ଡାକରା ଦେଲା ସଚେତନ ନାଗରିକ ମଞ୍ଚ, ଆସନ୍ତା ଡ଼ିସେମ୍ବର ୯ ତାରିଖରେ ୫୩ ନମ୍ୱର ଜାତୀୟ ରାଜପଥ ହେବ ଅବରୋଧ

Spread the love

ଜେନାପୁର/୦୯/୧୧/ ସନ୍ଧାନ ନିୟୁଜ୍) ଓଡ଼ିଶାର ବହୁ ଚର୍ଚ୍ଚିତ ନରହନ୍ତା ରକ୍ତ ମୁଖା ଚଣ୍ଡିଖୋଲ ଡ଼ୁବୁରୀ ୫୩ ନମ୍ୱର ଜାତୀୟ ରାଜପଥ ଆସନ୍ତା ଡିସେମ୍ବର ୯ ତାରିଖ ରେ ଅବରୋଧ କରିବାକୁ ସଚେତନ ନାଗରିକ ମଞ୍ଚ ନିଷ୍ପତି ନେଇଛି,
ସୂଚନାରୁ ମୁତାବକ ଦୀର୍ଘ ଆଠ ବର୍ଷ ହେବ ଗେମନ୍ ଏଣ୍ଡିଆ କମ୍ପାନୀ ଚଣ୍ଡିଖୋଲ ଡ଼ୁବୁରୀ ୫୩ ନମ୍ୱର ଜାତୀୟ ରାଜପଥ ୨୫ କିଲୋମିଟର କାମ କରିବାକୁ ଟେଣ୍ଡର ନେଇଥିଲା, ନିଜେ କାମ କରିବା ବଦଳରେ ଏଠି ଆଉଏକ ପେଟି ଠିକା ସଂସ୍ଥା ଏମଏସ୍ ଆଇଏଲ୍ କୁ କିଛି ପର୍ସେଣ୍ଟ ରଖି କାମ ଦେଇଥିଲା ଯାହା ଫଳରେ ଏବେ ସୁଦ୍ଧା ରାସ୍ତାଟି ଝିମେଇ ଝୀମେଇ କାମ ଚାଲଥିବା କିଛି ମାତ୍ରାରେ ଦେଖିବାକୁ ମିଳେ, ଏହି ରାସ୍ତା ୨୫ କିଲୋ ମିଟର ଭିତରେ ଦୀର୍ଘ ଆଠ ବର୍ଷ ମଧ୍ୟରେ ପ୍ରାୟ କେତେ ନିରୀହ ଲୋକଙ୍କ ଜୀବନ ଯାଇଛି, କେତେ ସଧବା ମଥାରୁ ସିନ୍ଦୂର ଲିଭିଚି କେତେ ମା କୋଳରୁ ସନ୍ତାନ ଛଡ଼େଇ ନେଇ କୋଳ ଛେଉଁଣ୍ଡା କରିଛି ତାହାର ହିସାବ କାହା ପାଖରେ ନାହିଁ ଏବେ ଯିଏ ସେ ରାସ୍ତାରେ ଯାଉଚି ପ୍ରଥମେ ସେ ରାସ୍ତାକୁ ଏକ ମୁଣ୍ଡିଆ ମାରି ଯାଉଛନ୍ତି ଏହି ରାସ୍ତାରେ ପ୍ରତି ମୁହୂର୍ତ୍ତରେ ମରଣ ତମକୁ ଯେପରି ଅପେକ୍ଷା କରି ବସିଛି କୋଉଠି କୁଢ଼ କୁଢ଼ ପାଉଁଶ ପଡ଼ିଛି ତ କେଉଁଠି ଆଣ୍ଠୁଏ ଆଣ୍ଠୁଏ ଖାଲ ଖମା ପ୍ରତି ମୁହୂ୍ତ୍ତରେ ବିପଦ ହିଁ ବିପଦ, ଶିଳ୍ପ ନଗରୀ କଳିଙ୍ଗ ନଗର କାରଖାନା କୁ ଏହି ରାସ୍ତା ଦେଇ ହଜାର ହଜାର ଭାରି ଯାନ ପ୍ରତ୍ୟେକ ଦିନ ନିଜ ସକ୍ଷମ ଠାରୁ ଢେର୍ ଅଧିକ ନେଇ ଯିବା ଆସିବା ହେଉଛି , ଏହି ରାସ୍ତା ଦେଇ କେତେ ସ୍କୁଲ କଲେଜ୍ ପିଲା ମାନେ ଯିବା ଆସିବା କରିଥାନ୍ତି ଏବଂ ସେଇ ରାସ୍ତାରେ ଯାଜପୁର ଜିଲ୍ଲା ସମେତ ପଡିଶା ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଶ୍ରମିକ ଶିଳ୍ପ ନଗରୀ କୁ ନିଜର ପେଟ ପୋଷିବାକୁ କାମ କରିବାକୁ ଯାଇଥାନ୍ତି ଦୈନ ଦିନ କାହାର ନା କାହାର ଏହି ରାସ୍ତାରେ ଜୀବନ ଯାଉଥିବା ଦେଖିବାକୁ ମିଳେ,ସଚେତନ ନାଗରିକ ମଞ୍ଚ ପକ୍ଷରୁ ବ୍ରାହ୍ମଣୀ ସେତୁ ନିକଟସ୍ଥ ମା ତାରିଣୀ ମନ୍ଦିର ପରିସରରେ ସ୍ଥାନୀୟ ସାମ୍ବାଦିକ,ସମାଜ ସେବୀ, ବହୁ ଆଗଧାଡିର ପୁରୁଖା ବ୍ୟକ୍ତି, ଅଞ୍ଚଳର ବହୁ ଯୁବକ ଭାଇ ଓ ସଚେତନ ନାଗରିକ ମଞ୍ଚର ସମସ୍ତ କର୍ମକର୍ତ୍ତା ଙ୍କୁ ନେଇ ଏକ ବୈଠକ ବସିଥିଲା ବୈଠକରେ ବିଭିନ୍ନ ପ୍ରକାର ଆଲୋଚନା ସମାଲୋଚନା ହୋଇଥିଲା, ଯାଜପୁର ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ , ଜାତୀୟ ରାଜପଥ କତୃପକ୍ଷ ଓ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏକ ଲିଖିତ ଅଭିଯୋଗ ଦିଆଯାଇ ଆଗାମୀ ଡ଼ିସେମ୍ବର ୯ ତାରିଖରେ କବାଟ ବନ୍ଧ ବ୍ରାହ୍ମଣୀ ସେତୁ ନିକଟବର୍ତ୍ତୀ ରେ ରାସ୍ତା ଅବରୋଧ କରିବାକୁ ନିଷ୍ପତି ନିଆଯାଇଥିଲା, ବିଭିନ୍ନ ଗଣମାଧ୍ୟମରେ ରାସ୍ତା ଅବରୋଧ ଲାଗି ଖବର ପ୍ରସାର ପ୍ରଚାର ହେବା ଶୁଣି ଯାଜପୁର ଜିଲ୍ଲାପାଳଙ୍କ ସମେତ ଚଣ୍ଡିଖୋଲ ପରିବହନ ଅଧିକାରୀ ,ଦର୍ପଣି ତହସିଲ ଦାର ସମେତ ବିଭିନ୍ନ ସରକାରୀ ଅଧିକାରୀ ମାନେ ଆସି ଚଣ୍ଡିଖୋଲ ଡ଼ୁବୁରୀ ରାସ୍ତାର ଅନୁଧ୍ୟାନ କରିଥିଲେ, ସିଏ ଯାହାବି ହେଉ ଏମିତି କେତେଥର ବଡ଼ ବଡ଼ ବାବୁ ମାନେ ଆସି ମିଛ ପ୍ରତିଶ୍ରୁତି ଦେଇ ଅତୀତରେ ଯାଇଛନ୍ତି କହିଥିଲେ ସ୍ଥାନୀୟ ଲୋକେ, ଆଗାମୀ ଡ଼ିସେମ୍ବର ୯ ତାରିଖରେ ସ୍ଥାନୀୟ ଜନ ସାଧାରଣ ସ୍କୁଲ କଲେଜ ସମେତ ସଚେତନ ନାଗରିକ ମଞ୍ଚ ରାସ୍ତା ଅବରୋଧ କରିବ ବୋଲି ଚେତାବନୀ ଦେଇଛନ୍ତି,,

Related Posts

About The Author

Add Comment