ତୈଳ ବିଶୋଧନାଗାର ପରିସରରୁ ଶ୍ରମିକ ନିଖୋଜ

Spread the love

ବାରିପଦା, 20.01.2021(ସନ୍ଧାନ ନିଉଜ୍) : ପାରାଦୀପ ତୈଳ ବିଶୋଧନାଗାର ପରିସରରୁ ଶ୍ରମିକ ନିଖୋଜ  ସ୍କୁବା ଡ୍ରାଇଭର ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ଯୁବକଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ସୂଚନାଯୋଗ୍ୟ ଯେ, ପାରାଦୀପ ତୈଳ ବିଶୋଧନାଗାର ପରିସରରୁ ସୋମବାର ବିଳମ୍ବିତ ରାତିରୁ ଜଣେ ଶ୍ରମିକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଲେ କୁଜଙ୍ଗ ବ୍ଲକ ପଙ୍ଗପାଳ ଗ୍ରାମର ବିଶ୍ବ ମହେଶ୍ବର ଆଚାର୍ଯ୍ୟ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତୈଳ ବିଶୋଧନାଗାର ପରିସରରେ ଥିବା ଜଳାଶୟ ନିକଟରୁ ସଂପୃକ୍ତ ଯୁବକଙ୍କ ପ୍ୟାଣ୍ଟ୍, ଚପଲ ଓ ମୋବାଇଲ ଫୋନ୍ ଜବତ ହୋଇଛି । ସ୍କୁବା ଡ୍ରାଇଭର ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି

Related Posts

About The Author

Add Comment