ଡଙ୍କାରୀ ଜାତୀୟ ତୈଳ ପ୍ରକଳ୍ପ ଘୋଷଣାରେ ସୀମିତ; ବିଜେପି ନେତା ନେଉଛନ୍ତି ଅର୍ଥନୈତିକ ଫାଇଦା
ଡଙ୍କାରୀ ଜାତୀୟ ତୈଳ ପ୍ରକଳ୍ପ ଘୋଷଣାରେ ସୀମିତ; ବିଜେପି ନେତା ନେଉଛନ୍ତି ଅର୍ଥନୈତିକ ଫାଇଦା
Sandhan News |
August 2, 2021 |
ପୁଣି ଲିଜ ପ୍ରଦାନ,
ବଢ଼ିବ ମାଫିଆଙ୍କ ପାଦୃଭାବ,
ପୂରଣ ହେବ ବିଜେପି ନେତାଙ୍କ ଟଙ୍କା ରୋଜଗାର ଲାଳସା
ଯାଜପୁର, (ସନ୍ଧାନ ନିୟୁଜ୍ ବ୍ୟିରୋ) ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ ଠାରେ ହେବାକୁ ଥିବା ଦେଶର ସର୍ବବୃହତ ଭୁତଳ ତୈଳଭଣ୍ଡାର ପ୍ରକଳ୍ପ କୁ ନେଇ ଲୋକଙ୍କ ମନରେ ଏବେ ଆନେକ ଆଶା ଏବେ ଆଶଁକାରେ ପରିଣତ ହୋଇଛି । ପକଳ୍ପର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ତତକାଳୀନ ପେଟ୍ରୋଲିୟମ ମନ୍ତ୍ରୀଙ୍କ ବିଭାଗ ବଦଳି ଯିବା ସହିତ ପ୍ରକଳ୍ପର ଭାଗ୍ୟ ଏବେ କଣ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ନିକଟରେ ଡଙ୍କାରୀ ୬ନଂ ସୈରାତ ଲିଜ ପ୍ରଦାନ ପରେ ଏଭଳି ଆଶଂକା ସଷ୍ଟି ହେବା ସହିତ ତୈଳପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ବଢିଛି । ୨୦୧୮ ମସିହାରୁ ଏହି ପାହାଡରେ କେବଳ ଗୋଟିଏ ମାତ୍ର ସୈରାତକୁ ଛାଡିଦେଲେ ପ୍ରାୟ ସବୁ ସୈରାତ ବନ୍ଦ ପଡିଥିବାରୁ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଯେଉଁ ସ୍ୱପ୍ନ ଥିଲା ତାହା ବାସସ୍ତ ରୁପ ନେବା ଉପରେ ସନ୍ଦେହର କଳାବାଦଲ ସୃଷ୍ଟି କରିଛି । ଲିଜ ପ୍ରଦାନ କରାଗଲେ ପୁନଃର୍ବାର ଡଙ୍କାରୀ ଅଶାନ୍ତ ହେବା ସହିତ ପଥର ମାଫିଆଙ୍କ ପାଦୁର୍ଭାବ ବୃଦ୍ଧି ପାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଦର୍ଘ ଦୁଇ ବର୍ଷ ଧରି କରୋନାରେ କର୍ମସଂସ୍ଥାନ ହରାଇ ଜିଲାକୁ ଫେରିଥିବା ଯୁବକ ମାନେ ତୈଳ ପ୍ରକଳ୍ପ ହେଲେ କର୍ମସଂସ୍ଥାନର ଆଶା ରଖି ଚାତକ ପରି ଚାହିଁ ରହିଥିବା ବେଳେ ପ୍ରଶାସନ ଏବେ ଡଙ୍କାରୀରେ କଳାପଥର କ୍ୱାରୀ ଲିଜ ଦେଇ ଏହି ପ୍ରକଳ୍ପ ସବୁଦିନ ପାଇଁ ବନ୍ଦ ହୋଇଯିବାର ଆଶଂକାକୁ ଦ୍ୱିଗୁଣିତ କରିଛି । ତୈଳପ୍ରକଳ୍ପ ହେବା ନହେବା ନେଇ ସେପରି କୌଣସି ସ୍ଟଷ୍ଟ ସୁଚନା ମିଳିପାରୁ ନାହିଁ । ଡଙ୍କାରୀ ୬ନଂ ସୈରାତ ଲିଜ ହୋଇ ସାରିଥିବା ବେଳେ ଆଗାମୀ ଦିନରେ ଅନ୍ୟ ସବୁ ସୈରାତକୁ ପନଃର୍ବାର ଲିଜ ଦେଇ ପଥର ମାଫିଆଙ୍କୁ ରାଜସ୍ୱ ଲୁଟିିବାର ବାଟ ସଫା କରି ଜିଲା ପ୍ରଶାସନ ଡଙ୍କାରୀରେ ଜାତୀୟ ତୈଳ ଗଚ୍ଛିତାଗାର ନିର୍ମାଣର ବାଟ ଓଗାଳିବାକୁ ଏବେ ପୁରା ଦମରେ ଲାଗିପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କଲେଣି । ପଥର ମାଫିଆଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ପ୍ରଶାସନ ପ୍ରକଳ୍ପକୁ ବଳି ପକାଉଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ୨୦୧୪ରୁ ଘୋଷଣା ହୋଇଥିବା ୭ ବର୍ଷର ପୁରୁଣା ପ୍ରକଳ୍ପ ଅଦ୍ୟାବଧି କେବଳ ନଥିପତ୍ର ଓ ସରଜମିନ ତଦନ୍ତରେ ସିମୀତ ରହିଛି । ସୁଚନାଯୋଗ୍ୟ ୨୦୧୪ ମସିହାରେ ଭାରତ ସରକାରଙ୍କ ପେଟ୍ରୋଲିୟମ ବିଭାଗ ପକ୍ଷରୁ ଡଙ୍କାରୀ ଠାରେ ଏହି ପ୍ରକଳ୍ପ ନିର୍ମାଣ ଲାଗି ବିଭାଗୀୟ ମଞ୍ଜୁରୀ ମିଳିଥିଲା ।୨୦୧୮ ମସିହା ଅଗଷ୍ଟ ୩ ତାରିଖରେ ରିପୋର୍ଟର ଅନୁଧ୍ୟାନ କରିବାକୁ ଏକ ପ୍ରଶାସନିକ ଦଳ ଡଙ୍କାରୀ ଠାରେ ପହଞ୍ôଚ କ୍ଷୟକ୍ଷତିର ଆକଳନ କରିଥିଲା । ଏଥି ସହିତ ତୁରନ୍ତ ୪୦୦ଶହ ଏକର ଜମି ପ୍ରକଳ୍ପ ପାଇଁ ଯୋଗାଇ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କେନ୍ଦ୍ରରୁ ଚିଠିପାଇ ମୁଖ୍ୟ ସାଶନସଚିବ ଜମି ଅଧିଗ୍ରହଣ ସହ ଡଙ୍କାରୀ ପାହାଡରେ ବେଆଇନ ପାହାଡ ଫଟାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ସେହି ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଧର୍ମଶାଳା ତହସିଲକୁ ଅବଗତ କରାଯାଇଥିଲା । ଏ ବାବଦରେ ରାଜ୍ୟ ସରକାର ଟାଳଟୁଳ ନିତି ଅବଲମ୍ବନ କରିବା ସହ ସେହି ସ୍ଥାନରେ ପକଳ୍ପ ହେଲେ ସରକାରୀ ରାଜସ୍ୱ ହାନିର ସମ୍ଭାବନାକୁ ଦର୍ଶାଇ ରିପୋଟ ଦେଇଥିଲେ । ଭାରତ ସରକାରଙ୍କ ପେଟ୍ରୋଲ ଏବଂ ପ୍ରକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ କେ ଡି ତ୍ରପାଠୀ, ଆଇପିସିଏଲର ଏମ ଡି ରଂଜନ ପିଲାଇଙ୍କ ସହିତ ଯାଜପୁର ଅତିରିକ୍ତ ଜିଲାପାଳ ଶରତ କୁମାର ବିଶ୍ୱାଳ, ଉପ ଜିଲାପାଳ ମହେଶ୍ୱର ପଣିଗ୍ରାହୀ, ଅତିରିକ୍ତ ତହସିଲଦାର ଉଲାସ ଚନ୍ଦ୍ର ସେଠୀ ପ୍ରମୁଖ ଡଙ୍କାରୀ ପାହାଡ ଅଂଚଳ ପରିଦର୍ଶନ କରି ଫେରିବା ପରେ ତୁରନ୍ତ ଜମି