ତିହାର ଜେଲରୁ ୪୦୦ରୁ ଅଧିକ କଏଦୀ ମୁକୁଳିଲେ

Spread the love

ନୂଆଦିଲ୍ଲୀ,୩୧/୦୩ (ସନ୍ଧାନ ନିୟୁଜ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତିହାର ଜେଲ କର୍ତୃପକ୍ଷ ପ୍ରାୟ ୪୦୦ କଏଦୀଙ୍କୁ ମୁକ୍ତ କରିଛନ୍ତି। ଜେଲରେ ଗହଳିକୁ କମ କରିବାକୁ ଏହି ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ ଶନିବାର ୪୧୯ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୫୬ ଜଣଙ୍କୁ ଅନ୍ତରୀଣ ଜାମିନରେ ପଠାଯାଇଥିବା ବେଳେ ୬୩ଜଣଙ୍କୁ ୮ ସପ୍ତାହ ପାଇଁ ପାରୋଲରେ ପଠାଯାଇଛି। ଆହୁରି ୩୦୦୦ ଅନ୍ତେବାସୀଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡିଛି। ତିହାର ଜେଲରେ କଏଦୀଙ୍କ ରହବା କ୍ଷମତା ୧୦ ହଜାର ଥିବାବେଳେ ଏବେ ୧୮ ହଜାରରୁ ଅଧିକ କଏଦୀ ରହିଛନ୍ତି।ଦିଲ୍ଲୀ ଜେଲ୍ ଡିଜି ସନ୍ଦିପ ଗୋଏଲ କହିଛନ୍ତି କଏଦୀଙ୍କ ରେକର୍ଡ ଓ ତଥ୍ୟ ଦେଖି ସେମାନଙ୍କୁ ଖଲାସ କରାଯାଇଛି। ହାର୍ଡକୋର୍ କ୍ରିମିନାଲଙ୍କୁ ମୁକ୍ତ କରାଯାଇ ନାହିଁ।

Related Posts

About The Author

Add Comment