ବାରିପଦା,ବଡ଼ସାହି, ୧୬/୯/୨୦(ସନ୍ଧାନ ନିଉଜ) : ଲଘୁଚାପ ଜନିତ ବର୍ଷାରେ ବଡ଼ସାହି ବ୍ଲକ ଅଧୀନ ମାଧପୁର ପଞ୍ଚାୟତ ଧାନପୋତା ଗ୍ରାମରେ ତରୁଲତା ମହାନ୍ତଙ୍କ ଦୁଇ ବଖରା ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶି ଯାଇଛି । ପାଣିରେ ଓଦା ହୋଇ ରହିଥିବା ବହୁ ଦିନର ପୁରୁଣା ମାଟି କାନ୍ଥ ହଠାତ ମୁଳରୁ ଭୂଶୁଡି ପଡିଛି ।ସୌଭାଗ୍ୟବଶତଃ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଫଳରେ ସପ୍ତାହ ଧରି ତାଙ୍କ ପରିବାର ବହୁ କଷ୍ଟରେ ଭଙ୍ଗା ଘରେ ବିପଦସଙ୍କୁଳ ଅବସ୍ଥାରେ ବସବାସ କରୁଥିବା ଖବରପାଇ ବଡ଼ସାହିର ପୂର୍ବତନ ବିଧାୟକ (ଗଣେଶ୍ଵର ପାତ୍ର, ବ୍ଲକ ବିଜେଡ଼ି ଯୁବ ସଭାପତି ନିହାର ରଞ୍ଜନ ମହାପାତ୍ର ଶନିବାର ତାଙ୍କ ଘରକୁ ଯାଇ ସହାୟତାର ହାତ ବଢ଼ାଇଛନ୍ତି । ବିଜେଡ଼ିର ମୟୂରଭଞ୍ଜ ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ ଓ ବଡ଼ସାହି ନିର୍ବାଚନ ମଣ୍ଡଳୀର ସହକାରୀ ପର୍ଯ୍ୟବେକ୍ଷକ ସୁବ୍ରମଣ୍ୟମ ମହାନ୍ତିଙ୍କ ସହଯୋଗରେ ତାଙ୍କ ପରିବାରକୁ ତମ୍ବ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଣୁ ସହିତ ସରକାରୀ ସହାୟତା ପାଇଁ ତହସିଲଦାରଙ୍କ ସହିତ ଆଲୋଚନା କରିଛନ୍ତି । ରାଜସ୍ୱ ନିରୀକ୍ଷକ ତାଙ୍କ ଘରକୁ ଯାଇ ସରକାରୀ ସହାୟତା ସହିତ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି । ନୂତନ ବାସଗୃହ ପାଇଁ ବିଡ଼ିଓଙ୍କ ସହିତ ଆଲୋଚନା କରିଛନ୍ତି । ସେହିପରି ଏହି ଗ୍ରାମର ଅଜୁ ମହାନ୍ତ ଗତ ଜାନୁୟାରୀ ୨୬ ତାରିଖ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ପାତ୍ରଙ୍କ ସହଯୋଗରେ ସେ କଟକ ବଡ ଡାକ୍ତରଖାନାରୁ ଭଲ ହୋଇ ଫେରିଥିବାରୁ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହିତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତାଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ଦୁର୍ଗାଚରଣ ମହାନ୍ତ, ଗଦାଧର ମହାନ୍ତ, ପୁଲଟୁ ମହାନ୍ତ, ବାବୁରାମ ମହାନ୍ତ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
ତରୁଲତାଙ୍କୁ ମିଳିଲା ସହାୟତାର ହାତ
|
September 16, 2020 |