ଅଧିଗ୍ରହଣ ହେବ ବୋଲି ଗଣମାଧ୍ୟମକୁ ସୁଚନା ଦେଇଥିଲେ । ଅଦ୍ୟାବଧି ସେପରି କିଛି ହୋଇନାହିଁ । ବରଂ ଉପ ଜିଲାପାଳ ମହେଶ୍ୱର ପାଣିଗ୍ରାହୀଙ୍କ ଚଳିତ ମାସ ୬ ତାରିଖ ଠାରୁ ଡଙ୍କାରୀରେ ସମସ୍ତ ପ୍ରକାର ଖଣି ଖନନ ବନ୍ଦ ରହିବାର ଯେଉଁ ବୟାନ ଦେଇଥିଲେ ତହା ତାହା ଏବେ ପାଣିର ଗାର ପାଲଟିଛି । ଡଙ୍କାରୀରେ ପୁନଃର୍ବାର ଲିଜ ପ୍ରଦାନ କରାଯାଇଛି । ଫଳରେ ଏ ଅଂଚଳର ବହୁ ପତିକ୍ଷିତ ପ୍ରକଳ୍ପଟି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ବୋଲି ଲୋକେ ଦାବି କହନ୍ତି । ଏହା ପଛରେ ପଥର ମାଫିଆଙ୍କ ହାତ ରହିଥିବା ନିଶ୍ଚିତ । ସରକାର ଡଙ୍କାରୀରେ ଭୁତଳ ତୈଳ ଗତ୍ସିତାଗାର ପ୍ରତିଷ୍ଠା ଲାଗି କ୍ୟାବିନେଟରେ ଆଲୋଚନା ହେବା ସହ ୩୫୦୦ କୋଟିର ବ୍ୟୟ ବରାଦ କରାଯିବା ପରେ ମଧ୍ୟ ପ୍ରକଳ୍ପରେ ସେପରି ଅଗ୍ରଗତି ହୋଇନାହିଁ । ଡଙ୍କାରୀରେ ସବୁଜ ପରିବେଶ ନଷ୍ଟ ହେଉଥିବା ଦର୍ଶାଇ ୨୦୧୮ ଅକ୍ଟୋବର ୧୫ରେ ସୁଚନାଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ୱର ବେହୁରା ଏନଜିଟିର ଦ୍ୱାରସ୍ତ ହେବା ପରେ ଡଙ୍କାରୀରେ କଳାପଥର ଉତ୍ତୋଳନ ସମ୍ପୁର୍ଣ୍ଣରୁପେ ବନ୍ଦ ରହିଥିଲା । ଦୀର୍ଘ ଦିନ ଧରି ଶାନ୍ତ ରହିଥିବା ଡଙ୍କାରୀ ଏବେ ଲିଜ ପ୍ରଦାନ ପରେ ପୁଣି ଅଶାନ୍ତ ହେବା ସହିତ ଘନ ଘନ ୱାଗନ ବ୍ଲାଷ୍ଟିଂଗ ପ୍ରଭାବରେ ଲୋକମାନଙ୍କର ଘରଦ୍ୱାର ଭାଙ୍ଗିବ । ଡଙ୍କାରୀ ତୈଳ ଭଣ୍ଡାରକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଏହାର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ନାନା ପ୍ରଶ୍ନ ଉଠୁଛି । ସ୍ଥାନୀୟ ଲୋକେ ଏବେ ଏ ନେଇ ତତକାଳୀନ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ସନ୍ଦେହ ଘେରକୁ ନେବା ସହିତ ସାତ ବର୍ଷରେ କାହିଁକି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ନାହିଁ ତାର ହିସାବ ନିକାସ ପଂଚାୟତ ନିର୍ବାଚନ ପୂର୍ବରୁ ହେବ ବୋଲି କହୁଛନ୍ତି । ତେବେ ଏହାର ବାସ୍ଥବତାକୁ ନେଇ ତୈଳମନ୍ତ୍ରଣାଳୟ କିମ୍ବା ସରକାର କୌଣସି ମନ୍ତବ୍ୟ ରଖୁନଥିବାରୁ ଲୋକେ ପଥର ମାଫିଆଙ୍କ ସ୍ୱାର୍ଥରେ ଏହା ବଳି ପଡିବ ବୋଲି ଆଶଙ୍କା କଲେଣି ।
Related Posts
About The Author