ତୀବ୍ର ହେଲା ଚାଷୀ ଆନ୍ଦୋଳନ, ଦିଲ୍ଲୀ ଯିବେ ୨ ହଜାର ଚାଷୀ, ଭଦ୍ରକ ଜିଲ୍ଲାରୁ ରହିଛନ୍ତି ସର୍ବାଧିକ

Spread the love
  •  
  •  
  •  
  •  
  •  

ଭଦ୍ରକ, ୦୭.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ନବ ନିର୍ମାଣ କୃଷକ ସଂଗଠନ ଓଡିଶା ପକ୍ଷରୁ‌ ୨ ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ବାହାରିବେ । ତେବେ ଭଦ୍ରକ ଜିଲ୍ଲାରୁ ଅଧିକରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ସୂଚନା ମିଳିଛି । ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଭଦ୍ରକ ସହରର ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ନବ ନିର୍ମାଣ ଯୁବଛାତ୍ର ସଂଗଠନ ଯୁବ ସମ୍ପାଦକ ମୀର ଅଲ୍ଲି ଯୋଗ ଦେଇଥିଲେ । ତେବେ ଆଗାମୀ ୧୫ ତାରିଖରେ ଲୋୟର ପିଏମଜିରେ କୃଷକ ସମାବେଶ ଅନୁଷ୍ଠିତ ହେବ । ଏହି ସମାବେଶରେ ୧୫ ହଜାର ଚାଷୀ ସାମିଲ ହେବେ । ତେଣୁ ଏହି ସମାବେଶକୁ ସଫଳ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ମାନେ ଗାଁକୁ ଯାଇ ବ୍ୟାପକ ସଚେତନତା କରିବା ସହ କୃଷକ ବିରୋଧୀ କୃଷି ଆଇନ ବିଷୟରେ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି ।

Related Posts

About The Author

Add Comment