ଝାରସୁଗୁଡ଼ା ତା:୨୩/୮/୨୦୨୬ (ସନ୍ଧାନ ନ୍ୟୁଜ୍):
ଝାରସୁଗୁଡ଼ା ଗୋସାଲା ରୋଡ୍ସ୍ଥିତ ବ୍ରହ୍ମକୁମାରୀ ସେବାକେନ୍ଦ୍ରରେ ଦାଦି ପ୍ରକାଶମଣୀଙ୍କ ସ୍ମୃତି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଦୀପ ପ୍ରଜ୍ୱଳନ ପରେ ଆରମ୍ଭ ହୋଇଥିବା ଏହି ଶିବିରରୁ ସର୍ବମୋଟ *୮୨ ପ୍ୟାକେଟ୍ ରକ୍ତ* ସଂଗୃହିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସିଡିଏମୋ ଡାକ୍ତର ମାଧୁରୀ ପଟେଲ, ବ୍ଲଡ ବ୍ୟାଙ୍କ ଅଧିକାରୀ ଶିଲବାନ୍ତି ଜୁଜୁ ଏବଂ ଯଜ୍ଞସେନୀ ହସ୍ପିଟାଲର ଡାକ୍ତର ଏସ୍. ଜେ. ପଟେଲ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଶ୍ୱିନୀ ଦିଦି, ଶିଖା ଦିଦି, ଅମୃତ ଭାଇ, ନାରାୟଣ ଭାଇ ଓ ବ୍ରହ୍ମକୁମାରୀ ପରିବାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସମସ୍ତ ରକ୍ତଦାତାଙ୍କ ପାଇଁ ସୁଷମ ଖାଦ୍ୟ ଓ ବିଶ୍ରାମର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।



