୍ଧିବା ସହିତ ୧୭ତାରିଖରୁ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।
ଆଜିର ଦାବିପତ୍ର ପ୍ରଦାନ ସମୟରେ ରସୁଲପୁର ବ୍ଲକ ସଭାପତି ସୁଧୀର କୁମାର ମହାନ୍ତି, ସମ୍ପାଦକ ଅକ୍ଷୟ କୁମାର ସାମଲ, ଜିଲ୍ଲା ସମ୍ପାଦକ ନିକୁଞ୍ଜ ବିହାରୀ ରାଉତ, ସସ୍ମିତା ମଲିକ, ଅନିଲ ଅଂଗରାଇ, ଦେବପ୍ରସାଦ ଧଳ, ରମେଶ ଚନ୍ଦ୍ର ରଣା, ସତ୍ୟଜିତ ରାଉତ, ସନ୍ତୋଷ କୁମାର ମିଶ୍ର, ନିରଞ୍ଜନ ବଳ, ଭଦ୍ରଶିଳା ଦେଓ, ଅଭିମନ୍ୟୁ ବିଶ୍ୱାଳ, ଶତ୍ରୁଘନ ଜେନା, ତିଳତ୍ତମା ସାହୁ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ ।