ଯାଜପୁର, ୨୩/୩ (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ଠେଙ୍ଗିଆବାବା ଏବଂ ନେଉଳପୁର ପଂଚାୟତ ଦୋଳ ମେଳଣ ଆଜି ଆଡମ୍ବର ସହକାରେ ଶେଷ ହୋଇଯାଇଛି । ଚୁଡାଖିଆ ଛକ ଏବଂ ଏବଂ ନେଉଳପୁର ରାସ୍ତା ପାଖ ବଜାର ନିକଟରୁ ଦୋଳ ବିମାନ ଗୁଡିକ ସୁ ସଜ୍ଜିତ ହୋଇ ବିଭିନ୍ନ ସଂସ୍କୃତିକ ଏବଂ ଆସତବାଜି ପଦର୍ଶନ ପୂର୍ବକ ମେଳଣ ପଡିଆଠାରେ ସମବେତ ହୋଇଥିଲେ । ପରେ ମେଳନ କମିଟି ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ବିଦାକି ଦିଆଯାଇଥିଲା । ଏହି ଦୁଇଟି ଦୋଳମିଳନରେ ୨୦ରୁ ଉର୍ଧ ଛୋଟବଡ ରାଧାକୃଷ୍ଣ ବିମାନରେ ଆସି ପଗୁ ଖେଳିଥିଲେ । ଏହି ବାଡିଖେଳ ଓ ଦାଣ୍ଡିଆ ନୃତ ବେଶ ଆକର୍ଷଣୀୟ ହେବା ସହିତ ଘୋଡା ନୃତ୍ୟ ଦର୍ଶକଙ୍କ ମନମୋହିଥିଲା । ଦୋଳ କମଟି ପକ୍ଷରୁ ଏହାକୁ ପରିଚାଳନା କରାଯାଇଥିଲା । ଏହି ଉପଲକ୍ଷେ ମିନା ବଜାର ଗୁଡିକରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା । ଗ୍ରାମବାସୀ ମାନେ ନିଜ ମନମୁତାବକ ଘର କୋରଣା ଜିନିଷ କିଣାକିଣି କରିଥିଲେ ।