ବଡ଼ଚଣା, ୮/୦୫ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲାର ଦର୍ପଣ ତହସିଲ ଅଂଚଳରେ ବାତ୍ୟା ଫନି ବ୍ୟାପକ କ୍ଷୟକ୍ଷତି କରିଥିଲେ ସୁଦ୍ଧା ପ୍ରଶାସନ ଏ ପର୍ଯ୍ୟନ୍ତ ବାତ୍ୟା ପିଡୀତାଙ୍କ ପାଖରେ ପହଂଚି ପାରି ନାହଁଂ । ଦିନରେ ରୌଦ୍ରତାପ ଓ ପେଟରେ ଭୋକ ସହି ଲୋକମାନେ ବଂଚିବା ପାଇଁ ରାହା ଖୋଜୁଥିବା ବେଳେ ପ୍ରଶାସନ ପକ୍ଷରୁ ସହଯାଗ କରିବା ପାଇଁ ନିୟୋଜିତ ଥିବା ଆର.ଆଇ.ମାନେ ଏବେ ଏହାକୁ ନିଜର ଅର୍ଥନୈତିକ ରୋଜଗାର ମାଧ୍ୟମ କରିସାରିଲେଣି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଡଘୁମୁରୀ ପଂଚାୟତରେ । ବଡଘୁମୁରୀ ସର୍କଲର ଆର.ଆଇ.ବାତ୍ୟାରେ ଘର ଭାଙ୍ଗି ଥିବା ଲୋକଙ୍କୁନ ପପାଲ ନଦେଇ ତାହାକୁ ୫ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏପରିକି ଖୋଦ ପିଡୀତା ମାନେ ତହସିଲଦାରଙ୍କୁ ଘେରିବା ସହିତ ଆର.ଆ.ଇ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି । ବଡଘୁମୁରୀର ସନ୍ତୋଷ କୁମାର ପ୍ରଧାନଙ୍କ ଅଭି୍େୟାଗ ମୁତାବକ ଆର.ଆଇ. ତାଙ୍କ ଗ୍ରାମରେ ପାଲ ଖଣ୍ଡିଏ ଦେବା ପାଇଁ ୫ ଶହ ଟଙ୍କା ଲେଖାଂଏ ଆଦାୟ କରିଥିଲା । ଏପରିକି ବାତ୍ୟାରେ ଘର ଭାଙ୍ଗି ନଥିବା ଲୋକଙ୍କ ଠାରୁ ୫ଶହ ଟଙ୍କା ନେଇ ସେମାନଙ୍କୁ ପାଲ ଦେବା ପାଇଁ କହିଥିଲେ । ଏଭଳି ଗୁରୁତର ଅଭିଯୋଗ ପରେ ତହସିଲ ପ୍ରଶାସନ ପିଡୀତାଙ୍କ ଦୁଃଖ ବୁଝିଲା ଏଭଳି ଲାଂଚୁଆ ଆର.ଆଇ.ଙ୍କ ଉପରେ କୌଣଶି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । ଅନ୍ୟ ପଟରେ ଏହି ତହସିଲର ନିଶିମଳା ଗ୍ରାମରେ ବସନ୍ତ କୁମାର ଜେନାଙ୍କ ଘର ସଂପୁର୍ଣ୍ଣ ଭାଙ୍ଗିଥିବା ବେଳେ ତାଙ୍କୁ କୌଣସି ସାହାଯ୍ୟ ଦିଆଯାଇ ନାହିଁ । ଦିନରେ ଅସହ୍ୟ ଗରମରେ ରହିବା ପରେ ଗ୍ରାମବାସୀ ମାନେ ତାଙ୍କୁ ଖଣ୍ଡିଏ ପାଲ ଦେଇଛନ୍ତି । ସେହିପରି ସେହି ସୁଙ୍ଗୁଡା ପଂଚୟାତର ନରଣପୁର ଗ୍ରାମରେ ୬୦ଜଣ ଅଧିବାସୀ ବସବାସ କରୁଥିଲେ ସୁଦ୍ଧା ସେମାନଙ୍କର ଚାଳଛପର ଘର ବାତ୍ୟାରେ ନଷ୍ଟ ହୋଇଛି । ସେମାନେ ଖାଇବା ପିଇବାରେ ମଧ୍ୟ ଅସୁବିଧା ଭୋଗ କରୁଛନ୍ତି । ଦୀର୍ଘ ୭ ଦିନ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ନା କୌଣସି ଖାଦ୍ୟ ନା ପାଲ ଦିଆଯାଇନାହିଁ । ଏପରିକି ପ୍ରଶାସନର କୌଣସି ଅଧିକାରୀ ତାଙ୍କ ପାଖରେ ପହଂଚି ନଥିବା ସେମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ଦୃଷ୍ଟି ଦେଇ ଆର.ଆଇଙ୍କ ଉପରେ କାଯ୍ୟାନୁଷ୍ଠାନ ନେବା ସହ ବାତ୍ୟା ପିଡୀତାଙ୍କୁ ପ୍ରଶାସନକୁ ସାହାର୍ଯ୍ୟ କରିବାକୁ ସାଧାରଣରେ ଦାବୀ ହୋଇଛି ।
Report- Manas Rout,