ଧର୍ମଶାଳା, ୦୩/୦୬(ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ହୋଇଥିବା ରାସନ ଦୁର୍ନିତ ଏବଂ ଡାଲି ଯୋଗାଣ ଦୀର୍ଘଦିନ ଧରି ହୋଇନଥିବାରୁ ଏହା ବିରୁଧରେ ଆଜି ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ବିଜେପି ଜିଲ୍ଲା ସମ୍ପାଦକ ସର୍ବେଶ୍ୱର ବେହୁରାଙ୍କ ନେତୃତ୍ୱରେ ବହୁ କର୍ମୀ ଏବଂ ରାସନ ସାମଗ୍ରୀ ଏବଂ କାର୍ଡରୁ ବଂଚିତ ହିତାଧିକାରୀ ମାନେ ଏଥିରେ ସାମିଲ ହୋଇ ବ୍ଲକ ଯୋଗାଣ ଅଧିକାରୀ ଏବଂ ପ୍ରଶାସନ ଏଭଳି କାର୍ଯ୍ୟର ତ୍ରୀବ ନିନ୍ଦା କରିବା ସହିତ ତୁରନ୍ତ ଗରିବଙ୍କୁ ରାସନ କାର୍ଡ ଏବଂ କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଡାଲି ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ଦାବି କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବ୍ଲକ ବିଡିଓ ସ୍ମିତା ରଥ ଧାରଣକାରୀଙ୍କୁ ବୁଝାସୁଝା କରି ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ କହିବା ପରେ ଧାରଣା ପ୍ରତ୍ୟହୃତ ହୋଇଥିଲା ।
ଡାଲି ଯୋଗାଣ ଏବଂ ରାସନ ଦୁର୍ନିତ ବିରୁଧରେ ବ୍ଲକ ସମ୍ମୁଖରେ ଗଣ ଧାରଣା
|
June 3, 2020 |



