ବରଗଡ଼ (ସନ୍ଧାନ ନିୟୁଜ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ଜଡ଼ା ଗ୍ରାମରେ କଳିଆ ଭୁଏ(୭୦)ଙ୍କୁ ପୁତୁରା ମୋହନ ଭୁଏ(୪୬)ଟାଙ୍ଗିଆରେ ହାଣି ହତ୍ୟା କରିଛି । ସମ୍ପତ୍ତି ଲୋଭରେ ଅଭିଯୁକ୍ତ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି । ଭଟଲି ଥାନା ପୋଲିସ ଏ ନେଇ ଦଫା ୩୦୨ରେ ଏକ ହତ୍ୟା ମାମଲା(ନଂ-୯୫/୧୮) ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ପୁଲିସ ଅଭିଯୁକ୍ତ ମୋହନକୁ ଗିରଫ କରି ଅଧିକ ତଦନ୍ତ ଚଲାଇଛି।
ପ୍ରକାଶ ଯେ, ହତ୍ୟାକାଣ୍ଡରେ ମୃତ କାଳିଆଙ୍କ ୨ ଝିଅ । ସମସ୍ତେ ବିବାହିତା। ତେବେ କାଳିଆଙ୍କ ପୁଅ ନ ଥିବା ଯୋଗୁ ତାଙ୍କ ସମ୍ପତ୍ତି ଉପରେ ପୁତୁରା ମୋହନଙ୍କ ଦୃଷ୍ଟି ପଡ଼ିଥିଲା । ଫଳରେ ସମ୍ପତ୍ତି ହାତେଇବା ପାଇଁ ସେ କାଳିଆଙ୍କୁ ଅନେକ ସମୟରେ ଧମକଚମକ ଦେଇ ଆସୁଥିଲା ଏବଂ ରାତ୍ରିରେ ଏକ ଟାଙ୍ଗିଆ ଯୋଗେ ତାଙ୍କୁ ହତ୍ୟା କରିଥିଲା । ଭଟଲି ଥାନା ଅଧିକାରୀ ନିରୋଦ ଦାଶ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ତାଜା ଖବର
- ମିଶ୍ରିଲାଲ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ସରକାରୀ ଜମି ଜବରଦଖଲ ଅଭିଯୋଗ
- ୪୦୦ ଗ୍ରାମର ଉନ୍ନତିରେ ବାଧା! ରେଙ୍ଗାଲି କେନାଲ ପ୍ରକଳ୍ପକୁ ଅଟକାଇଲେ କିଛି ଦଲାଲ
- ଦର୍ଶନ ଶାସ୍ତ୍ର ବିଭାଗରେ ପିଏଚଡି ଉପାଧି ଲାଭ ନେଇ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଦାଣ୍ଡପାନୀ ଗ୍ରାମରେ ସୋଲାର ପମ୍ପ ଅଚଳ ଅବସ୍ଥାରେ, ଗ୍ରୀଷ୍ମ ଦିନ ଆରମ୍ଭରୁ ପାଣିର ସଙ୍କଟ
- ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତ୍ୟାବର୍ତ୍ତନ ପାଇଁ ସାମୁହିକ ପ୍ରାର୍ଥନା।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟପ୍ରଧାନ ଶିକ୍ଷକଙ୍କ ୬ ଦିନିଆ ଡେପୁଟେସନ ବାତିଲ କରିବାକୁ ଦାବି
- ମଙ୍ଗଳପୁର ବଜାରର ଟ୍ରାଫିକ ସମସ୍ୟା ଦୂର ହେବ କେବେ ?
- ନାବାଳିକାକୁ ଅସଦ।ଚରଣ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ


