ବେତନଟୀ, 02.12.2020 (ଲିଙ୍ଗରାଜ ପଣ୍ଡା)- ବେତନଟୀ ବ୍ଲକର ବୈଶିଙ୍ଗା ଏକ ଗୁରୁତ୍ବପୁର୍ଣ୍ଣ ସ୍ଥାନ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ୨୦୧୭ ମସିହାରେ ବୈଶିଙ୍ଗା ପଞ୍ଚାୟତକୁ ବିଭାଜନକରି କେନ୍ଦୁଆ ପଞ୍ଚାୟତ ଗଠିତ ହୋଇଥିଲା । ପଞ୍ଚାୟତ ନିର୍ବାଚନ ସରି ୪ବର୍ଷ ବିତିବାକୁ ବସିଲାଣି ତଥାପି ବୈଶିଙ୍ଗା ସାଧାରଣ ଜନତାଙ୍କ ଆବଶ୍ୟକତା ଥିବା ଶୁଶାନଘର(ସ୍ବର୍ଗଦ୍ବାର) ନିର୍ମାଣ କରିବା ସମ୍ପର୍କରେ ସରପଞ୍ଚ, ସମିତିସଭ୍ୟ, ଜିଲାପରିଷଦ ସଦସ୍ୟ, ବିଧାୟକ, ପ୍ରାକ୍ତନ ବିଧାୟକ, ବିଭିନ୍ନ ଦଳର ନେତୃବୃନ୍ଦ କେହି ଅଦ୍ୟାବଧୂ ଶ୍ମଶାନଘରର ଆବଶ୍ୟକତା ସମ୍ପର୍କରେ ଚିନ୍ତା କରିନଥିବାରୁ ଏହି ଜରୁଖୀ ଆବଶ୍ୟକତା ପୂରଣ ହୋଇପାରୁନାହିଁ । ସରକାର ପଞ୍ଚାୟତକୁ ଅଧିକ ଗୁରୁତ୍ବ ଦେଇଥିଲେ ମଧ୍ୟ ସରପଞ୍ଚ ପାଖରୁ ଆରମ୍ଭକରି ୱାର୍ଡସଭ୍ୟ ମାନେ ପଞ୍ଚାୟତ ବୈଠକରେ ଏ ସମ୍ପର୍କରେ କେବେ ଆଲୋଚନା କରିନଥିବାରୁ ଏହି ଶ୍ମଶାନଘର ନିର୍ମାଣ ସମ୍ଭବ ହୋଇପାରିନାହିଁ। ବୈଶିଙ୍ଗା ପଞ୍ଚାୟତର ଲୋକସଂଖ୍ୟା ୪୨୩୩ ଥିବାବେଳେ କେନ୍ଦୁଆ ପଞ୍ଚାୟତର ଲୋକସଂଖ୍ୟା ୩୯୪୮ ଅଟେ। ଏହି ୨ ପଞ୍ଚାୟତ ନିମନ୍ତେ ଶ୍ମଶାନଗୃହ ନଥିବାରୁ ଲୋକେ ବହୁ କଷ୍ଟରେ ୧୮ ନଂ ଜାତୀୟ ରାଜପଥର ବୈଶିଙ୍ଗା ସରକାରୀ ମଙ୍ଗରାଜୀ ବିଦ୍ୟାଳୟ ପାର୍ଶ୍ୱରେ ଥିବା ଏକ ପଡ଼ିଆରେ ଶବଦାହ କରିବାକୁ ବାଧ୍ୟ ହେଉଛନ୍ତି । ସରକାର ବଦଳୁଛି, ନେତା ବଦଳୁଛନ୍ତି ମାତ୍ର ବୈଶିଙ୍ଗା ଶ୍ମଶାନଗୃହ ନିମନ୍ତେ କାହାରି ନଜର ପଡୁନାହିଁ ଫଳରେ ଶବନେଇ ଯାଉଥିବା ପରିବାରବର୍ଗ ଓ ଆତ୍ମୀୟସ୍ବଜନଙ୍କୁ ଖରା ଓ ବର୍ଷାରେ ପଡିରହି ଶବ ସତ୍କାର କରିବାକୁ ପଡ଼ିଛି । ଉଭୟ ପଞ୍ଚାୟତ ନିମନ୍ତେ ଉକ୍ତ ପଡ଼ିଆଟି ଥିବାବେଳେ ଶବ ଦାହ ନିମନ୍ତେ ଦରକାର ହେଉଥିବା ପାଣି ମଧ୍ୟ ସେଠାରେ ନଥିବାରୁ କିଭଳି ଶବଦାହ ହେଉଛି ତାହା ସମସ୍ତଙ୍କ ନଜରକୁ ଆସୁଥିଲେ ମଧ୍ୟ ଏହାର ପ୍ରତିକାର ନିମନ୍ତେ କେହି **କୌଣସି ବ୍ୟବସ୍ଥା ନକରିବୀ ଅତ୍ୟନ୍ତ ପରିତାପର ବୈଷୟ ବୋଲି ବିକାଶମଞ୍ଚ ଅନୁଭବ କରିଛି । ସରକାର ଶ୍ମଶାନରେ ଶବଦାହ କରିବା ନିମନ୍ତେ ଅର୍ଥ ବ୍ୟବସ୍ଥା କରିଥିଲେ ମଧ୍ୟ ବୈଶିଙ୍ଗା ଓ କେନ୍ଦୁଆ ପ୍ରତି କାହାରି ନିଜର କିପରି ପଡୁନାହିଁ ତାହା ବିକାଶମଞ୍ଚର ସଦସ୍ୟଙ୍କୁ ଚକିତ କରିଛି । ବିକାଶମଞ୍ଚ କରୋନା ପରେ ଏ ସମ୍ପର୍କରେ ଆଲୋଚନା କରିବା ସହିତ ଆବଶ୍ୟକ ପଦକ୍ଷେପ ନେବ ବୋଲି ମଞ୍ଚର ସଦସ୍ୟ ମାନେ ମତ ପ୍ରକାଶ କରିଛନ୍ତି । ବୈଶିଙ୍ଗାରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଶ୍ମଶାନଘର ନିର୍ମାଣ ନିମନ୍ତେ ଧାନ ଦେଉନଥିବା ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି ।
ଦାବି ପରେ ମଧ୍ୟ ନିର୍ମାଣ ହେଲାନି ବୈଶିଙ୍ଗୀରେ ଶ୍ମଶାନ
|
December 2, 2020 |