କୁଳିଅଣା, ୧୦.୦୨.୨୦୨୧(ସନ୍ଧାନ ନିଉଜ୍):-କୁଳିଅଣା ଥାନା ଅଧୀନ କାମତା ଗ୍ରାମର ପ୍ରଶାନ୍ତ ବେହେରା(୬୧)କୁଳିଅଣା ଡାକ୍ତରଖାନା ବେଡରୁ ଆସିବା ପରେ ତହସିଲ କାର୍ଯ୍ୟାଳୟ ଗେଟ ସମ୍ମୁଖରେ ମୃତ୍ୟୁ ଘଟିଥିବା ଜଣାପଡିଛି । ୮ତାରିଖ ଦିନ ୧୧ଟା ସମୟରେ ପ୍ରଶାନ୍ତଙ୍କ ଦେହ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରାତି ୧୦ ପରେ ତାଙ୍କ ପୁଅ ଆସି ବେଡରେ ବାପାଙ୍କୁ ନ ପାଇ ଖୋଜାଖୋଜି କରି ଘରକୁ ପଳାଇଥିଲେ। ମଙ୍ଗଳବାର ସକାଳ ୫ଟା ସମୟରେ ଶୁଣିବାକୁ ପାଇଲେ କୁଳିଅଣା ତହସିଲ ଅଫିସ ସମ୍ମୁଖ ଗେଟ ସାମ୍ନାରେ ମରି ପଡିଛନ୍ତି । ପ୍ରଭାତ କୁମାର ବେହେରାଙ୍କ ଲିଖୁତ ଅଭିଯୋଗ ପାଇ କୁଳିଅଣା ପୁଲିସ ଘଟଣାସ୍ଥଳ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛନ୍ତି। ଏ ନେଇ କୁଳିଅଣା ଥାନା କେସର/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ତହସିଲ କାର୍ଯ୍ୟାଳୟ ଗେଟ ସମ୍ମୁଖରୁ ମୃତ୍ୟୁ ଦେହ ଉଦ୍ଧାର
|
February 10, 2021 |