ତିହିଡ଼ି :୧୫/୧୧/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ିବ୍ଲକ ରେ ଥିବା ନୀଳମଣି ସଭା ଗୃହ ରେ ତିହିଡ଼ି ବ୍ଲକ ର ୪୭୭୨ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନା ରେ ଭତ୍ତା ବଣ୍ଟନ କରାଯାଇଅଛି। ତିହିଡ଼ି ବିଡ଼ିଓ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରକାର ଙ୍କ ବହୁମୁଖୀ ଯୋଜନା ସଂପର୍କ ରେ ଆଲୋକ ପାତ କରିଥଲେ। ଏହି କାର୍ଯ୍ୟକ୍ରମ ରେ ବାସୁଦେବପୁର ର ବିଧାୟକ ଅଶୋକ କୁମାର ଦାଶ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ।ବରିଷ୍ଠ ବିଜେପି ନେତା ରଘୁନାଥ ପାତ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ପରିସେଶ ରେ ବିଡ଼ିଓ ନିରଞ୍ଜନ ବାରିକ୍ ସମସ୍ତ ଅତିଥି ଙ୍କୁ ସ୍ବାଗତ, ଅଭିନନ୍ଦନ ଜଣାଇ ସଭା ସାଙ୍ଗ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ୍ଜୁ ସନ୍ଧାନ।
ତିହିଡ଼ି ବ୍ଲକ ରେ ଭତ୍ତା ବାଣ୍ଟିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ।
|
November 15, 2026 |



