ଡ୍ରାଇଭିଂ ଲାଇସେନ୍ସ ପାଇଁ ୨୭ ହଜାର ପ୍ରାର୍ଥୀ ଅପେକ୍ଷାରେ

Spread the love

ଭୁବନେଶ୍ୱର ୧୮/୦୩  (ସନ୍ଧାନ ନିଉଜ) ୧.୯.୧୯ ମସିହାରେ ଲାଗୁ ହୋଇଥିବା ନୂତନ ମଟର ଭେଇକିଲ ଆଇନ ଅନୁଯାୟୀ ୨୮.୨.୨୦ ସୁଦ୍ଧା ୩୫ ହଜାର ୬୧୬ ଜଣ ପ୍ରାର୍ଥୀ ଲଣିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ସେଥି ମଧ୍ୟରୁ ୮ ହଜାର ଡିଏଲ ପାଇଥିବା ବେଳେ ଆହୁରି ୨୭ ହଜାର ଆବେଦନ କାରୀ ଡିଏଲ ଅପେକ୍ଷାରେ ରହିଛନ୍ତି। ବର୍ତମାନ ସୁଦ୍ଧା ନିର୍ଦାରିତ ତାରିଖ ଅନୁ୍‌ଯାୟୀ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଡିଏଲ ଟେଷ୍ଟ ଚାଲୁ ରହିଛି। ପ୍ରବଳ ଉତାପ ସତ୍ୱେ ଶହ ଶହ ଆବେଦନ କାରୀ ଡିଏଲ ଟେଷ୍ଟ ଦେବା ପାଇଁ ଧାଡିରେ ଠିଆ ହୋଇ ରହିଥିବା ଦେଖାଯାଇଥିଲା। ଏମାନଙ୍କ ମଧ୍ୟରେ ମହିଳା ଓ ଦିବ୍ୟାଙ୍ଗ ରହିଥିବା ମଧ୍ୟ ଦେଖାଯାଇଥିଲା। ଆଂଚଳିକ ପରିବହନ କାର୍ଯ୍ୟାଳୟରେ କୌଣସି ସେଡ ନଥିବାରୁ ବାଧ୍ୟ ହୋଇ ଆବେଦନ କାରୀ ମାନେ ଖରାରେ ଛିଡା ହୋଇ ରହିଥିଲେ। ଅପର ପକ୍ଷେ ସରକାରଙ୍କ ପକ୍ଷରୁ କରୋନା ପାଇଁ ଏକ ସଙ୍ଗେ ଅଧିକ ଲୋକ ଏକତ୍ରିତ ନହେବା ପାଇଁ ବାରଣ କରାଯାଇଥିଲେ ମଧ୍ୟ ତାର ପ୍ରଭାବ ଏଠାରେ ପଡିନଥିବା ଦେଖାଯାଇଥିଲା।ଏସଂପର୍କରେ ଆଂଚଳିକ ପରିବହନ ଅଧିକାରୀ ଙ୍କୁ ପଚାରିବାରୁ ସେ ସେଡ ନିମନ୍ତେ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯାଇଛି। ସେଥିନିମନ୍ତେ ୪୩ଲକ୍ଷ ଟଙ୍କାର ବେୟ ଅଟକଳ କରାଯାଇଛି। ରାଜ୍ୟ ସରକାରଙ୍କ ମଞୁରୀ ପରେ ସେଡ ନିର୍ମାଣ ଓ ପାନୀୟ ଜଳ ର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଥିଲେ।

Related Posts

About The Author

Add Comment